Posted inଜାତୀୟ

ଆଦାନୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ଶାହା, କହିଲେ ବିରୋଧୀ କେବଳ ହୋହଲ୍ଲା କରୁଛନ୍ତି…

ନୂଆଦିଲ୍ଲୀ,୧୪।୨ : ଆଦାନୀ ପ୍ରସଙ୍ଗରେ ଭାଜପା ସରକାରଙ୍କ ବିରୋଧରେ ବିରୋଧୀଦଳଙ୍କ ପକ୍ଷରୁ ବହୁ ଅଭିଯୋଗ କରାଯାଉଛି। ଏହି ପ୍ରସଙ୍ଗରେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଉପରେ କୌଣସି ବିବୃତ୍ତି ଦେବା ଠିକ ହେବ ନାହିଁ, କାରଣ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। କିନ୍ତୁ ମୁଁ ନିଶ୍ଚୟ କହିବି ଯେ ଏଥିରେ ଭାଜପା ପାଇଁ ଲୁଚାଇବାକୁ କିଛି ନାହିଁ। କିମ୍ବା ଦଳକୁ ଭୟ କରିବାର ଆବଶ୍ୟକତା ନାହିଁ।

ଉଲ୍ଲେଖନୀୟ ଯେ, ପ୍ରଥମ ଥର ପାଇଁ ଅମିତ ଶାହା ହିଣ୍ଡନବର୍ଗ-ଆଦାନୀ ବିବାଦ ସମ୍ପର୍କରେ ଏଭଳି ବିବୃତ୍ତି ଦେଇଛନ୍ତି। ମଙ୍ଗଳବାର ଏକ ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି ।

ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ବିରୋଧୀ ଦଳ ଭାଜପାକୁ ଟାର୍ଗେଟ କରିଥିଲେ। ସେମାନେ ଭାଜପା ଆଦାନୀଙ୍କ ସୁରକ୍ଷା ପାଇଁ କାମ କରୁଥିବା ଅଭିଯୋଗ କରିଛନ୍ତି। ଏ ବାବଦରେ ବିରୋଧୀ ଦଳ କର୍ମୀମାନେ ସଂସଦରୁ ରାସ୍ତା ପର୍ଯ୍ୟନ୍ତ ସବୁଠାରେ ପ୍ରଦର୍ଶନ କରିବାରେ ବ୍ୟସ୍ତ ଅଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁସନ୍ଧାନକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି ବୋଲି ହୋଇଥିବା ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ଅମିତ ଶାହା କହିଛନ୍ତି ବିରୋଧୀ କାହିଁକି କୋର୍ଟକୁ କାହିଁ ଯାଉ ନାହାନ୍ତି? ଯେତେବେଳେ ପେଗାସସ ମାମଲା ସାମ୍ନାକୁ ଆସିଲା, ମୁଁ ସେମାନଙ୍କୁ ପ୍ରମାଣ ସହିତ କୋର୍ଟକୁ ଯିବାକୁ କହିଲି, କିନ୍ତୁ ସେମାନେ କିଛି କଲେ ନାହିଁ। ୨୦୦୨ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଛରେ ବିରୋଧୀ ଦଳ ପଡ଼ିଛନ୍ତି। ବିଭିନ୍ନ ଆରୋପ ଲଗାଉଛନ୍ତି। ଷଡଯନ୍ତ୍ର ପରେ ଶେଷରେ ସତ୍ୟ ପଦାକୁ ଆସୁଛି। ପ୍ରତ୍ୟେକ ଥର ମୋଦି ଅଧିକ ଶକ୍ତିଶାଳୀ ହୋଇଛନ୍ତି।

ଶାହା କହିଛନ୍ତି, ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ କୌଣସି ପ୍ରତିଯୋଗିତା ନାହିଁ। ମୋଦି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସମର୍ଥନ ହାସଲ କରିଛନ୍ତି। ଦେଶ ଦ୍ରୁତ ଗତିରେ ଆଗକୁ ବଢୂଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକସଭାରେ ଜନସାଧାରଣଙ୍କ ସମ୍ମୁଖରେ ମୁଖ୍ୟ ବିରୋଧୀ ଦଳ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri