Posted inଜାତୀୟ

ଜଉମୁଦ ଲଫାପା ରିପୋର୍ଟକୁ ସିଜେଆଇଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ, ୨୧ା୩(ପି.ଟି.): ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ଓ୍ବାନ୍‌ ର଼୍ୟାଙ୍କ୍‌ ଓ୍ବାନ୍‌ ପେନ୍‌ସନ(ଓଆର୍‌ଓପି)ର ବକେୟା ପ୍ରାପ୍ୟ ପୈଠ କରିବା ଲାଗି ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ରାୟକୁ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ବାଧ୍ୟ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ୨୦୧୯ରୁ ୨୦୨୨ମଧ୍ୟରେ ସେମାନଙ୍କ ବକେୟା ରହିଥିବା ୨୮,୦୦୦ କୋଟି ଟଙ୍କା ପେନ୍‌ସନ ରାଶି ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ପୈଠ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଓଆର୍‌ଓପି ଦେୟ ପ୍ରସଙ୍ଗରେ କେନ୍ଦ୍ର ଜଉମୁଦ ଲଫାପାରେ ଦାଖଲ କରିଥିବା ନୋଟ୍‌କୁ ସିଜେଆଇ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଗୋପନରେ ରିପୋର୍ଟ ଦାଖଲ ନ କରି ଏହାକୁ ଅଦାଲତରେ ପଢ଼ ନଚେତ୍‌ ଫେରାଇନିଅ ବୋଲି ସିଜେଆଇ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀଙ୍କୁ କହିଥିଲେ। ସୁପ୍ରିମକୋର୍ଟରେ ଜଉମୁଦ ଲଫାପା ଧାରା ବନ୍ଦ ହେବା ଆବଶ୍ୟକ। ଏହା ମୂଳତଃ ନିରପେକ୍ଷ ନ୍ୟାୟ ପ୍ରକ୍ରିୟାର ପରିପନ୍ଥୀ ବୋଲି ସିଜେଆଇ କହିଛନ୍ତି। ବ୍ୟକ୍ତିଗତ ଭାବେ ସେ ସିଲ୍ଡ କଭରର ବା ଜଉମୁଦ ଲଫାପାର ବିରୋଧୀ। କୋର୍ଟରେ ସବୁକିଛି ସ୍ବଚ୍ଛ ହେବା ଆବଶ୍ୟକ। ନିର୍ଦ୍ଦେଶ କାର୍ଯ୍ୟକାରିତାରେ ଗୋପନୀୟତା କ’ଣ ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ତେବେ ଯଦି କୌଣସି ତଥ୍ୟ ବା ରିପୋର୍ଟ କାହାର ବ୍ୟକ୍ତିଗତ ଜୀବନ ପ୍ରତି ଭୟ ଥିବ, ସେଠାରେ ଏହାକୁ ଗୋପନୀୟ ରଖାଯାଇପାରେ ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ କହିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ପି.ଏସ୍‌. ନରସିଂ ଏବଂ ଜେ.ବି. ପର୍ଡିଓ୍ବାଲା ରହିଛନ୍ତି।
ଖଣ୍ଡପୀଠ କହିଥିଲେ, ସୈନ୍ୟବାହିନୀର ୨୫ ଲକ୍ଷ ପେନ୍‌ସନଭୋଗୀଙ୍କ ମଧ୍ୟରୁ ୪ ଲକ୍ଷ ଓଆର୍‌ଓପି ଯୋଜନାରେ ଆସୁନାହାନ୍ତି। କାରଣ ସେମାନେ ବର୍ଦ୍ଧିତ ପେନ୍‌ସନ ପାଉଛନ୍ତି। ୬ ଲକ୍ଷ ଫାମିଲି ପେନ୍‌ସନର ଏବଂ ବୀରତା ପୁରସ୍କାର ବିଜେତାଙ୍କୁ ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଓଆର୍‌ଓପି ପ୍ରାପ୍ୟ ପୈଠ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ୭୦ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ୪ରୁ ୫ ଲକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଜୁନ୍‌ ୩୦ ସୁଦ୍ଧା ଗୋଟିଏ କିମ୍ବା ଦୁଇଟି କିସ୍ତିରେ ବକେୟା ଓଆର୍‌ଓପି ପୈଠ କରିବାକୁ କୁହାଯାଇଛି। ଅବଶିଷ୍ଟ ୧୦ରୁ ୧୧ ଲକ୍ଷ ପେନ୍‌ସନଧାରୀଙ୍କୁ ଆସନ୍ତା ବର୍ଷ ଫେବୃୟାରୀ ୨୮ ସୁଦ୍ଧା ୩ଟି ସମାନ କିସ୍ତିରେ ବକେୟା ପେନ୍‌ସନ ପ୍ରଦାନ କରିବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri