Posted inଜାତୀୟ

୫ ଏମ୍‌ପିଙ୍କୁ ଦଳରୁ ବିଦା କଲେ ଚିରାଗ

ନୂଆଦିଲ୍ଲୀ,୧୫ା୬: ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ କନ୍ଦଳ ଓ ଫାଟ ବଢ଼ିବାରେ ଲାଗିଛି। ଚିରାଗଙ୍କ ଗୋଷ୍ଠୀ ମଙ୍ଗଳବାର ୫ ବିଦ୍ରୋହୀ ଏମ୍‌ପିଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

ଏଲ୍‌ଜେପି ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନଙ୍କ ସାନଭାଇ ପଶୁପତି କୁମାର ପାରସଙ୍କ ଗୋଷ୍ଠୀ ଚିରାଗଙ୍କୁ ଦଳର ଅଧ୍ୟକ୍ଷ ପଦରୁ ବିଦା କରିବା ପରେ ଏହା ହେଉଛି ଚିରାଗଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ। ଉଭୟ ପକ୍ଷ ବର୍ତ୍ତମାନ ଏଲ୍‌ଜେପିର ଲଗାମ ନିଜ ହାତରେ ରଖିବାକୁ ଉଦ୍ୟମ କରୁଛନ୍ତି। ଦୁଇ ଗୋଷ୍ଠୀ ଦଳର ପ୍ରତିନିଧିତ୍ୱ କରୁଥିବା ଦାବି କରୁଥିବାରୁ ଏହି ବିଷୟ ଏବେ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚତ୍ବ।

ପଶୁପତିଙ୍କ ଗୋଷ୍ଠୀର ୫ ଏମ୍‌ପି ସୋମବାର ଅଲଗା ହୋଇଥିଲେ। ସେମାନେ ପଶୁପତିଙ୍କୁ ଲୋକ ସଭାରେ ଦଳର ନେତା ବାଛିବା ସହ ବାଚସ୍ପତିଙ୍କୁ ଏହି ବିଷୟ ଅବଗତ କରାଇଥିଲେ। ଲୋକ ସଭା ସେକ୍ରେଟାରିଏଟ୍‌ ପଶୁପତିଙ୍କୁ ଗୃହରେ ଏଲ୍‌ଜେପି ନେତା ରୂପେ ସ୍ବୀକୃତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ସହ ପ୍ରଚାର କରିବେ ସୋନାକ୍ଷୀ

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଆସନ୍ତା ଏପ୍ରିଲ ୧୨ରେ ଆସନସୋଲ ଲୋକ ସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ...

ମଧ୍ୟାହ୍ନଭୋଜନରେ ମୂଷା

ଲକ୍ଷ୍ନୌ, ୪ା୧୨: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ସ୍କୁଲର ମଧ୍ୟାହ୍ନ-ଭୋଜନରେ ମଲାମୂଷା ଦେଖିବାକୁ ମିଳିଛି। ମଧ୍ୟାହ୍ନଭୋଜନ ଖାଇଥିବା ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରୁ ୯ ଜଣଙ୍କ ବାନ୍ତି...

ମାତ୍ର ୧୭ ମିନିଟ୍‌ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା

ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍‌ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା...

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଭାଜପା ଏମ୍‌ପି : କଟିଲା ୪୧ ହଜାର ଟଙ୍କା ଚାଲାଣ 

ନୂଆଦିଲ୍ଲୀ,୪।୮: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମନୋଜ ତିୱାରୀ ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡିଛି। ବିନା ହେଲମେଟରେ ବାଇକ ଚଳାଇବା ସମେତ ଅନ୍ୟ...

ବିଧାୟକ କହିଲେ, ଫୁଲମାଳ ନୁହେଁ ମୋତେ ବହି ଦରକାର

ଥିରୁଭାନନ୍ତପୁରମ୍‌, ୨୧।୧୧: ଆଜିକାଲି ସୋସିଆଲ ମିଡିଆରେ କେରଳର ଜଣେ ବିଧାୟକଙ୍କ ଫଟୋ ଏବଂ କାହାଣୀ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ନିଜ ଫେସବୁକରେ ଏକ...

ବଜେଟ୍‌ ‘ନୂଆ ବୋତଲରେ ପୁରୁଣା ମଦ’ ସଦୃଶ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଭାଜପା...

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୨୪।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

କଂଗ୍ରେସ ଏକ ଭଙ୍ଗା ମହଲ, ସାମନାରେ କଟାକ୍ଷ…

ମୁମ୍ବାଇ, ୧୪।୧୨: ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଏବଂ ଏନସିପିର ମହାଅଘାଡ଼ିରେ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ...

Advertisement
Archives

Model This Week