Posted inଫୁରସତ

ହନୁମାନଙ୍କ ଭ୍ରମ ହେଲା ଦୂର

ଯୁଦ୍ଧକ୍ଷେତ୍ରରେ ମେଘନାଦର ‘ବୀରଘାତିନୀ’ ବାଣ ଆଘାତରେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇଗଲେ l ଲଙ୍କାରୁ ସୁଷେଣ ବୈଦ୍ୟଙ୍କୁ ଅଣାଗଲା l ଜଡିବୁଟିର ନାଁ ଏବଂ ତାହା କେଉଁ ପର୍ବତରେ ମିଳେ -ତାହାର ଠିକଣା ବି ସେ ବତାଇଦେଲେ l ରାତିକ ଭିତରେ ତାହା ଆସି ପହଞ୍ଚତ୍ବା ଦରକାର ବୋଲି ବୈଦ୍ୟ କୁହନ୍ତେ ହନୁମାନ ତୁରନ୍ତ ଯାତ୍ରା ଆରମ୍ଭ କରିଦେଲେ l ଠିକଣା ସ୍ଥାନରେ ପହଞ୍ଚତ୍ ଗଲେ ସତ୍ୟ କିନ୍ତୁ ଜଡ଼ିବୁଟିକୁ ଚିହ୍ନିବାରେ ତାଙ୍କର ଅସୁବିଧା ହେଲା l ଶେଷରେ ସେ ପୂରା ମେଡିକାଲ ଷ୍ଟୋର ଅର୍ଥାତ୍‌ ପାହାଡ଼ଟିକୁ ଉପାଡ଼ି ତାକୁ ଧରି ଆକାଶ ମାର୍ଗରେ ଉଡ଼ିବାକୁ ଲାଗିଲେ l ସମୟର ଅପୂର୍ବ ସରଞ୍ଚନା l ଭାଗ୍ୟର ବିଡ଼ମ୍ବନା ବି l ଆକାଶ ମାର୍ଗରେ ଉଡ଼ୁଉଡ଼ୁ ଅଯୋଧ୍ୟା ଆକାଶରେ ପ୍ରବେଶ କରିଯାଇଛନ୍ତି ହନୁମାନ l ଭ୍ରାତାଙ୍କ ଆଦେଶକୁ ଶିରୋଧାର୍ଯ୍ୟ ମନେକରି ଅଯୋଧ୍ୟାର ସେବାରେ ସଦା ଜାଗ୍ରତ ଭରତ ଦେଖିଲେ ଯେ ଆକାଶରେ ବିଚିତ୍ର ଜୀବ ଟିଏ କିଏ ଯାଉଛି l ତାଙ୍କ ଆଖିକୁ ହନୁମାନ ଏକ ରାକ୍ଷସ ପ୍ରାୟ ପ୍ରତୀତ ହେଲେ l ରାତି ଅଧରେ ଜଣେ ରାକ୍ଷସ କାହିଁକି ଅଯୋଧ୍ୟା ଆକାଶରେ ଅନୁପ୍ରବେଶ କରିଛି? କିଛି ଅଘଟଣ ଆଶଙ୍କାରେ ଭରତ ହନୁମାନଙ୍କ ଉପରକୁ ମାରିଲେ ଏକ ଫଳକବିହୀନ ବାଣ। ଗୋସ୍ବାମୀ କଲମ କଲେ –

ଦେଖା ଭରତ ବିସାଲା ଅତି ନିଶିଚର ମନ ଅନୁମାନି l
ବିନୁ ଫର ସାୟକ ମାରେଉ ଚାପ ଶ୍ରୱନ ଲଗି ତାନି ll ( ଲଙ୍କା କାଣ୍ଡ )

ଏଠାରେ ଭରତ ହନୁମାନଙ୍କୁ ଏକ ରାକ୍ଷସ ବୋଲି ମନ ଭିତରେ ଅନୁମାନ କରିନେଲେ l ଆଶ୍ଚର୍ଯ୍ୟ ! ବଡ଼ ଆଶ୍ଚର୍ଯ୍ୟ କଥା ଇୟେ ! ହନୁମାନ ଆଉ ଭରତ ଉଭୟ ଗୋଟିଏ ଦଳର – ଭକ୍ତି ବା ସେବକ ଦଳର l ଉଭୟଙ୍କ ହାଇକମାଣ୍ଡ ବି ଏକ – ଶ୍ରୀରାମ l ଉଭୟଙ୍କ ଜପ ମନ୍ତ୍ର ବି ଏକ l ଜଣେ ଆକାଶରେ ଉଡ଼ିଉଡ଼ି ‘ରାମ’ ନାମ ଜପ କରୁଛନ୍ତି। ଆଉଜଣେ ତଳେ ରହି ରାମଙ୍କୁ ଜପୁଛନ୍ତି l ଉଭୟେ ରାମଙ୍କ କାର୍ଯ୍ୟକୁ ଚରିତାର୍ଥ କରିବା ପାଇଁ ପ୍ରଚେଷ୍ଟାରତ l ଉଭୟଙ୍କ ଭିତରୁ କେହି ବି ସାଧାରଣ ମଣିଷ ନୁହନ୍ତି। ଜଗତ ସିନା ରାମଙ୍କୁ ଭଜନ କରେ କିନ୍ତୁ ରାତି ପାହିଲେ ରାମ ଭରତଙ୍କୁ ଭଜନ କରନ୍ତି। ଭରତ ହେଉଛନ୍ତି ଜଣେ ମହାନ୍‌ ଆତ୍ମା ଏବଂ ମହାପୁରୁଷ l ସେ କିପରି ନିଜର ସତ୍‌ସଙ୍ଗୀଙ୍କୁ (ଉଭୟ ଗୋଟିଏ ଗୁରୁ ‘ରାମ’ଙ୍କ ଶିଷ୍ୟ ) ନିଶାଚର ବା ରାକ୍ଷସ ବୋଲି ମନେ କରିପାରିଲେ?

ଭଗବାନଙ୍କ ଲୀଳାକୁ କିଏ ବୁଝି ପାରିବ? ନିଜ ଭକ୍ତର ରୋଗକୁ ଔଷଧ ଦେବାରେ ପ୍ରଭୁ ସାମାନ୍ୟ ମାତ୍ର ଢିଲା କରନ୍ତି ନାହିଁ l ହନୁମାନ ତାଙ୍କର ପ୍ରିୟ ଭକ୍ତ l

ପାଠକେ ! ହନୁମାନ କେବଳ ସେବକ ବା ଭକ୍ତ ନୁହନ୍ତି, ‘ହନୁମାନ ଚାଳିଶା’ରେ ହନୁମାନଙ୍କୁ ନିଜ ଭାଇ ଭରତ ଭଳି ବୋଲି ରାମ ତୁଣ୍ଡ ଫିଟାଇ କହିଦେଇଛନ୍ତି l ଆଚ୍ଛା ହନୁମାନଙ୍କୁ ଯଦି ରୋଗ ହେଲା ତେବେ ସେ ଭଲ ହେବେ କେମିତି? ଭରତଙ୍କ ଦ୍ୱାରା ହିଁ ପ୍ରଭୁ ତାଙ୍କର ରୋଗକୁ ଭଲ କରାଇ ଥିଲେ l ଏବେ ପ୍ରଶ୍ନ ଉଠିବ ହନୁମାନଙ୍କୁ କି ରୋଗ ହୋଇଥିଲା? ସେ ଏ ରୋଗ ବାବଦରେ ରାମଙ୍କୁ କହିଥିଲେ ନା ନାହିଁ? ନା ପାଠକେ, ଭକ୍ତଙ୍କୁ ଯେତେବେଳେ ରୋଗ ହୁଏ ସେ ନିଜେ ନ କହିଲେ ବି ପ୍ରଭୁ କିନ୍ତୁ ଜାଣି ନିଅନ୍ତି l ତଦନୁସାରେ ଔଷଧପତ୍ର ଲେଖିଦିଅନ୍ତି l ହଁ, ହନୁମାନଙ୍କୁ ‘ଭ୍ରମ ରୋଗ’ ହୋଇଥିଲା l ଅଯୋଧ୍ୟା ରାଜ୍ୟାଭିଷେକର ବହୁଦିନ ପରେ ଏକଥା ଦିନେ ସେ ରାମଙ୍କୁ କଥା ପ୍ରସଙ୍ଗରେ କହିଥିଲେ l ହନୁମାନ କହିଲେ ପ୍ରଭୁ, ଭରତଙ୍କ ବାଟୁଳି ମାଡ଼ରେ ସେଦିନ ମୋର ଦୁଇଟି ଭ୍ରମ ଦୂର ହୋଇଗଲା l ଆପଣ କୃପା କରି ସେ ଘଟଣାଟି ରଚାଇ ଥିବାରୁ ଏ ସେବକ ଆପଣଙ୍କ ପାଖେ ଚିର କୃତଜ୍ଞ ହୋଇ ରହିବ l

କିଛି ନ ଜାଣିବା ପରି ଛଳନା କରି ପ୍ରଭୁ ମ୍ଳାନ ହସି ହନୁମାନଙ୍କ ମୁଖରୁ ଅଧିକ ଶୁଣିବା ପାଇଁ ଆଗ୍ରହ କରିବାରୁ ହନୁମାନ କହିଲେ ହେ ଭକ୍ତବତ୍ସଳ କୃପାନିଧାନ ! ଆପଣଙ୍କ ନାମ ଜପୁଥିବାରୁ ମନେମନେ ମୁଁ ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିଲି l କିନ୍ତୁ ଭରତ ଯେ ମୋ ଠୁ ଶ୍ରେଷ୍ଠ, ତାହା ଜାଣି ସେଦିନ ମୋର ଆଖି ଖୋଲିଯାଇଥିଲା l ‘ରାମ’ନାମ ମନ୍ତ୍ରରେ ଯାବତୀୟ ରୋଗ ଯେ ଛାଡ଼ି ପଳାଏ ସେଦିନ ପ୍ରଥମ ଥର ପାଇଁ ମୁଁ ଜାଣିଲି l ତାହା ଯଦି ମୁଁ ଆଗରୁ ଜାଣିଥାନ୍ତି, ତେବେ ଲକ୍ଷ୍ମଣଙ୍କ ମୂର୍ଚ୍ଛିତ ଅବସ୍ଥାକୁ ଦୂର କରିବା ପାଇଁ ଭରତଙ୍କ ସୂତ୍ରକୁ ମୁଁ ମଧ୍ୟ ପ୍ରୟୋଗ କରିପାରିଥାନ୍ତି l ଦୁଇଟି ମଣିଷଙ୍କ ରୋଗ ଥିଲା ଗୋଟିଏ – ମୂର୍ଚ୍ଛିତ ରୋଗ l ମେଘନାଦ ବାଣରେ ଲକ୍ଷ୍ମଣ ମୂର୍ଚ୍ଛିତ। ଭରତଙ୍କ ବାଣରେ ମୁଁ ମୂର୍ଚ୍ଛିତ l କିନ୍ତୁ ମୋର ମୂର୍ଚ୍ଛିତ ଅବସ୍ଥା ଦେଖି ଭରତ ବିନା ଔଷଧ ବା ଜଡିବୁଟିରେ କେବଳ ‘ରାମ’ ନାମ ମନ୍ତ୍ର ଜପି ମୋର ମୂର୍ଚ୍ଛିତ ଅବସ୍ଥାକୁ ଦୂର କରିବା ସହିତ ମୋ ଶରୀରର ସମସ୍ତ ପୀଡ଼ାକୁ କ୍ଷଣ ମାତ୍ରକେ ଦୂର କରି ଦେଇଥିଲେ ଅଥଚ ନିଜକୁ ଶ୍ରେଷ୍ଠ ‘ରାମ’ ମନ୍ତ୍ର ଜାପକ ମନେ କରୁଥିବା ମୁଁ ଅର୍ଥାତ୍‌ ମୋତେ ଲକ୍ଷ୍ମଣ ପାଇଁ ଏତେ ବଡ଼ ପାହାଡ଼ଟିକୁ ବୋହି ଆଣିବାର ପରିଶ୍ରମ କରିବାକୁ ପଡ଼ିଥିଲା l ମୋତେ ଏଇ ଶିକ୍ଷାଟି ଦେବା ପାଇଁ ଆପଣ ଭରତଙ୍କ ମନରେ ମୋତେ ରାକ୍ଷସ ସଜାଇ ବାଟୁଳି ମରାର ନାଟକ କରିଥିଲେ l

ଭରତଙ୍କ ବାଣରେ ହନୁମାନ ଅଚେତ ହୋଇ ତଳେ ପଡ଼ିଥାନ୍ତି l ପୂର୍ବରୁ ହନୁମାନଙ୍କ ମୁଖରୁ ରାମ ନାମ ଉଚ୍ଚାରିତ ହୋଇଥିବା କଥା ଭରତଙ୍କୁ ଟିକେ ଆଭାସ ହୋଇଥିଲା l ଜଣେ ରାମ ଭକ୍ତ ବାନରର ଏ ଦଶା କରିଥିବାରୁ ଭରତ ଖୁବ୍‌ ଦୁଃଖୀ ହେଲେ l ଶେଷରେ ହନୁମାନଙ୍କ ଚେତା ଫେରାଇବା ପାଇଁ ରାମଙ୍କ ଆଶ୍ରା ନେଲେ l ଏ କଥା ଗୋସ୍ବାମୀ ତୁଳସୀ ଦାସ ବର୍ଣ୍ଣନା କରି ଲେଖିଛନ୍ତି –

ଜ୍ୟୋଉଁ ମୋରେ ମନ ବଚ ଅରୁ କାୟା
ପ୍ରୀତି ରାମ ପଦ କମଲ ଅମାୟା ll
ତୌ କପି ହୋଉ ବିଗତ ଶ୍ରମ ସୂଲା
ଜ୍ୟୋଉଁ ମୋ ପର ରଘୁପତି ଅନୁକୂଲା ll

ହନୁମାନଙ୍କ ଅବସ୍ଥା ଦେଖି କାନ୍ଦିକାନ୍ଦି ଭରତ କହୁଛନ୍ତି, ଯଦି ମନ, ବଚନ ଓ଼ କର୍ମରେ ମୋର ଶ୍ରୀରାମଙ୍କ ଚରଣ କମଳରେ ନିଷ୍କପଟ ପ୍ରେମ ଥିବ ଏବଂ ଯଦି ଶ୍ରୀରଘୁନାଥ ମୋ ପ୍ରତି ପ୍ରସନ୍ନ ଥିବେ ତେବେ ଏଇ ବାନର କ୍ଳାନ୍ତି ଓ଼ ପୀଡ଼ାରୁ ମୁକ୍ତ ହୋଇ ଯାଉ l ବାସ୍‌, ଏତିକି ମାତ୍ରରେ ହିଁ ହନୁମାନ ଚେତା ପାଇଲେ ଏବଂ ତାଙ୍କର ସମସ୍ତ ଯନ୍ତ୍ରଣା ଦୂର ହୋଇଗଲା l
ପ୍ରଭୁ ହନୁମାନଙ୍କ କଥା ଶୁଣି କେବଳ ହସୁଥିଲେ ଯାହା l

ହନୁମାନ ପୁନଶ୍ଚ କହିଲେ – ଭରତଙ୍କ ବାଟୁଳି ମାଡ଼ ଖାଇ ମୁଁ ତଳକୁ ଖସି ପଡ଼ିଲି ସତ କିନ୍ତୁ ମୋ ହାତରେ ଥିବା ବିରାଟ ପାହାଡ଼ ଖଣ୍ଡ ଶୂନ୍ୟରେ ସେମିତି ଝୁଲିକି ରହିଥିଲା l ପୂର୍ବରୁ ମୋର ଭାବନା ଥିଲା ଯେ ମୁଁ ପାହାଡ଼କୁ ବୋହି ନେଉଛି କିନ୍ତୁ ଏ ଦୃଶ୍ୟ ପରେ ମୋ କର୍ତ୍ତାପଣିଆର ସମାପ୍ତି ଘଟିଲା l ମୋ ମନରୁ ଅହଂକାର ଦୂର ହୋଇଗଲା l
– ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?