ଜମିବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ପୋଲିସର ଏକତରଫା ଗିରଫଦାରୀକୁ ଚାଷୀ ମୁଲିଆ ସୁରକ୍ଷା ସମିତିର ବିରୋଧ  

ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରାମ୍ବୁଲି ଏବଂ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀ ପକ୍ଷରୁ ଆହତ ହୋଇଥିଲେ। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ରାମ୍ବୁଲି ଗ୍ରାମର ଚାରିଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କାମଦେବ ମଳିକ, ସାମନ୍ତ ମଳିକ, ଯୁବରାଜ ମଳିକ ଏବଂ ସୁବାସ ମଳିକବୋଲି ବ୍ରାହ୍ମଣୀଗାଁ ପୋଲିସ କହିଛି ସେମାନଙ୍କ ନାମରେ ମାମଲା (୭୨/୨୫ )ରୁଜୁ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ କରାଯାଉଛି। ସେହିପରି ଅନ୍ୟ ପକ୍ଷର ଅଭିଯୋଗ ପାଇ ପୋଲିସ ମିଞ୍ଜାପାଙ୍କାର ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ୪ ଗିରଫ ବ୍ୟକ୍ତିଙ୍କୁ ବ୍ରାହ୍ମଣୀଗାଁ ଥାନାରୁ ଦାରିଙ୍ଗବାଡି ଥାନା କୁ ଅଣାଯାଇଛି ବିଳମ୍ବିତ ରାତି ସୁଦ୍ଧା ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ରାମ୍ବୁଲି ଗ୍ରାମର କିଛି ଲୋକଙ୍କୁ ସରକାର ଜମିପଟ୍ଟା ଯୋଗାଇଥିଲେ। ଉକ୍ତ ଜମିପଟ୍ଟା କୁ ନେଇ ରାଜସୱନିରୀକ୍ଷକ ଦିଲୀପ କୁମାର ସାହୁ ରାମ୍ବୁଲି ଗ୍ରାମବାସୀର ଉକ୍ତ ଜମିପଟ୍ଟା ପାଇଥିବା ଉପଭୋକ୍ତା ମାନଙ୍କୁ ଜମି ଚି଼ହ୍ନଟ କରି ଦେଇଥିଲେ ତେବେ ମିଞ୍ଜାପାଙ୍କା ଲୋକଙ୍କ ଉକ୍ତ ଜମି ସେମାନେ ଦୀର୍ଘ ବର୍ଷ ହେଲା ଚାଷ କରୁଥିବା ଦାବି କରିବା ସହ ଉକ୍ତ ଜମିକୁ ମେସିନ ଲଗାଇ ସଫେଇ କରୁଥିଲେ ଏହାକୁ ନେଇ  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷ ହୋଇଥିଲା। ପରେ ଏନେଇ ଥାନାରେ ଆଲୋଚନା ପାଇଁ ସାଂରେ ପୋଲିସ ପ୍ରଶାସନ, ଅତିରିକ୍ତ ତହସିଲଦାର ଫାଲ୍ଗୁନୀ କୁମାର, ରାଜସୱ ନିରୀକ୍ଷକ ଦିଲୀପ କୁମାର ସାହୁ, ଏବଂ ଉଭୟଗୋଷ୍ଠୀ ବସି ଆଲୋଚନା ହୋଇଥିଲା। ତହସିଲ କାର୍ଯ୍ୟାଳୟ ପକ୍ଷରୁ ମିଞ୍ଜାପାଙ୍କା ଲୋକଙ୍କୁ ପନ୍ଦର ଦିନ ମଧ୍ୟରେ ରାମ୍ବୁଲି ଲୋକଙ୍କୁ ଦିଆଯାଇଥିବା ଜମି ଯଦି ତାଙ୍କର ତେବେ ପ୍ରମାଣ ଦିଆଯିବାକୁ କୁହାଯାଇଥିଲା। ତେବେ କିଛି ମାତ୍ରା ରେ ଆଲୋଚନା ଫଳପ୍ରଦ ହୋଇଥିଲେ ମଧ୍ୟ ଯେଉଁ ଭଳି ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। ତାର ତଦନ୍ତ କରାଯାଇ ଗିରଫଦାରୀ କରାଯିବ ବୋଲି ପୋଲିସ କହିଛି । ଫଳରେ ଉଭୟ ଗୋଷ୍ଠୀ ପାଇଁ ଅଡୁଆ ବଢିଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri