Posted inଜାତୀୟ

ଭାରତରେ କ୍ରୋନିକ୍‌ ଡିଜିଜ୍‌ ମୃତ୍ୟୁ ବଢ଼ିଛି

ନୂଆଦିଲ୍ଲୀ, ୧୬ା୯ (ପି.ଟି.): କ୍ୟାନ୍‌ସର, ହୃଦ୍‌ରୋଗ ପରି କ୍ରୋନିକ୍‌ ଡିଜିଜ୍‌ (ଦୀର୍ଘକାଳୀନ ରୋଗ)ରେ ମୃତ୍ୟୁ ସମ୍ଭାବନା ବଢ଼ିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ରହିଛି। ଲାନ୍‌ସେଣ୍ଟ ପତ୍ରିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନ ସୋମବାର ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ୨୦୧୦ରୁ ୨୦୧୯ ମଧ୍ୟରେ ଭାରତରେ କ୍ରୋନିକ୍‌ ଡିଜିଜ୍‌ରେ ପୀଡ଼ିତ ଥିବା ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ତେବେ ଗତ ଦଶନ୍ଧିରେ ବୈଶ୍ୱିକ ସ୍ତରରେ ୫ରୁ ୪ ଦେଶରେ କ୍ରୋନିକ୍‌ ଡିଜିଜ୍‌ ମୃତ୍ୟୁ ହ୍ରାସ ପାଇଥିବାରୁ ଏହି ଅଧ୍ୟୟନ ଭାରତର ଚିନ୍ତା ବଢ଼ାଇଛି।
ଇମ୍ପେରିଆଲ କଲେଜ ଲଣ୍ଡନର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ଭାରତରେ ପୁରୁଷଙ୍କ ତୁଳନାରେ କ୍ରୋନିକ୍‌ ଡିଜିଜରେ ପୀଡ଼ିତ ହୋଇ ଅଧିକ ମହିଳାଙ୍କର ମୃତ୍ୟୁ ଘଟିଛି। ଦେଶରେ ହୃଦ୍‌ରୋଗ ଏବଂ ମଧୁମେହରେ ପୀଡ଼ିତ ହୋଇ ସର୍ବାଧିକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ଅଧ୍ୟୟନରେ ଗବେଷକମାନେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସହଯୋଗରେ ଭାରତ ସମେତ ୧୮୫ ଦେଶରେ କ୍ରୋନିକ୍‌ ଡିଜିଜ୍‌ରୁ ହେଉଥିବା ମୃତ୍ୟୁକୁ ନେଇ ଗବେଷଣା କରିଥିଲେ। ଅଧ୍ୟୟନ ଅନୁଯାୟୀ, ମହିଳାଙ୍କ କ୍ଷେତ୍ରରେ ଜନ୍ମରୁ ୮୦ ବର୍ଷ ମଧ୍ୟରେ ଅଣ ସଂକ୍ରମିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହେବାର ସମ୍ଭାବନା ୧୮୫ ଦେଶ ମଧ୍ୟରୁ ୧୫୨ ଦେଶରେ (୮୨%) ହ୍ରାସ ପାଇଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ୧୪୭ ଦେଶରେ (୭୯%) ଏହା ହ୍ରାସ ପାଇଛି। ସେହିପରି ମହିଳାଙ୍କ କ୍ଷେତ୍ରରେ ୩୩ ଦେଶରେ (୧୮%) ଏବଂ ପୁରୁଷଙ୍କ କ୍ଷେତ୍ରରେ ୩୮ ଦେଶରେ (୨୧%) ଅଣ ସଂକ୍ରମିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହେବାର ସମ୍ଭାବନା ବଢ଼ିଥିବା ଏହି ଅଧ୍ୟୟନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?