ଅସ୍ୱାଭାବିକ ବିନ୍ଦୁରେ କଶ୍ମୀର

ଜମ୍ମୁ ଓ କଶ୍ମୀରର ଦ୍ୱୈତ ଜିଲା ପୁଞ୍ଚ୍‌ ଓ ରଜୌରିବାସୀ ଏବେ ୧୯୯୦ ସମୟର ଉଗ୍ରବାଦ ପରିସ୍ଥିତିକୁ ସାମ୍ନା କଲାଭଳି ଅବସ୍ଥାରେ ପହଞ୍ଚତ୍ଥିବା ମନେହେଉଛି। କାରଣ ଏହିସବୁ ଅଞ୍ଚଳରେ ଗୋଟିଏ ବର୍ଷ ମଧ୍ୟରେ ୪ଟି ବଡ଼ ଏନ୍‌କାଉଣ୍ଟରରେ ୨୦ ଜଣ ଯବାନ, ୧୦ ନାଗରିକ ଓ ୨୪ ଉଗ୍ରପନ୍ଥୀଙ୍କ ମୃତ୍ୟୁ ଘଟିଲାଣି। ଜମ୍ମୁ ଡିଭିଜନ ଅନ୍ତର୍ଗତ ପିର ପଞ୍ଜାଲର ଏକ ଅଂଶ ହେଉଛି ପୁଞ୍ଚ୍‌ ଓ ରଜୌରି। ଏହି ଇଲାକାରେ ବିଦ୍ରୋହାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ସବୁଠାରୁ ମୁଖ୍ୟ କାରଣ ହୋଇଥାଇପାରେ ସାଧାରଣ ଲୋକଙ୍କ ଉପରେ ପୋଲିସର ଅତ୍ୟଧିକ ବଳ ଓ କ୍ଷମତା ପ୍ରୟୋଗ। ଏହା କହିଲାବେଳକୁ ଆମେ ସତର୍କ ରହୁଛୁ ଯେ, କଶ୍ମୀର ଉପତ୍ୟକାର ପରିସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ତଥାପି ଭାରତୀୟ ପୋଲିସ ଏବଂ ସେଥିରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କର ଆଭିମୁଖ୍ୟ ଓ ବ୍ୟବହାର ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି। ଉଗ୍ରବାଦର ଉଚିତ ସାମ୍ନା କରିବା ପାଇଁ ଭାରତର କୌଣସି ରାଜ୍ୟର ପୋଲିସ ସକ୍ଷମ ବୋଲି କହିହେବ ନାହିଁ। ଭାରତୀୟ ପୋଲିସ ସେବା ବା ଆଇପିଏସ୍‌ ଅଧିକାରୀମାନେ କୋରାପୁଟରୁ କଶ୍ମୀର ପର୍ଯ୍ୟନ୍ତ ଏକପ୍ରକାର ଆଭିମୁଖ୍ୟ ପୋଷଣ କରିଥାନ୍ତି। ସେମାନଙ୍କ ଉପରେ ମଧ୍ୟ ସବୁ ଦୋଷ ଲଦିଦେଲେ ହେବ ନାହିଁ। ଚାକିରି କରିବାର କିଛିବର୍ଷ ପରେ ଏହି ଅଫିସରମାନେ ଜନସାଧାରଣଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଆନ୍ତି, ଯାହାଫଳରେ ପୋଲିସ ଅଫିସରମାନେ ବରିଷ୍ଠତା ହାସଲ କରିବା ପରେ ତୃଣମୂଳ ସ୍ତରର ସମସ୍ୟାଗୁଡ଼ିକ ସହିତ ସଂଯୋଗ ରଖିବାକୁ ପସନ୍ଦ କରନ୍ତି ନାହିଁ; ଯେଉଁଥିପାଇଁ କଶ୍ମୀରରେ ଅତ୍ୟଧିକ ବଳ ପ୍ରୟୋଗ ହେଉଥିବାରୁ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟୁଛି। ଆମେ ବହୁ ଦୂରରେ ବସି ସେହି ନାଗରିକମାନଙ୍କୁ ଉଗ୍ରବାଦୀ କହିଦେବା ଅତ୍ୟନ୍ତ ସହଜ। କିନ୍ତୁ ସେହିଭଳି ଅନ୍ୟାୟ ଓ ଅତ୍ୟାଚାର ଯେତେବେଳେ ଭାରତର ବିଭିନ୍ନ ରାଜ୍ୟର ପୋଲିସ ଘଟାଉଛି ସେତେବେଳେ ପୋଲିସ ଅତ୍ୟାଚାରର ପ୍ରତ୍ୟେକଟି ପୀଡ଼ିତଙ୍କୁ ଉଗ୍ରବାଦୀ ବୋଲି କହିହେବ ନାହିଁ। କଶ୍ମୀର ଭଳି ମଣିପୁରରେ ମଧ୍ୟ ଯେଉଁଭଳି ପୋଲିସ ଅତ୍ୟାଚାର ହେଉଛି, ତାହା ସେଠାକାର ବାସିନ୍ଦାଙ୍କୁ ଅତିଷ୍ଠ କରିବା ସହିତ ଭାରତୀୟ ବ୍ୟବସ୍ଥା ଓ ସମ୍ବିଧାନ ଉପରେ ବିଶ୍ୱାସ ତୁଟାଇ ଦେଉଥିବ।
କଶ୍ମୀରର ସଦ୍ୟ ଘଟଣାକୁ ଦେଖିଲେ ୨୧ ଡିସେମ୍ବରରେ ରଜୌରିର ଡେରା କି ଗଳି ଓ ପୁଞ୍ଚ୍‌ର ବାଫ୍‌ଲିଆଜ୍‌ ମଧ୍ୟରେ ସେନାର ଦୁଇଟି ଗାଡ଼ି ଯାଉଥିବା ବେଳେ ତାହା ଉପରକୁ ସନ୍ଦିଗ୍ଧ ଉଗ୍ରପନ୍ଥୀମାନେ ଆକ୍ରମଣ କରିଥିଲେ। ଏଥିରେ ୫ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ୬ ଜଣ ଉଗ୍ରପନ୍ଥୀ ଏହି ଆକ୍ରମଣ ଘଟାଇଥିବା କୁହାଯାଉଛି। ଯବାନଙ୍କ ମୃତ୍ୟୁ ପରେ ସେନା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସେନା, ଜମ୍ମୁ ଓ କଶ୍ମୀର ପୋଲିସ ଏବଂ ଅର୍ଦ୍ଧ ସାମରିକ ବାହିନୀ ସମ୍ପୃକ୍ତ ଅଞ୍ଚଳରେ ତନାଘନା କରିଥିଲେ। କିଛି ନ ପାଇବା ପରେ ଶେଷରେ ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୦ରୁ ୨୦ ସ୍ଥାନୀୟ ନାଗରିକଙ୍କୁ ଏହିସବୁ ବାହିନୀ ଉଠାଇ ଆଣି ପଚରାଉଚୁରା କରିଥିଲେ। ସେହି ସମୟରେ କେତେ ଜଣଙ୍କ ଉପରେ ପ୍ରବଳ ମାଡ଼ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସାଧାରଣ ଲୋକଙ୍କ ମୃତ୍ୟୁ ପରେ ଜମ୍ମୁ ଓ କଶ୍ମୀରରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅସ୍ବାଭାବିକ ସ୍ଥିତି ଉପୁଜିବା ଆଶଙ୍କାରେ ଅନେକ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏପରି କି ଫୋନ୍‌ ଲାଇନ୍‌ ଅଚଳ କରିଦିଆଯାଇଥିବା ଅଭିଯୋଗ ହେଉଛି। ଏହା ସମ୍ଭବତଃ ଭାରତ ସରକାରଙ୍କ ଏକ ସହଜ ଉପାୟ ପାଲଟିଯାଇଛି। କିନ୍ତୁ ଏହା ଯଦି କଶ୍ମୀରରେ ହେଉଛି, ତେବେ କାଲି ତାହା କଟକ କିମ୍ବା କଳାହାଣ୍ଡିରେ ହେବା ସମ୍ଭବପର। ଆଜିର ଯୁଗରେ କୌଣସି ଦୁର୍ଦ୍ଦଶାକୁ ନିଜଠାରୁ ଅତି ଦୂରରେ ବୋଲି ଭାବିବା ହେବ ବୋକାମିର ଲକ୍ଷଣ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ପ୍ରବାଦ ମନେପଡ଼ୁଛି-‘ଔଷଧ ବିକଳେ ତାଟିଆ କାମୁଡ଼ିବା’। କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ କରାଯିବା ପରେ କୁହାଯାଇଥିଲା ଯେ ଉଗ୍ରବାଦୀମାନେ ଭାରତୀୟ ଟଙ୍କାକୁ ନକଲ କରିପାରୁଥିବା ହେତୁ ଉଗ୍ରବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସେତେବେଳେ ଆହୁରି ମଧ୍ୟ କୁହାଯାଇଥିଲା ଯେ, ବିମୁଦ୍ରୀକରଣ ପରେ ଉଗ୍ରବାଦୀମାନେ ହତାଶ ହୋଇଯିବେ ଓ ଭାରତ ଉଗ୍ରବାଦମୁକ୍ତ ହୋଇଯିବ। ହେଲେ ଏବର ସ୍ଥିତି ଦେଖିଲେ ସୀମାପାର ଆତଙ୍କବାଦ ଅପେକ୍ଷା ଆଭ୍ୟନ୍ତରୀଣ ଅସନ୍ତୋଷ ସେହି ଭୂଖଣ୍ଡକୁ ଅସ୍ବାଭାବିକ ବିନ୍ଦୁରେ ନେଇ ପହଞ୍ଚାଇ ଦେଇଛି। ସେନା ହସ୍ତକ୍ଷେପ ବଢ଼ିଯାଇଥିବାରୁ ମାନବିକ ଅଧିକାର ଘୋର ଉଲ୍ଲଂଘନ ହେଉଛି। ଅପରପକ୍ଷରେ ସ୍ଥାନୀୟ ବାସିନ୍ଦା ସେନା ଓ ପୋଲିସକୁ ବିଶ୍ୱାସକୁ ନେଉନାହାନ୍ତି। ଅତୀତ ପ୍ରମାଣ ଦେଇଛି, ଯେତେବେଳେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢ଼ିଯାଏ ସେତେବେଳେ ଶାସକ, ସେନା ବା ବ୍ୟବସ୍ଥା ବିରୋଧରେ ପୁୁଞ୍ଜିଭୁତ ଅସନ୍ତୋଷ ପ୍ରକାଶ ପାଏ। ତାହା ପରବର୍ତ୍ତୀ ସମୟରେ ବିଦ୍ରୋହର ରୂପ ନିଏ। ଏଭଳି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ତୃଣମୂଳ ସ୍ତରରେ ଘଟୁଥିବା ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନର ସୂତ୍ର ବାହାର କରିବା କଥା। କିନ୍ତୁ ସେଥିରେ ସରକାର ବିଫଳ ହେଉଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri