କୋରାପୁଟରେ ୨୪୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୦ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୮୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୦ ପୁରୁଷ ଏବଂ ୩୦ ମହିଳା ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୨୪୩୦କୁ ବୃଦ୍ଧିପାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ଟିଏମସିରୁ ୧୫ ଜଣ, ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ୩୦ ଜଣ ଓ ୩୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ୧୦ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୪ ଜଣ ରାୟଗଡ଼ା ଫେରନ୍ତା, ଜଣେ ଭୁବନେଶ୍ୱର ଫେରନ୍ତା ରହିଛନ୍ତି। ସେହିପରି ଜିଲାର ୩ଟି ପୌରାଞ୍ଚଳରୁ ଚିହ୍ନଟ ୨୦ ଜଣଙ୍କ ମଧ୍ୟରେ ଜୟପୁର ମ୍ୟୁନିସିପାଲିଟିରୁ ୪, କୋରାପୁଟରୁ ୧୧, ସୁନାବେଡ଼ାରୁ ୩ ଓ କୋଟପାଡ଼ ଏନ୍‌ଏସିରୁ ୨ଜଣ ରହିଛନ୍ତି। ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ୬୦ ଜଣଙ୍କ ମଧ୍ୟରେ ବନ୍ଧୁଗାଁରୁ ୧୧, ବୈପାରୀଗୁଡ଼ାରୁ ୨, ବୋରିଗୁମ୍ମାରୁ ୨, ଦଶମନ୍ତପୁରରୁ ୨, ଜୟପୁର ୬ ,କୋରାପୁଟ ୩, କୋଟପାଡ଼ ବ୍ଲକରୁ ଜଣେ, ଲମତାପୁଟ ବ୍ଲକର ୩, ଲକ୍ଷ୍ମୀପୁର ବ୍ଲକରୁ ୫, ନାରାୟଣପାଟଣାରୁ ୨, ପଟ୍ଟାଙ୍ଗିରୁ ୧୮ ଓ ସେମିଳିଗୁଡ଼ା ବ୍ଲକରୁ ୫ ଜଣ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କରୋନା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲାପାଳ ପୁଣି ଥରେ ଜିଲାବାସୀକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଯୁବକଙ୍କ ଜୀବନ ଗଲା

ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ସାନି ନିର୍ବାଚନକୁ ବିରୋଧ

ବିଷମକଟକ, ୨୨।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ନିମଗିରି ମୁଣ୍ଡବାଲି ୮ ନମ୍ବର ବୁଥ୍‌ରେ ୨୩ ତାରିଖରେ ସାନି ନିର୍ବାଚନ ହେବାକୁ ସୋମବାର...

ବରଷକରେ ଥରେ ହୁଏ ବାପ-ପୁଅ ମିଳନ

ବରୀ,୧୪ା୪(ଡି.ଏନ.ଏ.): ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ବରୀ ବ୍ଲକ ଅଧୀନ ରତ୍ନଗିରିସ୍ଥିତ ମହାକାଳ ମନ୍ଦିରରେ ବାପ-ପୁଅଙ୍କ ମିଳନ ହୋଇଥାଏ। ଏହି ଦିନ ବିଶ୍ୱପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ବିମଣ୍ଡିତ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧.୧୫ ଲକ୍ଷ ଟଙ୍କା ପ୍ରଦାନ

ବୁଗୁଡା,୨୨ା୪(ଡି.ଏନ.ଏ.)- ବୁଗୁଡ଼ା ଏନ୍‌ଏସି ବିଜୁ ଜନତା ଦଳର ଜନ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ସହ କିଛି ବଦାନ୍ୟ ବ୍ୟକ୍ତି ମଙ୍ଗଳବାର କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ...

ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ

କୋରାପୁଟ,୨୮ା୯(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରୁ ସୋମବାର ଚନ୍ଦନକାଠ ଚୋରାଚାଲାଣ ହେବା ବେଳେ ଜବତ ହେବାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜିଲାର ନନ୍ଦପୁର...

‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା...

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : କଲ୍ୟାଣମଣ୍ଡପକୁ ସ୍ଥାନାନ୍ତରଣର ବିରୋଧ

ବ୍ରହ୍ମପୁର ଅଫିସ,୧୮ା୭-ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ଉପକଣ୍ଠ ତଥା କନିଷିସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବା ଘୋଷଣା ପରେ ବିଭିନ୍ନ ସଂଗଠନ...

ବାଲେଶ୍ୱରର ୨ ବର୍ଷର ଶିଶୁକନ୍ୟା, ୩୨ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ଫଳରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ...

Advertisement
Archives

Model This Week