Posted inଜାତୀୟ

ଜଉମୁଦ ଲଫାପା ରିପୋର୍ଟକୁ ସିଜେଆଇଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ, ୨୧ା୩(ପି.ଟି.): ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ଓ୍ବାନ୍‌ ର଼୍ୟାଙ୍କ୍‌ ଓ୍ବାନ୍‌ ପେନ୍‌ସନ(ଓଆର୍‌ଓପି)ର ବକେୟା ପ୍ରାପ୍ୟ ପୈଠ କରିବା ଲାଗି ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ରାୟକୁ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ବାଧ୍ୟ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ୨୦୧୯ରୁ ୨୦୨୨ମଧ୍ୟରେ ସେମାନଙ୍କ ବକେୟା ରହିଥିବା ୨୮,୦୦୦ କୋଟି ଟଙ୍କା ପେନ୍‌ସନ ରାଶି ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ପୈଠ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଓଆର୍‌ଓପି ଦେୟ ପ୍ରସଙ୍ଗରେ କେନ୍ଦ୍ର ଜଉମୁଦ ଲଫାପାରେ ଦାଖଲ କରିଥିବା ନୋଟ୍‌କୁ ସିଜେଆଇ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଗୋପନରେ ରିପୋର୍ଟ ଦାଖଲ ନ କରି ଏହାକୁ ଅଦାଲତରେ ପଢ଼ ନଚେତ୍‌ ଫେରାଇନିଅ ବୋଲି ସିଜେଆଇ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀଙ୍କୁ କହିଥିଲେ। ସୁପ୍ରିମକୋର୍ଟରେ ଜଉମୁଦ ଲଫାପା ଧାରା ବନ୍ଦ ହେବା ଆବଶ୍ୟକ। ଏହା ମୂଳତଃ ନିରପେକ୍ଷ ନ୍ୟାୟ ପ୍ରକ୍ରିୟାର ପରିପନ୍ଥୀ ବୋଲି ସିଜେଆଇ କହିଛନ୍ତି। ବ୍ୟକ୍ତିଗତ ଭାବେ ସେ ସିଲ୍ଡ କଭରର ବା ଜଉମୁଦ ଲଫାପାର ବିରୋଧୀ। କୋର୍ଟରେ ସବୁକିଛି ସ୍ବଚ୍ଛ ହେବା ଆବଶ୍ୟକ। ନିର୍ଦ୍ଦେଶ କାର୍ଯ୍ୟକାରିତାରେ ଗୋପନୀୟତା କ’ଣ ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ତେବେ ଯଦି କୌଣସି ତଥ୍ୟ ବା ରିପୋର୍ଟ କାହାର ବ୍ୟକ୍ତିଗତ ଜୀବନ ପ୍ରତି ଭୟ ଥିବ, ସେଠାରେ ଏହାକୁ ଗୋପନୀୟ ରଖାଯାଇପାରେ ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ କହିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ପି.ଏସ୍‌. ନରସିଂ ଏବଂ ଜେ.ବି. ପର୍ଡିଓ୍ବାଲା ରହିଛନ୍ତି।
ଖଣ୍ଡପୀଠ କହିଥିଲେ, ସୈନ୍ୟବାହିନୀର ୨୫ ଲକ୍ଷ ପେନ୍‌ସନଭୋଗୀଙ୍କ ମଧ୍ୟରୁ ୪ ଲକ୍ଷ ଓଆର୍‌ଓପି ଯୋଜନାରେ ଆସୁନାହାନ୍ତି। କାରଣ ସେମାନେ ବର୍ଦ୍ଧିତ ପେନ୍‌ସନ ପାଉଛନ୍ତି। ୬ ଲକ୍ଷ ଫାମିଲି ପେନ୍‌ସନର ଏବଂ ବୀରତା ପୁରସ୍କାର ବିଜେତାଙ୍କୁ ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଓଆର୍‌ଓପି ପ୍ରାପ୍ୟ ପୈଠ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ୭୦ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ୪ରୁ ୫ ଲକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଜୁନ୍‌ ୩୦ ସୁଦ୍ଧା ଗୋଟିଏ କିମ୍ବା ଦୁଇଟି କିସ୍ତିରେ ବକେୟା ଓଆର୍‌ଓପି ପୈଠ କରିବାକୁ କୁହାଯାଇଛି। ଅବଶିଷ୍ଟ ୧୦ରୁ ୧୧ ଲକ୍ଷ ପେନ୍‌ସନଧାରୀଙ୍କୁ ଆସନ୍ତା ବର୍ଷ ଫେବୃୟାରୀ ୨୮ ସୁଦ୍ଧା ୩ଟି ସମାନ କିସ୍ତିରେ ବକେୟା ପେନ୍‌ସନ ପ୍ରଦାନ କରିବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri