Posted inଜାତୀୟ

ନୀତୀଶ-ତେଜସ୍ୱୀଙ୍କୁ ଟାର୍ଗେଟ କଲେ ଚିରାଗ

ପାଟନା,୨ ।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି । ମଙ୍ଗଳବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାଶୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ନୂଆ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ଚିରାଗ କହିଛନ୍ତି, ନୀତୀଶ ଯଦି କୂଅ ହୁଅନ୍ତି, ତେଜସ୍ୱୀ ହେଉଛନ୍ତି, ଖାଲ ବା ଖାଇ, ଏଲ୍‌ଜେପି-ଭାଜପା ସରକାର ଗଠନ କରିବେ । ମୁଙ୍ଗେର ଘଟଣାକୁ ନେଇ ସେ କହିଛନ୍ତି ନୀତୀଶ କୁମାରଙ୍କ ଇସାରାରେ ସେଠାରେ ଗୁଳି ଚାଳନା କରାଯାଇଛି । ଆୟକର ବିଭାଗର ଚଢାଉକୁ ନେଇ ନୀତୀଶ ଚିନ୍ତାରେ ଅଛନ୍ତି । ତେବେ ୧୫ ବର୍ଷ ଶାସନ କାଳ ମଧ୍ୟରେ ନୀତୀଶ ଯାହା ସବୁ କରିଛନ୍ତି ଏବେ ତା’ର ସତ୍ୟତା ଭୋଟରଙ୍କ ସାମ୍ନାରେ । ଏହାସହ ମଦ ମାଫିଆଙ୍କୁ ନେଇ ମଧ୍ୟ ନୀତୀଶ ଚିନ୍ତାରେ କାରଣ ବିନା ଟଙ୍କା କାରବାରରେ ବିହାରରେ ମଦ ବିକ୍ରି ସମ୍ଭବ ନୁହେଁ । ଚିରାଗ ପ୍ରଶ୍ନ କରିଛନ୍ତି ଗତ ୧୫ ବର୍ଷ ମଧ୍ୟରେ ନୀତୀଶ କରିଛନ୍ତି କ’ଣ । ଆଗକୁ ତାଙ୍କର କ’ଣ ରହିଛି ରୋଡମ୍ୟାପ । ଆଗକୁ ନୀତୀଶ ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଏଥର ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସମ୍ଭବ ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri