Posted inଫୁରସତ

ଫ୍ୟାଶନରେ ଚୋକର ଟପ୍ସ

ଯେକୌଣସି ଅକେଜନ୍‌ ହେଉ ନା କାହିଁକି ଜିନ୍ସ ଓ ଟପ୍ସ ପିନ୍ଧିଲେ କମ୍ଫଟେବଲ ଲାଗିଥାଏ ବୋଲି ଅନେକଙ୍କର ମତ ଥାଏ। ଏପରିକି କେହି କେହି ପାର୍ଟି, ଫଙ୍କ୍‌ସନରେ ସ୍କର୍ଟ ସହ ଟପ୍ସକୁ ପେୟାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ମାର୍କେଟ୍‌ରେ ଟପ୍ସର ଅନେକ ଭେରାଇଟି ଦେଖିବାକୁ ମିଳେ। ତେବେ ଚୋକର ଟପ୍ସ ହେଉଛି ତନ୍ମଧ୍ୟରୁ ଗୋଟିଏ। ଏହି ଟପ୍ସରେ ହୋଇଥିବା ଡିଜାଇନ ଓ ଏହାର ଫ୍ୟାବ୍ରିକ୍‌କୁ ନେଇ ବେକ ଚାରିପଟେ ହୋଇଥିବା ଚୋକର ଷ୍ଟାଇଲର ଏକ ପଟି ଟପ୍ସକୁ ଷ୍ଟାଇଲିଶ୍‌ ଓ ଟ୍ରେଣ୍ଡି କରିଥାଏ। ମୁଖ୍ୟ କଥା ହେଉଛି ଏହି ଷ୍ଟାଇଲର ଟପ୍ସ ପିନ୍ଧିଲାବେଳେ ବେକରେ କୌଣସି ନେକ୍‌ପିସ୍‌ ପିନ୍ଧିବାର ଆବଶ୍ୟକତା ପଡ଼େ ନାହିଁ। ତେବେ ଆସନ୍ତୁ ଜାଣିବା କେତୋଟି ଆକର୍ଷଣୀୟ ଚୋକର ଟପ୍ସ ସମ୍ପର୍କରେ….

ବ୍ଲାକ୍‌ ଚୋକର ଟପ୍ସ: ପାର୍ଟି, ଫଙ୍କ୍‌ଶନରେ ପିନ୍ଧିବା ପାଇଁ କଳାରଙ୍ଗର ଚୋକର ଟପ୍ସ ପରଫେକ୍ଟ ହୋଇଥାଏ। ଆଉ ଯଦି ଏହି ଟପ୍ସର ପଛପଟେ ଜିପ୍‌ ଲାଗିଥାଏ, ତା’ହେଲେ ଏହାକୁ ପିନ୍ଧିବା ବହୁତ କମ୍ଫଟେବଲ ହୋଇଥାଏ। ଏହି ଟାଇପ୍‌ର ଟପ୍ସକୁ ଜିନ୍ସ ହେଉ ଅବା ସ୍କର୍ଟ ସହ ପେୟାର କରି ପିନ୍ଧାଯାଇପାରେ।

ଅଫ୍‌ ସୋଲ୍ଡର ଚୋକର ଟପ୍ସ: ଏହି ଟାଇପ୍‌ର ଟପ୍ସ ଯୁବତୀଙ୍କୁ ହଟ୍‌ ଲୁକ୍‌ ଦେଇଥାଏ। ଏଥିରେ ହୋଇଥିବା ଚୋକର ନେକ୍‌ ଡିଜାଇନ ବେଶ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ। ଆଉ ଯଦି ଏହି ଟପ୍ସରେ ଷ୍ଟ୍ରାଇପ୍‌ ପ୍ରିଣ୍ଟ ହୋଇଥାଏ, ତା’ହେଲେ ସ୍ମାର୍ଟ ଲୁକ୍‌ ମିଳେ। ଉଭୟ ଜିନ୍ସ ପ୍ୟାଣ୍ଟ ହେଉ ଅବା ନି ଲେଙ୍ଗ୍‌ଥ ସ୍କର୍ଟ ସହ ଏହି ଟପ୍ସ ପିନ୍ଧିଲେ ମଡର୍ନ ଲୁକ୍‌ ମିଳେ। କାଜୁଆଲ ଆଉଟିଂ ହେଉ ଅବା ଡେଟିଂରେ ଯିବା ପାଇଁ ଏହି ଆଉଟ୍‌ଫିଟ୍‌ ପରଫେକ୍ଟ ହୋଇଥାଏ।

ଓ୍ବାନ୍‌ ସୋଲ୍ଡର ଚୋକର ଟପ୍ସ: ଏହି ଷ୍ଟାଇଲର ଟପ୍ସ ପାର୍ଟି,ଫଙ୍କ୍‌ସନ ପାଇଁ ବେଷ୍ଟ। ଏହା ମଡର୍ନ ଲୁକ୍‌ ଦେଇଥାଏ। ଏହି ଟପ୍ସର ଗୋଟେ ପଟେ ହାତ ଥାଏ ଆଉ ସେହି ହାତକୁ ମ୍ୟାଚ୍‌ କରି ବେକରେ ଚୋକର ଷ୍ଟାଇଲ କରାଯାଇଥାଏ। ବିଭିନ୍ନ ରଙ୍ଗରେ ଆସୁଥିବା ଏହି ଟପ୍ସକୁ ସଟର୍‌ସ ହେଉ ଅବା ଓ୍ବାନ୍‌ ଥାର୍ଡ ପ୍ୟାଣ୍ଟ କିମ୍ବା ଜିନ୍ସ ସହ ପିନ୍ଧା ଯାଇପାରେ।

ଚେକ୍‌ ଷ୍ଟାଇଲ ଚୋକର ଟପ୍ସ: କାଜୁଆଲ ଲୁକ୍‌ ପାଇଁ ଏହି ଟାଇପ୍‌ର ଟପ୍ସ ପରଫେକ୍ଟ ହୋଇଥାଏ। ଏହାକୁ ଆପଣ ରେଗୁଲାର ଓ୍ବେର୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଘରେ ହେଉ ଅବା ବାହାରେ କିମ୍ବା ଅଫିସ୍‌ ଗଲାବେଳେ ଏହି ଟପ୍ସକୁ ପିନ୍ଧିଲେ ସୋବର ଲୁକ୍‌ ମିଳିଥାଏ। ଡେନିମ୍‌ ଜିନ୍ସ ହେଉ କିମ୍ବା ସ୍କର୍ଟ ସହ ଏହା ବେଶ୍‌ ଭଲ ମ୍ୟାଚ୍‌ କରେ।

କଟିଂ ଷ୍ଟାଇଲ ଚୋକର ଟପ୍ସ: ଏହି ଷ୍ଟାଇଲର ଟପ୍ସ ଯୁବତୀଙ୍କୁ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। କୋଲ୍ଡ ସୋଲ୍ଡର ଷ୍ଟାଇଲ ବା କାନ୍ଧ ପାଖେ ଥିବା କଟା ଷ୍ଟାଇଲ ପାଇଁ ଏହି ଟପ୍ସ ମଡର୍ନ ଲାଗେ। ସାଧାରଣତଃ ଏହି ଟାଇପ୍‌ର ଟପ୍ସରେ ହାତ ଟିକେ ଲମ୍ବା ଥାଏ। ଏହା ବିଭିନ୍ନ ରଙ୍ଗରେ ଆସୁଥିଲେ ବି ଖାସ୍‌ ନୀଳରଙ୍ଗର ଚୋକର ଟପ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ।

ପ୍ଲେନ୍‌ ଚୋକର ଟପ୍ସ: ଏହି ଟପ୍ସର ଡିଜାଇନ ପୂରା ପ୍ଲେନ୍‌ ରହିଥାଏ। ଆଉ ଏଥିରେ ଯେଉଁ ଚୋକର ଷ୍ଟାଇଲ ହୋଇଥାଏ ତାହା ବି ପ୍ଲେନ୍‌ ରହିଥାଏ। କିନ୍ତୁ ଏହା ପିନ୍ଧିବା ପାଇଁ କମ୍ଫଟେବଲ ଲାଗେ। ବ୍ଲାକ୍‌ କଲର୍‌ର ଜିନ୍ସ ପ୍ୟାଣ୍ଟ ସହ ପ୍ଲେନ୍‌ ଚୋକର ଟପ୍ସ ବହୁତ ସୁନ୍ଦର ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?