‘ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ’ର ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ): ‘ଧରିତ୍ରୀ ’ର ୧୬।୧୦।୨୦୨୩ ସଂସ୍କରଣରେ ପ୍ରକାଶିତ ‘ସର୍ଭେରେ ଲଟକିଛି ୧୭ ପ୍ରକଳ୍ପ’ ଶୀର୍ଷକ ଖବରରେ କେତେକ ତଥ୍ୟରେ ଭୁଲ ରହିଥିବାନେଇ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଏବଂ ଭଦ୍ରକ ଜିଲାର ଆରଡି ରେଳପଥର ଚୂଡ଼ାନ୍ତ ସର୍ଭେ ଗତ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଛି। ଏହା ଏବେ ନିର୍ମାଣାଧୀନ ରହିଛି। ତେଣୁ ଏହା କହିବା ଠିକ୍‌ ହେବ ନାହିଁ ଯେ, ସମ୍ପୃକ୍ତ ପ୍ରକଳ୍ପ ଅସମ୍ପୂର୍ଣ୍ଣ ସର୍ଭେ କାର୍ଯ୍ୟ ଯୋଗୁ ଅଟକି ରହିଛି। ଜୁନାଗଡ଼-ନବରଙ୍ଗପୁର ୧୧୮ କି.ମି. ରେଳପଥ ସର୍ଭେକାର୍ଯ୍ୟ ଅଟକି ରହିଛି ବୋଲି ଯାହା ପ୍ରକାଶ କରାଯାଇଛି, ବାସ୍ତବରେ ପୂର୍ବତଟ ରେଳପଥ ଦ୍ୱାରା ଏହାର ସର୍ଭେକାର୍ଯ୍ୟ ଶେଷ ହୋଇଛି। ଏପରି କି ଏହାର ସବିଶେଷ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ୨୦୨୨ ଅକ୍ଟୋବର ୧୭ରେ ପ୍ରଦାନ କରାଯାଇଛି। ସେହିପରି ୧୨୫ କି.ମି. ଦୀର୍ଘ ମାଲକାନଗିରି-ଭଦ୍ରାଚଳମ(ପଣ୍ଡୁରାଙ୍ଗପୁରମ୍‌) ନୂଆ ଲାଇନ୍‌ର ଚୂଡ଼ାନ୍ତ ସର୍ଭେ ମଧ୍ୟ ସରିଛି। ଏସଂକ୍ରାନ୍ତ ରିପୋର୍ଟ ମଧ୍ୟ ଗତବର୍ଷ ଅକ୍ଟୋବର ୧୭ତାରିଖରେ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୫୮ କି.ମି. ଲମ୍ବ ଶାଶୁବୋହୂମାଳିି-ସିଜୁମାଳିି-କୁତ୍ରୁମାଳିି ବକ୍ସାଇଟ ମାଇନ୍ସଠାରୁ ଟିକିରି ରେଳଷ୍ଟେଶନ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ ୨୦୨୩ ଜୁଲାଇ ୧ତାରିଖରେ ଡିପିଆର ପ୍ରଦାନ କରାଯାଇଛି। ୭୯କି.ମି. ଦୈର୍ଘ୍ୟ ବିଶିଷ୍ଟ ନୂଆପଡ଼ା-ଗୁଣୁପୁରରୁ ଥେରୁବାଲି ରେଳପଥର ଡିପିଆର୍‌ ମଧ୍ୟ ୨୦୨୧ ଡିସେମ୍ବର ୧୫ରେ ପ୍ରଦାନ କରାଯାଇଛି। ୨୮୨କି.ମି. ଲମ୍ବ ତାଳଚେର-ଗୋପାଳପୁର ରେଳପଥର କ୍ଷେତ୍ର ସର୍ଭେ ମଧ୍ୟ ଶେଷ ହୋଇଛି। ହେଲେ ଏହାର ଡିପିଆର୍‌ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ୧୦୦କି.ମି. ବଲାଙ୍ଗୀର-ନୂଆପଡ଼ା ରୋଡ୍‌ ଭାୟା ପାଟଣାଗଡ଼ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହାର ଡିପିଆର ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ସେହିଭଳି ୩୩ କି.ମି. ଲମ୍ବ ପୁରୀ-କୋଣାର୍କ ରୁଟ୍‌ର କ୍ଷେତ୍ର ସର୍ଭେ ସରିଥିବାବେଳେ ଡିପିଆର ରିପୋର୍ଟ ଖୁବ୍‌ଶୀଘ୍ର ରେଳ ବୋର୍ଡକୁ ପ୍ରଦାନ କରାଯିବ। ୮ କି.ମି. ଲମ୍ବ ଦୈତାରି ଷ୍ଟେଶନରୁ ବାଲି ପର୍ବତ ଲୁହାପଥର ଖଣି ରୁଟ୍‌ର କ୍ଷେତ୍ର ସର୍ଭେ ସରିଥିବାବେଳେ ଡିପିଆର୍‌ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।
ସେହିଭଳି ଯେଉଁ ପ୍ରକଳ୍ପରଗୁଡ଼ିକ ଅସମ୍ପୂର୍ଣ୍ଣ ସର୍ଭେ ଯୋଗୁ ବନ୍ଦ ହୋଇପଡ଼ିଛି ବୋଲି ଉଲ୍ଲେଖ ରହିଛି ସେଗୁଡ଼ିକ ବିଭିନ୍ନ କାରଣରୁ ମନ୍ଥର ଗତିରେ ଚାଲିଛି। ସେଗୁଡ଼ିକର ବାସ୍ତବ ସ୍ଥିତି ହେଲା ୨୭୦ କି.ମି. ରାଇପୁରରୁ ଜବଲ୍‌ପୁର ରୁଟ୍‌ର ନୂଆ ଲାଇନ୍‌ ପାଇଁ ସର୍ଭେ କରାଯାଇ ନାହିଁ। ରାଇପୁର-ସମ୍ବଲପୁରର ଚୂଡ଼ାନ୍ତ ଲୋକେଶନ ସର୍ଭେ ପାଇଁ ଚଳିତବର୍ଷ ଫେବୃୟାରୀ ୨୮ତାରିଖରେ ମଞ୍ଜୁର ହୋଇଥିଲା। ହେଲେ ଏହାର କ୍ଷେତ୍ର ସର୍ଭେ କାର୍ଯ୍ୟ ଜାରି ରହିଛି। ୧୪୨ କି.ମି. ଲମ୍ବ ବରଗଡ଼ରୁ ନୂଆପଡ଼ା ରୁଟ୍‌ ଫିଲ୍ଡ ସର୍ଭେ ଶେଷ ହୋଇଛି। ପରବର୍ତ୍ତୀ କାର୍ଯ୍ୟ ପାଇଁ ଡିପିଆର ପ୍ରଦାନ କରାଯାଇଛି। ୧୬୦ କି.ମି. ଲମ୍ବ ବାରକୋଟରୁ ଝାରସୁଗୁଡ଼ାର ଚୂଡ଼ାନ୍ତ ସର୍ଭେ ଚଳିତ ବର୍ଷ ଅଗଷ୍ଟ ୪ତାରିଖରେ ମଞ୍ଜୁର ହୋଇଥିଲ। ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ୨୪୦ କି.ମି. ଲମ୍ବ ବିଶିଷ୍ଟ ଜଗନ୍ନାଥପୁର- ରେଢ଼ାଖୋଲ ନୂଆ ରେଳପଥ ଲାଇନର କାର୍ଯ୍ୟ ଓଆର୍‌ଆଇଡିଏଲ୍‌କୁ ପ୍ରଦାନ କରାଯିବା ସହ ଡିପିଆର୍‌ ମଧ୍ୟ ଦାଖଲ ହୋଇଛି। ୨୫୪ କି.ମି. ଦୈର୍ଘ୍ୟ ଏମ୍‌ସିଆର୍‌ଏଲ୍‌ ନୂଆ କରିଡର ଫେଜ୍‌-୧ ଅନୁଗୋଳରୁ ବଳରାମ(୧୪କି.ମି.) କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହାର ଚୂଡ଼ାନ୍ତ ଦୋହରୀକରଣ ସର୍ଭେ ଚାଲିଛି। ଏମ୍‌ସିଆର୍‌ଏଲ୍‌ ଫେଜ୍‌-୨ ବଳରାମ-କୁଟାଗଡ଼ିଆ(ତେଣ୍ଟୁଲୋଇ)-ଜରପଡ଼ା(୫୪କି.ମି)ର ଚୂଡ଼ାନ୍ତ ଲୋକେଶନ ସର୍ଭେ ଗତ ଜୁନ୍‌ ୧୮ରେ ମଞ୍ଜୁର ହୋଇଛି। ଏହାର ଡିପିଆର୍‌ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ।
ପ୍ରକାଶିତ ଖବରର ଶେଷ ପାରାରେ ଉଲ୍ଲେଖ ଥିବା ଅର୍ଥ ପରିମାଣ ମଞ୍ଜୁର ଅର୍ଥ ନୁହେଁ, ବରଂ ତାହା ପ୍ରକଳ୍ପ ଆକଳନ ଅର୍ଥ(ଏଷ୍ଟିମେଟେଡ୍‌ କଷ୍ଟ)। ଗତ ୨ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳପଥ ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଦେଇଥିବା ଜମି ଏବଂ ଜଙ୍ଗଲ ଅନୁମତି ଯୋଗୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୨୨-୨୩ ଏବଂ ୨୦୨୩-୨୪ର ଅଦ୍ୟାବଧି ପର୍ଯ୍ୟନ୍ତ ୩୭.୨୯ କି.ମି. ଲମ୍ବ ରେଳପଥ କାର୍ଯ୍ୟକ୍ଷମ ହୋଇଛି। ଏଥିସହିତ ଆଉ ୮୩ କି.ମି. ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଛି। ଚଳିତ ଆର୍ଥିକ ବର୍ଷରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ମୋଟ ଉପରେ ୧୪୨.୩ କି.ମି. ଦୈର୍ଘ୍ୟ ରେଳପଥ କାର୍ଯ୍ୟକ୍ଷମ ହୋଇଛି। ତେଣୁ ଉପରଲିଖିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?