ନିଜର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଚାହେଁ: ସିନେମାଟୋଗ୍ରାଫର ଫାଲ୍‌ଗୁ ଶତପଥୀ

ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହେଇଗଲା ଭାବ’ରୁ ଆରମ୍ଭ ହୁଏ ତାଙ୍କର ନିର୍ଦ୍ଦେଶନାର ଯାତ୍ରା। ପରେ ଜଣେ ସିନେମାଟୋଗ୍ରାଫର ଭାବେ ପାଇଲେ ନୂଆ ପରିଚୟ। ସାଧବ ବୋହୂ ସିଜନ ୨, ସିଜନ ୩, ଭଏସ ଅଫ୍‌ ଓଡ଼ିଶା, ସାରେ ଗାମା ପା, ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ସେଫ୍‌ ନମ୍ବର ୧ ଭଳି ଅନେକ ଧାରାବହିକକୁ ସେ ତାଙ୍କ କ୍ୟାମେରା ଲେନ୍ସରେ ତୋଳି ଧରିଛନ୍ତି। ଚଳଚ୍ଚିତ୍ର ସପନର ପଥେ ପଥେ, ଲଭ ୟୁ ଜେସିକା, ଦିୱାନା ଦିୱାନି, ହ୍ୟାଲୋ ଇନ୍‌ ଲଭ୍‌ରେ ସେ ନିଜ ସିନେମାଟୋଗ୍ରାଫିର ଯାଦୁ ଦେଖାଇଛନ୍ତି। କେବଳ ସେତିକି ନୁହେଁ, ବଲିଉଡ ଚଳଚ୍ଚିତ୍ର ମେରା ଫୌଜି କଲିଙ୍ଗ, ଶିକ୍ଷା ମଣ୍ଡଳ ୱେବ୍‌ ସିରିଜରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି। ସିନେମା ହେଉ କି ଧାରାବହିକ, ଏହାକୁ ଏକ ସୁନ୍ଦର ରୂପରେଖ ଦେବାକୁ ସେ ସବୁବେଳେ ଚେଷ୍ଟା କରିଥାନ୍ତି। ଆଗକୁ ମୁକ୍ତିଲାଭ କରିବାକୁ ଥିବା ବଡ଼ବଜେଟ ଚଳଚ୍ଚିତ୍ର ‘ପୁଷ୍କରା’ରେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି। ଓଲିଉଡ୍‌ ଚଳଚ୍ଚିତ୍ର ଜଗତର ବେଶ୍‌ ଜଣାଶୁଣା ସିନେମାଟୋଗ୍ରାଫର ଫାଲ୍‌ଗୁ ଶତପଥୀଙ୍କ ସହ ଏଥରର ଧରିତ୍ରୀ ଆଳାପ।

ମହିଳା ସିନେମାଟୋଗ୍ରାଫର ପରିଚୟ କେତେ ଖୁସି ଦେଇଛି?
– ନିହାତି ଭାବେ ବହୁତ ଖୁସି ଲାଗେ। ମୁଁ ଭାଗ୍ୟ ଉପରେ ବିଶ୍ୱାସ କରେ। ଛୋଟବେଳୁ ସିନେମାକୁ ନେଇ ମନରେ ଆଗ୍ରହ ଥିଲା। କିନ୍ତୁ ମହିଳା କି ପୁରୁଷ ଏହି ପ୍ରତିବନ୍ଧକଟା ନ ରହିବା ଉଚିତ। ଜଣେ ଯେତେବେଳେ ସିନେମା ଦେଖୁଛି ସେ କ’ଣ ଖୋଜନ୍ତି ସିନେମାଟୋଗ୍ରାଫର ପୁରୁଷ କି ମହିଳା। ସିନେମା କେତେ ଭଲ ହୋଇଛି ତାହା ସମସ୍ତେ ଦେଖନ୍ତି। ପୁରୁଷ କି ମହିଳାର କଥା ଆସିଗଲେ ଦର୍ଶକ ବିଚାର କରିବା ଆରମ୍ଭ କରିଦେବେ। ଆରେ ଝିଅ ଟା କରିଛି ନିହାତି ବହୁତ କଷ୍ଟ ହୋଇଥିବ, ପୁଅଟା କରିଛି ଆଉ ଟିକେ ଭଲ ହୋଇପାରିଥାନ୍ତା। ତେଣୁ ଏଥିରେ ପୁରୁଷ କି ମହିଳା ଟ୍ୟାଗ୍‌ ଲଗା ନ ଯାଉ।
କ୍ୟାରିୟର ଆରମ୍ଭରୁ ଏପର୍ଯ୍ୟନ୍ତ ଯାତ୍ରାର ଅନୁଭୂତି?
– ଯେବେ ମୁଁ ପାଠ ପଢ଼ି ସାରି ନୂଆ କରି କାମକୁ ଯାଇଥିଲି, ସେତେବେଳେ ଯେମିତି ମନରେ ନର୍ଭସ୍‌ନେସ୍‌ ଥିଲା, କ’ଣ କରିବି, କେମିତି କରିବି, ଭଲ ହୋଇପାରିବ କି ନାହିଁ, ଆଜି ପର୍ଯ୍ୟନ୍ତ ସେମିତି ବି ରହିଛି। କାରଣ ଭଲ ହେବା ନିହାତି ଦରକାର। କେମିତି ଆଗକୁ ବଢ଼ିବି, ଅଧିକ ଭଲ କରିବି ସବୁବେଳେ ମନରେ ରହିଛି। ଆଉ ମୁଁ ଭାବୁଛି ଏହି କଥା ମୁଣ୍ଡରେ ରହିଲେ ହିଁ ଭଲ।
ଚଳଚ୍ଚିତ୍ର ସହ ରହିଛନ୍ତି, କେବେ ଅଭିନେତ୍ରୀ ହେବାକୁ ଇଚ୍ଛା ହୋଇନି?
– ମୁଁ ଛୋଟବେଳେ ନାଟକରେ ଅଭିନୟ କରୁଥିଲି। ସେବେ ଭାବୁଥିଲି ଅଭିନୟରେ ହିଁ ଯିବି। କିନ୍ତୁ ସମୟକ୍ରମେ ଯେବେ ମୁଁ ସିନେମାକୁ ଜାଣିବାକୁ ଲାଗିଲି, ସେବେ ଅନୁଭବ କଲି ପରଦା ପଛରେ ଅନେକ ଅଛନ୍ତି, ଯେଉଁମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ମୋ ଉପରେ ପ୍ରଭାବ ପକାଇଥିଲା।
ଓଡ଼ିଶୀ ନୃତ୍ୟ ବି କରନ୍ତି?
– ଓଡ଼ିଶୀ ଡ୍ୟାନ୍ସ କରେ। ମଣିଷ ଜୀବନରେ କେତୋଟି ଜିନିିଷ ଥାଏ ଯାହାକୁ ନିଜ ଖୁସି ବା ଶାନ୍ତି ପାଇଁ କରାଯାଇଥାଏ। ଓଡ଼ିଶୀ ମୋ ପାଇଁ ଠିକ୍‌ ସେମିତି। ଯଦିଓ ଏହାକୁ ମୁଁ ବୃତ୍ତି ଭଳି ନେଇନାହିଁ, କିନ୍ତୁ ଏହା ମୋତେ ଖୁସି ଆଣିଦିଏ।
ଅନ୍ୟ କେଉଁଥିରେ ରୁଚି ରହିଛି?
– ବୁଲିବା ମୋତେ ବହୁତ ପସନ୍ଦ। ସେମିତି ନୁହେଁ କି କୁଆଡ଼େ ଯାଇ ଖାଲି ବୁଲି ଆସିବି। ନୂଆ ନୂଆ ଜାଗା ବୁଲିବା ସହ ଏହାର ସଂସ୍କୃତି, ସେଠାକାର ଲୋକଙ୍କ ସହ ମିଶିବା, ଏମିତି କିଛି ଜିନିଷ ଯାହା ଆମଠି ନାହିଁ କି ଆମଠୁ ଅଲଗା, ସେସବୁ ଏକ୍ସପ୍ଲୋର୍‌ କରିବାକୁ ଭଲ ଲାଗେ।
ପରଦା ପଛର ନାୟିକା/ନାୟକଙ୍କ ପ୍ରାପ୍ୟ ଓ ସମ୍ମାନକୁ ନେଇ କ’ଣ କହିବେ?
– ସିନେମାଟୋଗ୍ରାଫର ହେଉ କି ପରଦା ପଛରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଅନ୍ୟ କେହି ଆର୍ଟିଷ୍ଟ, ସେମାନେ ହେଉଛନ୍ତି ସିନେମାର ମସ୍ତିଷ୍କ। ସିନେମାକୁ ସୁନ୍ଦର କରିବାରେ ସେମାନଙ୍କ ଚିନ୍ତା ଅଧିକ। ଆଉ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ, ସମ୍ମାନ ମିଳିଲେ ହିଁ ସେମାନେ ଖୁସିରେ କାମ କରିବେ, ସିନେମା ଭଲ ହେବ।
ଭବିଷ୍ୟତ ଲକ୍ଷ୍ୟ ବା ଯୋଜନା ସମ୍ପର୍କରେ…?
– ନିର୍ଦ୍ଦେଶନା କ୍ଷେତ୍ରରେ ଆଗ୍ରହ ଥିଲା। କିନ୍ତୁ କଟକରେ ନିର୍ଦ୍ଦେଶନା ଦିଗରେ ପଢ଼ିବାକୁ ସୁବିଧା ନ ଥିଲା। ସେଥିପାଇଁ ସିନେମାଟୋଗ୍ରାଫି ପଢିଲି। ସିନେମାରେ କାମ କଲା ପରେ ନିର୍ଦ୍ଦେଶନା ଦିଗରେ ଅଭିଜ୍ଞତା ଆସିଛି। ମୁଁ କିଛି ନୂଆ କରିବାକୁ ଚାହୁଁଛି, ଯାହାକୁ ସମସ୍ତେ ପ୍ରଶଂସା କରିବେ ସମସ୍ତେ ମନେ ରଖିବେ। ଏବେ ଯାହା କାମ କରୁଛି ଆଗକୁ କେମିତି ଭଲ କରିବି ସେ ନେଇ ସବୁବେଳେ ଚେଷ୍ଟା କରୁଛି। କହିବାକୁ ଗଲେ ମୁଁ ନିଜର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଚାହେଁ।
କେଉଁ ପରିଚୟ ଖୁସି ଲାଗିବ, ସିନେମାଟୋଗ୍ରାଫର ନା ଅଭିନେତା ହର ରଥଙ୍କ ସ୍ତ୍ରୀ ?
– ଉଭୟ। ତାଙ୍କ ପରିଚୟରେ କେହି ମୋତେ ପରିଚୟ ଦେଲେ ବି ଖୁସି ଲାଗେ। ୨ଟା ଯାକ ଟ୍ୟାଗ୍‌ ନେବାକୁ ଚାହିଁବି।

ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?