Posted inଜାତୀୟ

ୟୁଟ୍ୟୁବ୍‌ ଦେଖି ସନ୍ତାନ ପ୍ରସବ ପରେ ନବଜାତକକୁ ହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ନାଗପୁର, ୬। ୩: ମହାରାଷ୍ଟ୍ର ନାଗପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ୟୁଟ୍ୟୁବ ଦେଖି ସନ୍ତାନ ପ୍ରସବ କରିବା ପରେ ନବଜାତକର ତଣ୍ଟିଚିପି ହତ୍ୟା କରିଛନ୍ତି। ଶୁକ୍ରବାର ନାବାଳିକା ଜଣକ ଘରେ ଏକୁଟିଆ ଥିବାବେଳେ ୟୁଟ୍ୟୁବ୍‌ ଦେଖି ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ପଡ଼ୋଶୀ ନବଜାତକର କାନ୍ଦ ଶୁଣି ଘଟଣା ସମ୍ପର୍କରେ କାଳେ ଜାଣିଯିବେ ସେ ନେଇ ବେଲ୍ଟରେ ଶିଶୁର ଗଳାଚିପି ନାବାଳିକା ହତ୍ୟା କରିଥିବା ପୋଲିସ କହିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ଠାକୁର ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ନବମ ଶ୍ରେଣୀ ଛାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରେ ଶରୀରିକ ସମ୍ପର୍କ ଗଢ଼ିଉଠିବା ପରେ ନାବାଳିକା ଗର୍ଭଧାରଣ କରିଥିବା ଜଣାପଡ଼ିଛି। ନାବାଳିକାଙ୍କ ମା’ ଏକ ମଲ୍‌ରେ କାମ କରୁଥିବାବେଳେ ଶୁକ୍ରବାର ଘରକୁ ଫେରିବା ପରେ ସେ ଘର ଜାରିଆଡ଼େ ରକ୍ତ ଦାଗ ଦେଖିବାକୁ ପାଇଥିଲେ। ନାବାଳିକା ତାଙ୍କ ମା’ଙ୍କୁ ବାଟବଣା କରିବାକୁ ଯାଇ ସେ ସବୁ ମାସିକ ଋତସ୍ରାବର ରକ୍ତ ଦାଗ ବୋଲି କହିଥିଲେ। କିନ୍ତୁ ତାଙ୍କର ସନ୍ଦେହ ଦୂର ହୋଇ ନ ଥିଲା। ବହୁ ପଚାରାପଚରି କରିବା ପରେ ନାବାଳିକା ଶେଷରେ ସବୁ ସତ କହିଦେଇଥିଲେ। ମା’ ତୁରନ୍ତ ନାବାଳିକାଙ୍କୁ ମାୟୋ ଡାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାର ସୂଚନା ସ୍ଥାନୀୟ ପୋଲିସକୁ ଦେଇଥିଲେ। ନବଜାତକର ମୃତଦେହକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଘରଛାତ ଉପରେ ରଖିଥିବାବେଳେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇଦେଇଛି। ନାବାଳିକା ଘଣ୍ଟା ଘଣ୍ଟା ଫୋନ୍‌ରେ ଚାଟିଂ କରୁଥିବା ନେଇ ମା’ ତାଙ୍କ ଫୋନ୍‌ଟିକୁ କିଛିଦିନ ପୂର୍ବେ ଭାଙ୍ଗି ଦେଇଥିଲେ। ତେବେ ନାବାଳିକା ଜଣକ ଉକ୍ତ ଯୁବକଙ୍କ ବିଷୟରେ ବେଶି କିଛି ଜାଣି ନ ଥିବା ପୋଲିସକୁ କହିଛନ୍ତି। ଅନ୍ୟପାକ୍ଷେ ଫୋନ୍‌ ଭାଙ୍ଗିଯିବା ଯୋଗୁ ସମ୍ପୃକ୍ତ ଯୁବକଙ୍କ ନମ୍ବର ମଧ୍ୟ ପୋଲିକୁ ମିଳିପାରି ନାହିଁ। ତେବେ ସାଇବର ଏକ୍ସପର୍ଟଙ୍କ ସହାୟତା କ୍ରମେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ବଳାତ୍କାର ଓ ନବଜାତକର ଦୁର୍ଘଟଣାଜନିତ ମୃତ୍ୟୁ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri