Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ଗେଲ୍‌

ସେଣ୍ଟଜନ୍ସ, ୨୮ା୨ (ପି.ଟି.)-ମାର୍ଚ୍ଚ ୩ରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ପାଖାପାଖି ଦୁଇ ବର୍ଷ ପରେ ପ୍ରଥମ ଥର ଦଳରେ ସ୍ଥାନ ପାଇଛନ୍ତି। ପାକିସ୍ତାନ ସୁପର ଲିଗ୍‌ ଓ ଆଇପିଏଲ୍‌ ସମେତ ନିକଟରେ ଅନୁଷ୍ଠିତ କେତେକ ଟୁର୍ନାମେଣ୍ଟରେ ଏହି ୪୧ ବର୍ଷୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଛନ୍ତି। କିରନ ପୋଲାର୍ଡଙ୍କୁ ଏହି ୧୪ ଜଣିଆ ଦଳର ଅଧିନାୟକ କରାଯାଇଛି। ସେହିପରି ୯ ବର୍ଷ ବ୍ୟବଧାନରେ ୩୯ ବର୍ଷୀୟ ସିନିୟର ଫାଷ୍ଟ ବୋଲର ଫିଡେଲ ଏଡ୍‌ଓ୍ବାଡର୍‌ସ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ମାର୍ଚ୍ଚ ୩, ୫ ଓ ୭ ତାରିଖରେ ଆଣ୍ଟିଗୁଆର କୁଲିଜ୍‌ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ, ଯେଉଁଠାରେ ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲ୍‌ ଗତଥର ଓ୍ବେଷ୍ଟଇଣ୍ଡିଜ ତରଫରୁ ଭାରତ ବିପକ୍ଷ ଘରୋଇ ସିରିଜ ୨୦୧୯ ଅଗଷ୍ଟରେ ଖେଳିଥିଲେ। ସେହିବର୍ଷ ସେ ଆହୁରି ମଧ୍ୟ ୫୦ ଓଭର ବିଶ୍ୱକପ୍‌ ଖେଳିଥିଲେ। ଗେଲ୍‌ ୧୯୯୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ହେଉଛନ୍ତି ଟି୨୦ ଇତିହାସରେ ସବୁଠାରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ। ସେ ୧୦୩ ଟେଷ୍ଟ, ୩୦୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୫୮ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଏଡଓ୍ବାଡର୍‌ସଙ୍କୁ ସାମିଲ କରାଯିବା ଦ୍ୱାରା ଦଳର ଫାୟାର ପାଓ୍ବାର ବୃଦ୍ଧି ପାଇବ ବୋଲି କ୍ରିକେଟ ଓ୍ବେଷ୍ଟଇଣ୍ଡିଜର ମୁଖ୍ୟ ଚୟନକର୍ତ୍ତା ରୋଜର ହାର୍ପର କହିଛନ୍ତି। ଅଫ୍‌ ସ୍ପିନର କେଭିନ୍‌ ସିନ୍‌କ୍ଲେୟାର ପ୍ରଥମଥର ଓ୍ବେଷ୍ଟଇଣ୍ଡିଜ ଦଳରେ ସ୍ଥାନ ପାଇଥିବାବେଳେ ଆକିଲ ହୋସେନଙ୍କୁ ପ୍ରଥମ ଥର ଜାତୀୟ ଟି୨୦ ଦଳରେ ସ୍ଥାନ ମିଳିଛି। ସିଲେକ୍ସନ ପ୍ୟାନେଲ ଆହୁରିମଧ୍ୟ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି। ଏହା ଆଣ୍ଟିଗୁଆର ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ମାର୍ଚ୍ଚ ୧୦ରୁ ୧୪ ମଧ୍ୟରେ ଖେଳାଯିବ।
ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳ: କିରନ ପୋଲାର୍ଡ (ଅଧିନାୟକ), ନିକୋଲାସ ପୁରାନ, ଫାବିଏନ ଆଲେନ୍‌, ଡ୍ବେନ ବ୍ରାଭୋ, ଫିଡେଲ ଏଡ୍‌ଓ୍ବାଡର୍‌ସ, ଆଣ୍ଡ୍ରେ ଫ୍ଲେଚର, କ୍ରିସ୍‌ ଗେଲ୍‌, ଜାସନ ହୋଲ୍ଡର, ଆକିଲ ହୋସେନ, ଏଭିନ ଲିଓ୍ବିସ, ଓବେଦ୍‌ ମ୍ୟାକ୍‌କଏ, ରୋଭମାନ ପାଓ୍ବେଲ, ଲେଣ୍ଡଲ ସିମନ୍ସ, କେଭିନ ସିନ୍‌କ୍ଲେୟର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଟି୨୦ ଟିମ୍‌ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେୟସ୍କର ବୋଲି କହିଲେ ଇଂଲଣ୍ଡର ଏହି ପୂର୍ବ କ୍ରିକେଟର, ଜାଫର ଏଭଳି କହି…

ଅହମ୍ମଦାବାଦ,୧୩।୩: ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ୮ ଉଇକେଟରେ ଭାରତକୁ ହରାଇଛି ଇଂଲଣ୍ଡ। ଏହାକୁ ନେଇ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଉଘାନ ଭାରତୀକୁ...

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

ନୂଆଦିଲ୍ଲୀ,୭।୮- ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁୟାନାଠାରେ ଖେଳାଯାଇଥିବା ୩ୟ...

ଜାତୀୟ କ୍ରୀଡ଼ା ସଫ୍ଟ ଟେନିସ ପାଇଁ ଓଡ଼ିଶାର ୪ ଅଫିସିଆଲ

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ଅହମଦାବାଦରେ ହେବାକୁଥିବା ଜାତୀୟ କ୍ରୀଡ଼ାର ସଫ୍ଟଟେନିସ ଇଭେଣ୍ଟ ପାଇଁ ଓଡ଼ିଶାରୁ ୪ ଅଫିସିଆଲ ମନୋନୀତ ହୋଇଛନ୍ତି। ମହମ୍ମଦ ଆଜାମ ରେଫରି...

କୋହଲିଙ୍କ ଦ୍ୱିଶତକ ପରେ ଏମିତି ସେଲିବ୍ରେଶନ କଲେ ଅନୁଷ୍କା

ପୁଣେ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ବାରନୋଭିଚି(ବେଲାରୁସ),୧୦।୬(ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ ୧-୪ ଗୋଲରେ ବେଲାରୁଷ୍‌ ସିନିୟର ଦଳଠାରୁ ହାରିଯାଇଛି। ୨୧ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଜିତିଥିବା...

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି...

ମହିଳା ବିଗ୍‌ ବାସ୍‌ ଲିଗ୍‌: ସିଡ୍‌ନୀ ଥଣ୍ଡରକୁ ଦ୍ୱିତୀୟ ଟାଇଟଲ୍‌

ସିଡନୀ,୨୯।୧୧: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ରେ ସିଡ୍‌ନୀ ଥଣ୍ଡର ଏଥର ଚାମ୍ପିୟନ ହୋଇଛି। ଶନିବାର ସ୍ଥାନୀୟ ନର୍ଥ ସିଡ୍‌ନୀ ଓଭାଲ...

ପରାଜୟରେ ନିଜକୁ ଉତ୍ତରଦାୟୀ କରିଥାନ୍ତି ଧୋନୀ: ମୋହିତ

ନୂଆଦିଲ୍ଲୀ,୨୬।୫ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଦ୍ରୁତ ବୋଲର ମୋହିତ ଶର୍ମା। ସେ ଜଣେ ପ୍ରକୃତ ଅଧିନାୟକ।...

Advertisement
Archives

Model This Week