ବିନା ସୂଚନା ଫଳକରେ ଚାଲିଛି ବୁରୁଜ ନିର୍ମାଣ

ନାଉଗଁା,୭ା୧(ସ୍ବ.ପ୍ର): ବନ୍ୟା ସମୟରେ ଦେବୀ ନଦୀ କୂଳ ଖାଇବା ଯୋଗୁ ପ୍ରତି ବର୍ଷ ନାଉଗଁା ବ୍ଳକ ଅନ୍ତର୍ଗତ ପାରିଶିଖର ଗ୍ରାମର ଅନେକ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଯାଉଛି। ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶସାନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ନଦୀରେ ବୁରୁଜ ନିର୍ମାଣ ସହ ପଥର ପ୍ୟାକିଂ କାର୍ଯ୍ୟ ଚାଲୁ ରହିଛି। ଓଡିଶା ସରକାରଙ୍କ ଜଳ ସେଚନ ବିଭାଗ ଦ୍ୱାରା ଉକ୍ତ କାର୍ଯ୍ୟ କରାଯାଉଥିବାବେଳେ ଜଳ ସେଚନ ବିଭାଗ ନିମାପଡା ଡିଭିଜନର କାକଟପୁର ଉପଖଣ୍ଡ ଏହାର ତଦାରଖ ଦାୟିତ୍ୱରେ ରହିଛନ୍ତି। ଉକ୍ତ ନିର୍ମାଣ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ସରକାରଙ୍କ ନିୟମାନୁସାରେ କୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବା କଥା। କିନ୍ତୁ ଏଠାରେ ନିୟମକୁ ଉଲ୍ଲଂଘନ କରାଯାଇଥିବା ନେଇ ସାଧାରଣ ଅଭିଯୋଗ ହୋଇଛି। ଜଳସେଚନ ବିଭାଗ ଉପଖଣ୍ଡର ଯନ୍ତ୍ରୀ ତପନ ନାୟକଙ୍କ ସୂଚନାନୁସାରେ ଏହି କାର୍ଯ୍ୟ ଡିସେମ୍ବର ୨୦୨୨ରୁ ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୦୨୪ରେ ଶେଷ ହେବ। ଏନେଇ ନଦୀ କୂଳଠାରୁ ଭିତରକୁ ୨୦ ମିଟର ପର୍ଯ୍ୟନ୍ତ ୬ଟି ବୁରୁଜ ନିର୍ମାଣ କରଯିବା ସହ ୭୪୦ ମିଟର ପଥର ପ୍ୟାକିଂ କରାଯିବ। ଏହି କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୯ କୋଟି ୮୫ ଲକ୍ଷ ୮ହଜାର ୨୭୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏବେ ଠିକାଦାରଙ୍କ ଦ୍ୱାରା ନଦୀ ପାର୍ଶ୍ୱରେ ବୁରୁଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ନିର୍ମାଣ କରାଯାଉଥିବା ବୁରୁଜରେ ନିମ୍ନମାନର ପଥର ବ୍ୟବହାର କରାଯାଉଥିବା ବେଳେ ଛୋଟ ପଥର ବ୍ୟବହାର କରାଯାଉଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ପଥର ପ୍ୟାକିଂ କାର୍ଯ୍ୟ କିମ୍ବା ବୁରୁଜ କାର୍ଯ୍ୟ ଠିକ୍‌ ନ ହେଲେ ନଦୀରେ ବନ୍ୟା ଆସିଲେ ଉକ୍ତ ପଥର ଖସି ପାଣିକୁ ଚାଲିଯିବାର ସମ୍ଭାବନା ରହିଛି ବୋଲି ସେମାନେ କହିଛନ୍ତି। ଏନେଇ କାର୍ଯ୍ୟର ସ୍ଥାୟିତ୍ୱ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକୁ ଠିକ୍‌ ଭାବେ କରିବା ପାଇଁ ଚିତ୍ତରଞ୍ଜନ କାଣ୍ଡି, ପ୍ରସନ୍ନ ସ୍ବାଇଁ,ପ୍ରଶାନ୍ତ ବାରିକ,ସିଲୁ ପରିଡା
ପ୍ରମୁଖ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗତ ୩ ଜାନୁୟାରୀ ୨୦୨୩ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପହଞ୍ଚତ୍ ବୁରୁଜ କାର୍ଯ୍ୟ ବୁଲି ଦେଖିବା ସହ ଠିକ୍‌ ଭାବେ କାର୍ଯ କରିବାକୁ ଠିକାଦାର ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଫଳକ ବିଷୟରେ ଜଳସେଚନ ବିଭାଗର କାକାଟପୁର ଉପଖଣ୍ଡ ଯନ୍ତ୍ରୀ ତପନ ନାୟକ କୁହନ୍ତି, ଏବେ କାର୍ଯ୍ୟ ଚାଲୁ ରହିଛି। ଠିକାଦାରଙ୍କୁ କହି ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?