Posted inଜାତୀୟ

ଯଦି ଏଭଳି ହୁଏ ତା’ହେଲେ ମନ୍ତ୍ରୀପଦକୁ ପାଦରେ ଆଡେଇଦେବି, ଚିରାଗଙ୍କ ଏଭଳି ବୟାନକୁ ନେଇ…

ନୂଆଦିଲ୍ଲୀ,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଚିରାଗ କହିଛନ୍ତି ଯେ ମୁଁ ଯେ କୌଣସି ବି ଗଠବନ୍ଧନରେ ରୁହେ, କିମ୍ବା କୌଣସି କେଉଁ ମନ୍ତ୍ରୀ ପଦବୀରେ ରୁହେ, ଯେଉଁ ଦିନ ମୁଁ ଅନୁଭବ କରିବି ଯେ ସମ୍ବିଧାନ ଏବଂ ସଂରକ୍ଷଣ ସହିତ ଖେଳାଯାଉଛି, ସେହିଦିନ ମନ୍ତ୍ରୀ ପଦକୁ ପାଦରେ ଆଡେଇଦେବି, ଯେପରି ମୋ ବାପା କରିଥିଲେ। ଚିରାଗଙ୍କ ଏଭଳି ବିବୃତ୍ତିକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।

ଚିରାଗ ପାଟନାରେ କହିଛନ୍ତି ଯେ ସଂରକ୍ଷଣ ପ୍ରସଙ୍ଗରେ କୋର୍ଟ ଆଇନ ବଦଳାଇବା ବିଷୟରେ କହିଥିଲେ ଯାହା ମୋ ବାପା ବିରୋଧ କରିଥିଲେ। ସେତେବେଳେ ମଧ୍ୟ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ମୋ ବାପାଙ୍କ କଥା ଶୁଣିଥିବାରୁ ଧନ୍ୟବାଦ ଜଣାଉଛି। ଚିରାଗ କହିଛନ୍ତି ଯେ ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ୨୮ ନଭେମ୍ବରରେ ଏକ ଭବ୍ୟ ସ୍ଥାପନା ଦିବସ ଆୟୋଜିତ ହେବ। ଏହା ବ୍ୟତୀତ ଏହି ଦିନ ଏକ ରାଲି ମଧ୍ୟ ବାହାରିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ କିଲୋର ଜଲେବି ଅର୍ଡର କଳା ଭାଜପା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଟ୍ରେଣ୍ଡରେ ହ୍ୟାଟ୍ରିକ ଦେଖି ଭାଜପା ୧୦୦ କିଲୋଗ୍ରାମ ଜାଲେବି ଅର୍ଡର କରିଥିବା ଜଣାପଡିଛି। ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ...

ଭାଜପାକୁ ଜବରଦସ୍ତ ଟକ୍କର: ବିଜୟ ପଥରେ ଭାରତର ସବୁ ଧନୀ ମହିଳା

ହିସାର,୮।୧୦: ହରିୟାଣାର ହିସାର ଜିଲାରେ ମତ ଗଣନା ଚାଲିଛି। ଏହି ଆସନରେ ଭାଜପାର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ଆଗୁଆ ରହିଛନ୍ତି। କଂଗ୍ରେସର ରାମନିଭା...

ଇନ୍‌ଷ୍ଟାଗ୍ରାମ ଡାଉନ୍‌: ଆସିଲା ଅନେକ ଅଭିଯୋଗ

ନୂଆଦିଲ୍ଲୀ,୮।୧୦: ମେଟା ମାଲିକାନା ଫଟୋ ଶେୟାରିଂ ଆପ ଇନଷ୍ଟାଗ୍ରାମ ଡାଉନ ହୋଇଥିବାର ଜଣାପଡ଼ିଛି। Downdetector.in ଏହି ଘଟଣାକୁ ନିଶ୍ଚିତ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦...

୨୦୧୯ ଭଳି ହରିୟାଣାରେ ଫେଲ ମାରିବ ଏକଜିଟ ପୋଲ୍‌! ଜାଣନ୍ତୁ କ’ଣ କହୁଛି ବର୍ତ୍ତମାନ ଫଳାଫଳ

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ସାରା ଦେଶରୁ ମିଶ୍ରିତ ପ୍ରତିକ୍ରିୟା ଆସୁଛି। କେତେବେଳ ବି ଏହି ବାଜି ଓଲଟି ଯାଇପାରେ। ହରିୟାଣାରେ ଏପର୍ଯ୍ୟନ୍ତ...

ହରିୟାଣାରେ ଟି-୨୦ ଭଳି ରୋମାଞ୍ଚ, ଘଣ୍ଟାକେ ଛୁଟୁଛି ଘୋଡ଼ା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳକୁ ଏଠାରେ କଂଗ୍ରେସ ଆଗରେ ଥିବା ବେଳେ ଅନେକେ ଅନୁମାନ...

ହଜ୍‌ ଯାତ୍ରା ପାଇଁ ୧.୨ ଲକ୍ଷ ମନୋନୀତ

ନୂଆଦିଲ୍ଲୀ,୮ା୧୦: ଆସନ୍ତା ବର୍ଷ ହଜ୍‌ ଯାତ୍ରା ପାଇଁ ଭାରତୀୟ ହଜ୍‌ କମିଟି ଲଟେରି ଜରିଆରେ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚୟନ କରିଛି। ୨୦୨୫ର ହଜ୍‌...

ଟ୍ରେଣ୍ଡରେ ପଛରେ ପଡ଼ିଛନ୍ତି ଭିନେଶ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନ ଲାଗି ଅକ୍ଟୋବର ୫ରେ ଭୋଟ ଗ୍ରହଣ ହୋଇଥିଲା। ସେହିଭଳି ସମସ୍ତ ଆସନରେ ହୋଇଥିବା ମତଗଣନା ଆଜି ଅର୍ଥାତ ଅକ୍ଟୋବର...

୯ରେ ଡାକ୍ତର ସଂଘର ଦେଶବ୍ୟାପୀ ଅନଶନ

ନୂଆଦିଲ୍ଲୀ,୮ା୧୦: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନ୍ୟାୟ ଏବଂ କାର୍ଯ୍ୟସ୍ଥଳ ନିରାପତ୍ତା ଦାବିରେ ପଶ୍ଚିମବଙ୍ଗର ଜୁନିୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri