ଖ୍ରୀଷ୍ଟମାସ ଓ ଯିଶୁ

ହରିଶ୍‌ ଚନ୍ଦ୍ର ଅରିଶଲ୍ୟ

 

ବାଇବେଲ କହେ, ”କାରଣ ଈଶ୍ୱର ଜଗତକୁ ଏପରି ପ୍ରେମକଲେ ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ର(ପ୍ରଭୁ ଯିଶୁ)ଙ୍କୁ ଦାନକଲେ। ଏଣୁ ଯେକେହି ତାହାଙ୍କଠାରେ ବିଶ୍ୱାସ କରିବ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।“ ପ୍ରଭୁ ଯିଶୁଖ୍ରୀଷ୍ଟ ଡିସେମ୍ବର ୨୫ ରେ ଜନ୍ମଗ୍ରହଣ କରିଥିବା ପ୍ରମାଣ ବାଇବେଲରେ ରେକର୍ଡ ନାହିଁ। କିନ୍ତୁ ତାଙ୍କର ଜନ୍ମ ଇତିହାସ ବାଇବେଲରେ ଏପରି ବର୍ଣ୍ଣିତ: ହେରୋଦ୍‌ ରାଜାଙ୍କ ରାଜତ୍ୱ ସମୟରେ ପ୍ରଥମଥର ପାଇଁ ଜନଗଣନା ନିମନ୍ତେ ଯିହୁଦା ନାମକ ପ୍ରଦେଶର ବେଥଲହାମ୍‌ଙ୍କୁ ଯୋସେଫ୍‌ ଏବଂ ଗର୍ଭବତୀ ମେରୀ ଯାଇଥାନ୍ତି। ବାଲିଯାତ୍ରା ,ବିଭିନ୍ନ ଯାତ୍ରା ଓ ମେଳା ପରି ଲୋକ ଭିଡ଼ ହେତୁ ରହିବା ପାଇଁ ଭଡ଼ାଘର ମିଳୁ ନ ଥାଏ। ଯୋସେଫ୍‌ ଓ ମେରୀ ବାଧ୍ୟହୋଇ ଗୋଟିଏ ଗୁହାଳରେ ଆଶ୍ରୟ ନେଇଥାନ୍ତି। ଏହି କଷ୍ଟସାଧ୍ୟ ସମୟରେ ମେରୀ ଯିଶୁଙ୍କୁ ଜନ୍ମଦେଇ ଲୁଗାରେ ଘୋଡ଼ାଇ ଗୁହାଳ କୁଣ୍ଡରେ ରଖିଥାନ୍ତି। ଠିକ୍‌ ସେତିକିବେଳେ ସ୍ବର୍ଗୀୟ ଦୂତବାହିନୀ ସେହି ଅଞ୍ଚଳରେ ରାତ୍ରିରେ ମେଷପଲ ଜଗି ରହିଥିବା ମେଷପାଳକମାନଙ୍କୁ ପ୍ରଭୁ ଯିଶୁ ଜନ୍ମ ଗ୍ରହଣ କରିଥିବା ଖବର ଜଣାଇଲେ। ଏହି ଦୃଶ୍ୟ ଦେଖି ଓ ସ୍ବର୍ଗୀୟ ବାଣୀ ଶୁଣିଲା ପରେ, ସେହି ମେଷପାଳକମାନେ ପ୍ରଭୁ ଯିଶୁଙ୍କୁ ଦେଖିବାକୁ ବାହାରିଲେ। ପୂର୍ବ ଦେଶର ପଣ୍ଡିତମାନେ ଶାସ୍ତ୍ର ଅନୁସାରେ ପ୍ରଭୁ ଯିଶୁଙ୍କ ଜନ୍ମ ଅପେକ୍ଷାରେ ଥିଲେ। ଏହି ଖବର ପାଇ ଯିଶୁଙ୍କ ଦର୍ଶନାର୍ଥେ ବାହାରିଲେ। ଗୋଟିଏ ସ୍ବତନ୍ତ୍ର ତାରା ସେହି ମେଷପାଳକମାନଙ୍କୁ ଦିଗ୍‌ଦର୍ଶନକରି ଉକ୍ତ ଗୁହାଳ କୁଣ୍ଡ ଉପରେ ସ୍ଥଗିତ ରହିଲା। ଶିଶୁ ପ୍ରଭୁ ଯିଶୁଙ୍କୁ ହତ୍ୟାକରିବା ପାଇଁ ବିଶେଷ ଷଡ଼ଯନ୍ତ୍ର କରାଗଲା ଏବଂ ସେହି ଅଞ୍ଚଳର ସମସ୍ତ ବନଜାତ ଶିଶୁ ପୁଅକୁ ଅମାନୁଷିକ ଭାବେ ଗଣହତ୍ୟା କରାଯାଇଥିଲା।
ଏହି ଘଟଣା ହଜାର ହଜାର ବର୍ଷ ତଳେ ଘଟିଥିଲା। ପ୍ରତିବର୍ଷ ଖ୍ରୀଷ୍ଟମାସ ସମୟରେ ପ୍ରଭୁ ଯିଶୁଙ୍କ ସେହି ଶିଶୁ ରୂପ ନ ଥାଏ। ସେ ଆଉ ଶିଶୁ ନାହାନ୍ତି। ପାଗାନ ବିଶ୍ୱାସ ପ୍ରଥାକୁ ନେଇ ଖ୍ରୀଷ୍ଟମାସ ଟ୍ରି, ଖ୍ରୀଷ୍ଟମାସ ଫାଦର ଓ ଅନ୍ୟାନ୍ୟ ସାଜସଜ୍ଜା ହୋଇଥାଏ। କିନ୍ତୁ ଏହିସବୁ ତଥ୍ୟର ବାଇବେଲରେ ପ୍ରମାଣ ନାହିଁ। ଖ୍ରୀଷ୍ଟମାସର କେନ୍ଦ୍ରବିନ୍ଦୁ ହେଉଛି ଦାନ ଓ ଉପହାର। କାରଣ ବିନା ମୂଲ୍ୟରେ ମନୁଷ୍ୟ ଜାତିର ପାପ କ୍ଷମା ଓ ପରିତ୍ରାଣ ନିମନ୍ତେ ପ୍ରଭୁ ଯିଶୁ ଏକ ମହାନ୍‌ ଉପହାର ରୂପେ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଖ୍ରୀଷ୍ଟମାସ ସମୟରେ ଲୋକମାନଙ୍କ ମଧ୍ୟରେ ଉପହାର ବିନିମୟ ହୋଇଥାଏ। ଦୀନଦୁଃଖୀ ଏବଂ ଅଭାବଗ୍ରସ୍ତ ଲୋକଙ୍କୁ ଏହି ଦିନମାନଙ୍କରେ ବିଭିନ୍ନ ପ୍ରକାରେ ସାହାଯ୍ୟ କରାଯାଇଥାଏ।
ଖ୍ରୀଷ୍ଟ ଶବ୍ଦର ଅର୍ଥ ହେଉଛି ‘ଅଭିଷିକ୍ତ’। ଏହା ନାମବାଚକ ନୁହେଁ। ପ୍ରଭୁ ଯିଶୁ ଏକ ବିଶେଷ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅଭିଷିକ୍ତ ହୋଇଥିଲେ। ବାଇବେଲ କହେ, ”ପ୍ରଭୁ ଯିଶୁ, ‘ପରମେଶ୍ୱରଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି। ପୁଣି ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କରିଅଛନ୍ତି।“ ପ୍ରଭୁ ଯିଶୁଖ୍ରୀଷ୍ଟ ଜୀବନ୍ତ ପରମେଶ୍ୱରଙ୍କ ପ୍ରଥମ ଓ ଶେଷ ମନୁଷ୍ୟ ଅବତାର ହୋଇ ଜନ୍ମଗ୍ରହଣ କରିଥିଲେ। ବାଇବେଲ କହେ, ”ପରମେଶ୍ୱର ଓ ମନୁଷ୍ୟ ଜାତି ମଧ୍ୟରେ କେବଳ ଜଣେ ମଧ୍ୟସ୍ଥ ଅଛନ୍ତି- ସେ ହେଉଛନ୍ତି ପ୍ରଭୁ ଯିଶୁଖ୍ରୀଷ୍ଟ। ‘ପ୍ରଭୁ ଯିଶୁ ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମ ଜାତ’। କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ବର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି।
ବାଇବେଲ କହେ, ”ସମସ୍ତ ବିଷୟ ସୃଷ୍ଟିହେବା ପୂର୍ବରୁ ସେ (ଯିଶୁ) ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ଆଉ ସେ ମଣ୍ଡଳୀ (ଚର୍ଚ୍ଚ) ରୂପ ଶରୀରର ମସ୍ତକ ସ୍ବରୂପ, ସେ ଆଜି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି।“ କାରଣ ଈଶ୍ୱରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ। ପୁଣି ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନକରି ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ବର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଯିଶୁ ଈଶ୍ୱର କହନ୍ତି, ଆମ୍ଭେ ‘କ’ ଓ ‘କ୍ଷ’- ଆରମ୍ଭ ଓ ଶେଷ। ‘ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍‌ଣ ଦ୍ୱିଧାର ଖଡ୍‌ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜମୟ ଥିଲା। ସେ ହେଉଛନ୍ତି ପ୍ରଭୁ ଯିଶୁଖ୍ରୀଷ୍ଟ।
କେତେକ ଚର୍ଚ୍ଚରେ ସୁନ୍ଦର ଭାବରେ ଶିଶୁ ଯିଶୁଖ୍ରୀଷ୍ଟ, ଗୁହାଳକୁଣ୍ଡରେ ଶୋଇଥିବା ଚିତ୍ର ଓ ସାଜସଜ୍ଜା ଦେଖିବାକୁ ମିଳେ। ପ୍ରଭୁ ଯିଶୁଙ୍କ ଶାରୀରିକ ଜନ୍ମ ହଜାର ହଜାର ବର୍ଷ ତଳେ ହୋଇଥିଲା। ପ୍ରତିବର୍ଷ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସେହି ଶିଶୁ ରୂପ ନ ଥାଏ। ଯିଶୁ ଆଉ ଶିଶୁ ନୁହନ୍ତି। କିନ୍ତୁ ପ୍ରଭୁମାନଙ୍କ ପ୍ରଭୁ,ଦେବମାନଙ୍କ ଦେବ, ରାଜାମାନଙ୍କ ରାଜା। ସେଥିପାଇଁ ପ୍ରଭୁ ଯିଶୁଙ୍କ କୌଣସି ପ୍ରକାର ଛବି ବା ପ୍ରତିମା, ମୂର୍ତ୍ତିକୁ ପୂଜା ଅର୍ଚ୍ଚନା କରାଯାଏ ନାହିଁ। ଈଶ୍ୱର ଏବଂ ଯିଶୁଙ୍କ ଆକୃତି ଏବଂ ପ୍ରତିରୂପକୁ କଳାକାର ଚିତ୍ରଣ କରିପାରିବ ନାହିଁ। କାରଣ ଈଶ୍ୱରଙ୍କୁ କୌଣସି ମନୁଷ୍ୟ ଦେଖିପାରିବେ ନାହିଁ ଏବଂ ଦେଖିଲା ପରେ ବଞ୍ଚତ୍ପାରିବେ ନାହିଁ। ବାଇବେଲ କହେ, ”ପ୍ରଭୁ ଯିଶୁ ଆଜି, କାଲି ଓ ଆସନ୍ତାକାଲି ସମାନ ।“
ପ୍ରଭୁ ଯିଶୁଙ୍କୁ ହୃଦୟରେ ବିଶ୍ୱାସକରି ମୁଖରେ ସ୍ବୀକାର କରିବା ଏବଂ ନିଜ ପାପ ପ୍ରଭୁ ଯିଶୁଙ୍କ ନିକଟରେ, ପାପୀ ବୋଲି ସ୍ବୀକାର କଲେ, ଯେକୌଣସି ବ୍ୟକ୍ତି, ଜାତି, ଧର୍ମ, ବର୍ଣ୍ଣ,କାଳ,ପାତ୍ର ନିର୍ବିଶେଷରେ ପରିତ୍ରାଣ ମୋକ୍ଷପ୍ରାପ୍ତ ହେବ। କିନ୍ତୁ ‘ଖ୍ରୀଷ୍ଟଧର୍ମ’ ଗ୍ରହଣ କରିବା ଦ୍ୱାରା କେହି କେବେହେଲେ ପରିତ୍ରାଣ ପାପକ୍ଷମା ପାଇବେ ନାହିଁ। ପାପକ୍ଷମା ଓ ପରିତ୍ରାଣ ପାଇଁ ଏକମାତ୍ର ପଥ, ସତ୍ୟ ଓ ଜୀବନ ହେଉଛନ୍ତି ପ୍ରଭୁ ଯିଶୁଖ୍ରୀଷ୍ଟ। କୌଣସି ଧର୍ମ ସହ ପାପକ୍ଷମା ଓ ପରିତ୍ରାଣ ଓ ପ୍ରଭୁ ଯିଶୁଖ୍ରୀଷ୍ଟ ଦତ୍ତ ମୁକ୍ତିର ସମ୍ପର୍କ ନାହିଁ। ଏଥିପାଇଁ ‘ଖ୍ରୀଷ୍ଟିଆନ’ ହେବା ବା ‘ଧର୍ମ’ ପରିବର୍ତ୍ତନ କରିବା ବା ‘ଖ୍ରୀଷ୍ଟଧର୍ମ’ ଗ୍ରହଣ କରିବା ଆବଶ୍ୟକ ହିଁ ନାହିଁ।
ଈଶ୍ୱରଙ୍କ ପ୍ରଥମ ଶେଷ ଅବତାର ହେଉଛି ଖ୍ରୀଷ୍ଟମାସ। ଏହାର କୌଣସି ଦର୍ଶନ ଶାସ୍ତ୍ର, ଧର୍ମ, ପରମ୍ପରା, ଦେବ ଉପଖ୍ୟାନ ଏବଂ ସଂସ୍କୃତି ସହ ସମ୍ପର୍କ ନାହିଁ। ଗୋଟିଏ ପକ୍ଷରେ ଜୀବିତ ପରମେଶ୍ୱରଙ୍କ ସମ୍ପର୍କରେ, ଅନ୍ୟପକ୍ଷରେ ମନୁଷ୍ୟଜାତି ଏବଂ ଦୁହିଁଙ୍କ ମଧ୍ୟରେ ବଳିଦାନର ମୂଳ ସ୍ରଷ୍ଟା ଏବଂ ସୁସମ୍ପର୍କରେ କର୍ତ୍ତା ପ୍ରଭୁ ଯିଶୁଖ୍ରୀଷ୍ଟ। ଖ୍ରୀଷ୍ଟମାସର ବାର୍ତ୍ତା ସବୁବେଳେ ସମସ୍ତଙ୍କ ପାଇଁ, କେବଳ ଡିସେମ୍ବର ମାସ, ଖ୍ରୀଷ୍ଟମାସ ଋତୁରେ ନୁହେଁ, ବର୍ଷ ସାରା ଯେକୌଣସି ସମୟରେ ଏବଂ ଯେକୌଣସି ପରିସ୍ଥିତି ଏବଂ ସ୍ଥାନରେ ଏହା ପ୍ରଯୁଜ୍ୟ।

ମୋ:୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?