Posted inଫୁରସତ

ଫ୍ୟାଶନରେ ଚୋକର ଟପ୍ସ

ଯେକୌଣସି ଅକେଜନ୍‌ ହେଉ ନା କାହିଁକି ଜିନ୍ସ ଓ ଟପ୍ସ ପିନ୍ଧିଲେ କମ୍ଫଟେବଲ ଲାଗିଥାଏ ବୋଲି ଅନେକଙ୍କର ମତ ଥାଏ। ଏପରିକି କେହି କେହି ପାର୍ଟି, ଫଙ୍କ୍‌ସନରେ ସ୍କର୍ଟ ସହ ଟପ୍ସକୁ ପେୟାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ମାର୍କେଟ୍‌ରେ ଟପ୍ସର ଅନେକ ଭେରାଇଟି ଦେଖିବାକୁ ମିଳେ। ତେବେ ଚୋକର ଟପ୍ସ ହେଉଛି ତନ୍ମଧ୍ୟରୁ ଗୋଟିଏ। ଏହି ଟପ୍ସରେ ହୋଇଥିବା ଡିଜାଇନ ଓ ଏହାର ଫ୍ୟାବ୍ରିକ୍‌କୁ ନେଇ ବେକ ଚାରିପଟେ ହୋଇଥିବା ଚୋକର ଷ୍ଟାଇଲର ଏକ ପଟି ଟପ୍ସକୁ ଷ୍ଟାଇଲିଶ୍‌ ଓ ଟ୍ରେଣ୍ଡି କରିଥାଏ। ମୁଖ୍ୟ କଥା ହେଉଛି ଏହି ଷ୍ଟାଇଲର ଟପ୍ସ ପିନ୍ଧିଲାବେଳେ ବେକରେ କୌଣସି ନେକ୍‌ପିସ୍‌ ପିନ୍ଧିବାର ଆବଶ୍ୟକତା ପଡ଼େ ନାହିଁ। ତେବେ ଆସନ୍ତୁ ଜାଣିବା କେତୋଟି ଆକର୍ଷଣୀୟ ଚୋକର ଟପ୍ସ ସମ୍ପର୍କରେ….

ବ୍ଲାକ୍‌ ଚୋକର ଟପ୍ସ: ପାର୍ଟି, ଫଙ୍କ୍‌ଶନରେ ପିନ୍ଧିବା ପାଇଁ କଳାରଙ୍ଗର ଚୋକର ଟପ୍ସ ପରଫେକ୍ଟ ହୋଇଥାଏ। ଆଉ ଯଦି ଏହି ଟପ୍ସର ପଛପଟେ ଜିପ୍‌ ଲାଗିଥାଏ, ତା’ହେଲେ ଏହାକୁ ପିନ୍ଧିବା ବହୁତ କମ୍ଫଟେବଲ ହୋଇଥାଏ। ଏହି ଟାଇପ୍‌ର ଟପ୍ସକୁ ଜିନ୍ସ ହେଉ ଅବା ସ୍କର୍ଟ ସହ ପେୟାର କରି ପିନ୍ଧାଯାଇପାରେ।

ଅଫ୍‌ ସୋଲ୍ଡର ଚୋକର ଟପ୍ସ: ଏହି ଟାଇପ୍‌ର ଟପ୍ସ ଯୁବତୀଙ୍କୁ ହଟ୍‌ ଲୁକ୍‌ ଦେଇଥାଏ। ଏଥିରେ ହୋଇଥିବା ଚୋକର ନେକ୍‌ ଡିଜାଇନ ବେଶ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ। ଆଉ ଯଦି ଏହି ଟପ୍ସରେ ଷ୍ଟ୍ରାଇପ୍‌ ପ୍ରିଣ୍ଟ ହୋଇଥାଏ, ତା’ହେଲେ ସ୍ମାର୍ଟ ଲୁକ୍‌ ମିଳେ। ଉଭୟ ଜିନ୍ସ ପ୍ୟାଣ୍ଟ ହେଉ ଅବା ନି ଲେଙ୍ଗ୍‌ଥ ସ୍କର୍ଟ ସହ ଏହି ଟପ୍ସ ପିନ୍ଧିଲେ ମଡର୍ନ ଲୁକ୍‌ ମିଳେ। କାଜୁଆଲ ଆଉଟିଂ ହେଉ ଅବା ଡେଟିଂରେ ଯିବା ପାଇଁ ଏହି ଆଉଟ୍‌ଫିଟ୍‌ ପରଫେକ୍ଟ ହୋଇଥାଏ।

ଓ୍ବାନ୍‌ ସୋଲ୍ଡର ଚୋକର ଟପ୍ସ: ଏହି ଷ୍ଟାଇଲର ଟପ୍ସ ପାର୍ଟି,ଫଙ୍କ୍‌ସନ ପାଇଁ ବେଷ୍ଟ। ଏହା ମଡର୍ନ ଲୁକ୍‌ ଦେଇଥାଏ। ଏହି ଟପ୍ସର ଗୋଟେ ପଟେ ହାତ ଥାଏ ଆଉ ସେହି ହାତକୁ ମ୍ୟାଚ୍‌ କରି ବେକରେ ଚୋକର ଷ୍ଟାଇଲ କରାଯାଇଥାଏ। ବିଭିନ୍ନ ରଙ୍ଗରେ ଆସୁଥିବା ଏହି ଟପ୍ସକୁ ସଟର୍‌ସ ହେଉ ଅବା ଓ୍ବାନ୍‌ ଥାର୍ଡ ପ୍ୟାଣ୍ଟ କିମ୍ବା ଜିନ୍ସ ସହ ପିନ୍ଧା ଯାଇପାରେ।

ଚେକ୍‌ ଷ୍ଟାଇଲ ଚୋକର ଟପ୍ସ: କାଜୁଆଲ ଲୁକ୍‌ ପାଇଁ ଏହି ଟାଇପ୍‌ର ଟପ୍ସ ପରଫେକ୍ଟ ହୋଇଥାଏ। ଏହାକୁ ଆପଣ ରେଗୁଲାର ଓ୍ବେର୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଘରେ ହେଉ ଅବା ବାହାରେ କିମ୍ବା ଅଫିସ୍‌ ଗଲାବେଳେ ଏହି ଟପ୍ସକୁ ପିନ୍ଧିଲେ ସୋବର ଲୁକ୍‌ ମିଳିଥାଏ। ଡେନିମ୍‌ ଜିନ୍ସ ହେଉ କିମ୍ବା ସ୍କର୍ଟ ସହ ଏହା ବେଶ୍‌ ଭଲ ମ୍ୟାଚ୍‌ କରେ।

କଟିଂ ଷ୍ଟାଇଲ ଚୋକର ଟପ୍ସ: ଏହି ଷ୍ଟାଇଲର ଟପ୍ସ ଯୁବତୀଙ୍କୁ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। କୋଲ୍ଡ ସୋଲ୍ଡର ଷ୍ଟାଇଲ ବା କାନ୍ଧ ପାଖେ ଥିବା କଟା ଷ୍ଟାଇଲ ପାଇଁ ଏହି ଟପ୍ସ ମଡର୍ନ ଲାଗେ। ସାଧାରଣତଃ ଏହି ଟାଇପ୍‌ର ଟପ୍ସରେ ହାତ ଟିକେ ଲମ୍ବା ଥାଏ। ଏହା ବିଭିନ୍ନ ରଙ୍ଗରେ ଆସୁଥିଲେ ବି ଖାସ୍‌ ନୀଳରଙ୍ଗର ଚୋକର ଟପ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ।

ପ୍ଲେନ୍‌ ଚୋକର ଟପ୍ସ: ଏହି ଟପ୍ସର ଡିଜାଇନ ପୂରା ପ୍ଲେନ୍‌ ରହିଥାଏ। ଆଉ ଏଥିରେ ଯେଉଁ ଚୋକର ଷ୍ଟାଇଲ ହୋଇଥାଏ ତାହା ବି ପ୍ଲେନ୍‌ ରହିଥାଏ। କିନ୍ତୁ ଏହା ପିନ୍ଧିବା ପାଇଁ କମ୍ଫଟେବଲ ଲାଗେ। ବ୍ଲାକ୍‌ କଲର୍‌ର ଜିନ୍ସ ପ୍ୟାଣ୍ଟ ସହ ପ୍ଲେନ୍‌ ଚୋକର ଟପ୍ସ ବହୁତ ସୁନ୍ଦର ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri