Posted inଫୁରସତ

ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ

ତାମିଲନାଡ଼ୁର ରାମନାଥପୁରମ୍‌ ଜିଲାରେ ଥିବା ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ ହେଉଛି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକଙ୍କ ଭାଷାରେ ଏହା ଚିତ୍ରାଙ୍ଗୁଡ଼ି କାନ୍‌ମୋଲି ନାମରେ ପରିଚିତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟଟିର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ…

କ’ଣ ଦେଖିବେ
ସୂଚନାନୁଯାୟୀ, ୧୯୮୯ ମସିହାରେ ପ୍ରାୟ .୪୭୬୩ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳକୁ ନେଇ ଏଠାରେ ଏହି ଅଭୟାରଣ୍ୟଟି ପ୍ରଥମେ ଗଢି ଉଠିଥିଲା। ସମୟକ୍ରମେ ଏହି ଅଭୟାରଣ୍ୟଟିକୁ ଲୋକପ୍ରିୟ କରିବା ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଗଲା। ଯଦ୍ଦ୍ବାରା ଧୀରେ ଧୀରେ ଏଠାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଲା। ବିଶେଷକରି ଏଠାରେ ଦେଖିବାକୁ ମିଳୁଥିବା ବବୁଲ୍‌ ନାମକ ଏକ ଗଛର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଅନେକ ଭ୍ରମଣକାରୀ ପକ୍ଷୀ ଏଠାକୁ ଆସିବାକୁ ଲାଗିଲେ। କୁହାଯାଏ, ଏହି ଅଭୟାରଣ୍ୟରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ତନ୍ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭ୍ରମଣକାରୀ। ଏଠାରେ ଦେଖିବାକୁ ମିଳୁଥିବା କେତୋଟି ପ୍ରମୁଖ ପକ୍ଷୀ ହେଲେ ସ୍ପଟ୍‌-ବିଲ୍ଡ ପେଲିକାନ୍‌, ଏସିଆନ୍‌ ଓପେନ୍‌ବିଲ୍‌ ଷ୍ଟର୍କ, ଗ୍ରେ ହେରନ୍‌, ପର୍ପଲ୍‌ ହେରନ୍‌, ପଣ୍ଡ୍‌ ହେରନ୍‌, ଲିଟିଲ୍‌ ଇଗ୍ରେଟ୍‌, ଗ୍ରେଟ୍‌ ଇଗ୍ରେଟ୍‌ ଇତ୍ୟାଦି । ତା’ଛଡ଼ା ନିକଟରେ ଚିତ୍ରାଙ୍ଗୁଡ଼ି ନାମକ ଏକ ଗାଁ ରହିଥିବାରୁ ସେଠାରେ ଥିବା ଶସ୍ୟକ୍ଷେତରୁ ପକ୍ଷୀମାନଙ୍କୁ ଖାଦ୍ୟ ଆରାମରେ ମିଳିଯାଇଥାଏ। ତେଣୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସିବାର ଏହା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ। ସେଥିପାଇଁ କେବଳ ପ୍ରକୃତିପ୍ରେମୀ ନୁହନ୍ତି, ପକ୍ଷୀପ୍ରେମୀଙ୍କ ପାଇଁ ମଧ୍ୟ ଏହା ଏକ ସ୍ବର୍ଗୀୟ ସ୍ଥାନ। ତେବେ ଏଠାରେ କେବଳ ପକ୍ଷୀ ନୁହନ୍ତି, ଅନେକ ବିରଳ ପ୍ରଜାତିର ପଶୁ ତଥା ସରିସୃପ ବି ଦେଖାଯାଇଥାନ୍ତି।

କେବେ ଯିବେ
ଏହି ଅଭୟାରଣ୍ୟକୁ ବର୍ଷର ଯେ କୌଣସି ସମୟରେ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ନଭେମ୍ବରରୁ ମାର୍ଚ୍ଚ ହେଉଛି ଏଠାକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଉକ୍ତ ଅଭୟାରଣ୍ୟଟି ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିଥାଏ। ସେହିପରି ବିଶ୍ରାମ ନେବା ପାଇଁ ଏଠାରେ ରେଷ୍ଟ ହାଉସ୍‌ର ମଧ୍ୟ ବ୍ୟବସ୍ଥା ରହିଛି।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ବେଶ୍‌ ସୁବିଧା ରହିଛି। ମଦୁରାଇ ଏହାର ନିକଟତମ ବିମାନବନ୍ଦର ହୋଇଥିବାବେଳେ ପାରାମାକୁଡ଼ି ହେଉଛି ଏହାର ନିକଟତମ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ତାମିଲନାଡ଼ୁର ରାମନାଥପୁରମ୍‌ ଜିଲାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକ ଚାହିଁଲେ ଟୁରିଷ୍ଟ ବସ୍‌ରେ ପ୍ରଥମେ ରାମନାଥପୁରମ୍‌ରେ ପହଁଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ହେଉ ଅବା ଟ୍ୟାକ୍ସି ଦ୍ୱାରା ଉକ୍ତ ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ।

ଜାଣିବା କଥା
ଏହି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଟିକେଟ୍‌ କାଟିବାକୁ ହୋଇଥାଏ। କ୍ୟାମେରା ପ୍ରବେଶ ପାଇଁ ମଧ୍ୟ ଅଲଗା ଶୁଳ୍କ ଦେବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri