ବିଧାନସଭାରେ ଠେଲାପେଲା: ପୋଲିସ-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର,୨୫।୩: ବିଧାନସଭା ଆଗରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା-ପୋଲିସ। ଭିତରକୁ ଯିବାକୁ ଚାହୁଁଥିବାବେଳେ ପୋଲିସ ରୋକିବାକୁ ନେଇ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସର ଧାରଣାକୁ ଦେଖି ବିଧାନସଭା ଚାରିପାଖେ BNS ୧୬୩ଧାରା ଲାଗୁ କରାଯାଇଛି। ଏହାକୁ ନେଇ କଂଗ୍ରେସ ଛାତ୍ର ନେତା ଧାରଣା ଦେଇଛନ୍ତି। ଯାହାପରେ ପୋଲିସ ତାଙ୍କୁ ଉଠାଇନେଇଛି।

Image

ପିସିସି ସଭାପତିଙ୍କ ସହ ୫ ନେତାଙ୍କୁ ବିଧାନସଭା ବାହାରେ ଅଟକାଇଛନ୍ତି ସୁରକ୍ଷାକର୍ମୀ।
ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଛି। ଧସ୍ତାଧସ୍ତି ପରେ ବିଧାନସଭା ବାହାରେ ଧାରଣାରେ ବସିଲା କଂଗ୍ରେସ। ପ୍ରଥମେ ବିଧାନସଭା ଭିତରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।

Image

କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ଘଣ୍ଟ, ବାଜା, ଗିନି ଏବଂ ଝାଞ୍ଜ ବଜାଇ ସେମାନଙ୍କ ପ୍ରତିବାଦ ଆରମ୍ଭ କରିଥିଲେ। ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହରେ ପ୍ରତିଦିନ ଚରମ ବିଶୃଙ୍ଖଳା କରିଆସୁଥିବା ଏବଂ ମଙ୍ଗଳବାର ପ୍ରଥମାର୍ଦ୍ଧରେ ଗୃହରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିବା କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବାଚସ୍ପତି ଏହାକୁ ଗ୍ରହଣ କରିବା ସହ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ଗୃହକାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଥିଲେ। କେବଳ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଚନ୍ଦ୍ର ଜେନା ନିଲମ୍ବନ ଆଦେଶରୁ ବାଦ୍‌ ପଡ଼ିଛନ୍ତି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ସି.ଏସ୍‌. ରାଜନ୍ନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ସାଗର ଚରଣ ଦାସ, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ଅଶୋକ ଦାସ , ଦାଶରଥି ଗମାଙ୍ଗ , ନୀଳମାଧବ ହିକ୍‌କା, କାଡ୍ରାକା ଆପାଲାସ୍ବାମୀ, ପବିତ୍ର ସାଉନ୍ତା ଏବଂ ପ୍ରଫୁଲ୍ଲ ପ୍ରଧାନ ରହିଛନ୍ତି। ଏହାପରେ କଂଗ୍ରେସ ସଦସ୍ୟମାନେ ନିଲମ୍ବନ ଆଦେଶ ବେଆଇନ, ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଗୃହରେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଏହାପରେ ବାଚସ୍ପତି ୪ଟା ୧୯ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବାରମ୍ବାର ଗୃହକୁ ମୁଲତବୀ କରାଯାଇଥିଲା। ମଝିରେ ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହ ନ ଛାଡିଲେ ମାର୍ଶଲ ଲଗାଇ ଉଠାଇ ବାହାରେ ଛାଡିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ସହ ମାର୍ଶଲ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ସେମାନଙ୍କୁ ମାର୍ଶଲ ଯଦି ଉଠାଇ ବାହାରକୁ କାଢ଼ିବା କଥା କାଢ଼ନ୍ତୁ , ସେମାନେ ରାତି ସାରା ଆନ୍ଦୋଳନ କରିବେ ବୋଲି କହିଥିଲେ। ଗୃହ ନ ଛାଡିବା କାରଣରୁ ବାରମ୍ବାର ମୁଲତବୀ ଭିତରେ ୨ଟି ବିଭାଗ ଖର୍ଚ୍ଚଦାବି ଆଲୋଚନା ମଧ୍ୟ ହୋଇଯାଇଛି। କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନାକୁ ବାଚସ୍ପତି ୨୮ ତାରିଖକୁ ଘୁଞ୍ଚାଇଦେଇ ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ ତାରା କହିଛନ୍ତି, ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ ନ ହୋଇଛି ଏବଂ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଯାଇଛି ପ୍ରତିବାଦକରି ଗୃହରୁ ଉଠି ଯିବୁନାହିଁ, ଏଠାରେ ରାତି କଟାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?