Posted inଜାତୀୟ

ଆଦାନୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ଶାହା, କହିଲେ ବିରୋଧୀ କେବଳ ହୋହଲ୍ଲା କରୁଛନ୍ତି…

ନୂଆଦିଲ୍ଲୀ,୧୪।୨ : ଆଦାନୀ ପ୍ରସଙ୍ଗରେ ଭାଜପା ସରକାରଙ୍କ ବିରୋଧରେ ବିରୋଧୀଦଳଙ୍କ ପକ୍ଷରୁ ବହୁ ଅଭିଯୋଗ କରାଯାଉଛି। ଏହି ପ୍ରସଙ୍ଗରେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଉପରେ କୌଣସି ବିବୃତ୍ତି ଦେବା ଠିକ ହେବ ନାହିଁ, କାରଣ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। କିନ୍ତୁ ମୁଁ ନିଶ୍ଚୟ କହିବି ଯେ ଏଥିରେ ଭାଜପା ପାଇଁ ଲୁଚାଇବାକୁ କିଛି ନାହିଁ। କିମ୍ବା ଦଳକୁ ଭୟ କରିବାର ଆବଶ୍ୟକତା ନାହିଁ।

ଉଲ୍ଲେଖନୀୟ ଯେ, ପ୍ରଥମ ଥର ପାଇଁ ଅମିତ ଶାହା ହିଣ୍ଡନବର୍ଗ-ଆଦାନୀ ବିବାଦ ସମ୍ପର୍କରେ ଏଭଳି ବିବୃତ୍ତି ଦେଇଛନ୍ତି। ମଙ୍ଗଳବାର ଏକ ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି ।

ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ବିରୋଧୀ ଦଳ ଭାଜପାକୁ ଟାର୍ଗେଟ କରିଥିଲେ। ସେମାନେ ଭାଜପା ଆଦାନୀଙ୍କ ସୁରକ୍ଷା ପାଇଁ କାମ କରୁଥିବା ଅଭିଯୋଗ କରିଛନ୍ତି। ଏ ବାବଦରେ ବିରୋଧୀ ଦଳ କର୍ମୀମାନେ ସଂସଦରୁ ରାସ୍ତା ପର୍ଯ୍ୟନ୍ତ ସବୁଠାରେ ପ୍ରଦର୍ଶନ କରିବାରେ ବ୍ୟସ୍ତ ଅଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁସନ୍ଧାନକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି ବୋଲି ହୋଇଥିବା ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ଅମିତ ଶାହା କହିଛନ୍ତି ବିରୋଧୀ କାହିଁକି କୋର୍ଟକୁ କାହିଁ ଯାଉ ନାହାନ୍ତି? ଯେତେବେଳେ ପେଗାସସ ମାମଲା ସାମ୍ନାକୁ ଆସିଲା, ମୁଁ ସେମାନଙ୍କୁ ପ୍ରମାଣ ସହିତ କୋର୍ଟକୁ ଯିବାକୁ କହିଲି, କିନ୍ତୁ ସେମାନେ କିଛି କଲେ ନାହିଁ। ୨୦୦୨ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଛରେ ବିରୋଧୀ ଦଳ ପଡ଼ିଛନ୍ତି। ବିଭିନ୍ନ ଆରୋପ ଲଗାଉଛନ୍ତି। ଷଡଯନ୍ତ୍ର ପରେ ଶେଷରେ ସତ୍ୟ ପଦାକୁ ଆସୁଛି। ପ୍ରତ୍ୟେକ ଥର ମୋଦି ଅଧିକ ଶକ୍ତିଶାଳୀ ହୋଇଛନ୍ତି।

ଶାହା କହିଛନ୍ତି, ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ କୌଣସି ପ୍ରତିଯୋଗିତା ନାହିଁ। ମୋଦି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସମର୍ଥନ ହାସଲ କରିଛନ୍ତି। ଦେଶ ଦ୍ରୁତ ଗତିରେ ଆଗକୁ ବଢୂଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକସଭାରେ ଜନସାଧାରଣଙ୍କ ସମ୍ମୁଖରେ ମୁଖ୍ୟ ବିରୋଧୀ ଦଳ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri