Posted inଫୁରସତ

ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ

ତାମିଲନାଡ଼ୁର ରାମନାଥପୁରମ୍‌ ଜିଲାରେ ଥିବା ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ ହେଉଛି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକଙ୍କ ଭାଷାରେ ଏହା ଚିତ୍ରାଙ୍ଗୁଡ଼ି କାନ୍‌ମୋଲି ନାମରେ ପରିଚିତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟଟିର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ…

କ’ଣ ଦେଖିବେ
ସୂଚନାନୁଯାୟୀ, ୧୯୮୯ ମସିହାରେ ପ୍ରାୟ .୪୭୬୩ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳକୁ ନେଇ ଏଠାରେ ଏହି ଅଭୟାରଣ୍ୟଟି ପ୍ରଥମେ ଗଢି ଉଠିଥିଲା। ସମୟକ୍ରମେ ଏହି ଅଭୟାରଣ୍ୟଟିକୁ ଲୋକପ୍ରିୟ କରିବା ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଗଲା। ଯଦ୍ଦ୍ବାରା ଧୀରେ ଧୀରେ ଏଠାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଲା। ବିଶେଷକରି ଏଠାରେ ଦେଖିବାକୁ ମିଳୁଥିବା ବବୁଲ୍‌ ନାମକ ଏକ ଗଛର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଅନେକ ଭ୍ରମଣକାରୀ ପକ୍ଷୀ ଏଠାକୁ ଆସିବାକୁ ଲାଗିଲେ। କୁହାଯାଏ, ଏହି ଅଭୟାରଣ୍ୟରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ତନ୍ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭ୍ରମଣକାରୀ। ଏଠାରେ ଦେଖିବାକୁ ମିଳୁଥିବା କେତୋଟି ପ୍ରମୁଖ ପକ୍ଷୀ ହେଲେ ସ୍ପଟ୍‌-ବିଲ୍ଡ ପେଲିକାନ୍‌, ଏସିଆନ୍‌ ଓପେନ୍‌ବିଲ୍‌ ଷ୍ଟର୍କ, ଗ୍ରେ ହେରନ୍‌, ପର୍ପଲ୍‌ ହେରନ୍‌, ପଣ୍ଡ୍‌ ହେରନ୍‌, ଲିଟିଲ୍‌ ଇଗ୍ରେଟ୍‌, ଗ୍ରେଟ୍‌ ଇଗ୍ରେଟ୍‌ ଇତ୍ୟାଦି । ତା’ଛଡ଼ା ନିକଟରେ ଚିତ୍ରାଙ୍ଗୁଡ଼ି ନାମକ ଏକ ଗାଁ ରହିଥିବାରୁ ସେଠାରେ ଥିବା ଶସ୍ୟକ୍ଷେତରୁ ପକ୍ଷୀମାନଙ୍କୁ ଖାଦ୍ୟ ଆରାମରେ ମିଳିଯାଇଥାଏ। ତେଣୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସିବାର ଏହା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ। ସେଥିପାଇଁ କେବଳ ପ୍ରକୃତିପ୍ରେମୀ ନୁହନ୍ତି, ପକ୍ଷୀପ୍ରେମୀଙ୍କ ପାଇଁ ମଧ୍ୟ ଏହା ଏକ ସ୍ବର୍ଗୀୟ ସ୍ଥାନ। ତେବେ ଏଠାରେ କେବଳ ପକ୍ଷୀ ନୁହନ୍ତି, ଅନେକ ବିରଳ ପ୍ରଜାତିର ପଶୁ ତଥା ସରିସୃପ ବି ଦେଖାଯାଇଥାନ୍ତି।

କେବେ ଯିବେ
ଏହି ଅଭୟାରଣ୍ୟକୁ ବର୍ଷର ଯେ କୌଣସି ସମୟରେ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ନଭେମ୍ବରରୁ ମାର୍ଚ୍ଚ ହେଉଛି ଏଠାକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଉକ୍ତ ଅଭୟାରଣ୍ୟଟି ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିଥାଏ। ସେହିପରି ବିଶ୍ରାମ ନେବା ପାଇଁ ଏଠାରେ ରେଷ୍ଟ ହାଉସ୍‌ର ମଧ୍ୟ ବ୍ୟବସ୍ଥା ରହିଛି।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ବେଶ୍‌ ସୁବିଧା ରହିଛି। ମଦୁରାଇ ଏହାର ନିକଟତମ ବିମାନବନ୍ଦର ହୋଇଥିବାବେଳେ ପାରାମାକୁଡ଼ି ହେଉଛି ଏହାର ନିକଟତମ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ତାମିଲନାଡ଼ୁର ରାମନାଥପୁରମ୍‌ ଜିଲାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକ ଚାହିଁଲେ ଟୁରିଷ୍ଟ ବସ୍‌ରେ ପ୍ରଥମେ ରାମନାଥପୁରମ୍‌ରେ ପହଁଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ହେଉ ଅବା ଟ୍ୟାକ୍ସି ଦ୍ୱାରା ଉକ୍ତ ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ।

ଜାଣିବା କଥା
ଏହି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଟିକେଟ୍‌ କାଟିବାକୁ ହୋଇଥାଏ। କ୍ୟାମେରା ପ୍ରବେଶ ପାଇଁ ମଧ୍ୟ ଅଲଗା ଶୁଳ୍କ ଦେବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?