Posted inଫୁରସତ

ପୋଷା କୁକୁରଙ୍କ ପାଇଁ ତିଆରି କଲେ ମହଲ

ଏମିତି ବି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ସଉକ ହେଲା ଘରେ କୁକୁର, ବିଲେଇ ପାଳିବା। ସେମାନଙ୍କୁ ଭଲ ଖାଇବାକୁ ଦେବା ସହ ତାଙ୍କର ଯତ୍ନ ନେବାରେ ହିଁ ତାଙ୍କର ଅଧିକାଂଶ ସମୟ କଟିଯାଏ। ସେହିପରି ଆଉ କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ତାଙ୍କର ପାଳିତ କୁକୁର, ବିଲେଇଙ୍କ ପାଇଁ ଏମିତି କିଛି ଅଜବ କାମ କରିଯାନ୍ତି ଯେଉଁଥିପାଇଁ ତାଙ୍କର ଖୁବ୍‌ ଚର୍ଚ୍ଚା ହୋଇଥାଏ। ଏଇ ଯେମିତି ଚାଇନାର ମିଷ୍ଟର ଝୁଙ୍କ କଥା ନିଆଯାଉ। ମିଷ୍ଟର ଝୁ ହେଉଛନ୍ତି ଜଣେ ବ୍ୟବସାୟୀ। ପୋଷା କୁକୁରଙ୍କ ପ୍ରତି ତାଙ୍କର ରହିଛି ଖୁବ୍‌ ଦୁର୍ବଳତା। ନିଜ ପାଖେ ଥିବା ପ୍ରାୟ ୧୦ଟି ପୋଷା କୁକୁରଙ୍କୁ ଦୁନିଆର ସବୁ ଖୁସି ଦେବା ପାଇଁ ସେ ୟା’ ଭିତରେ ପାଖାପାଖି ୫୧,୦୦୦ ଡଲାର ଖର୍ଚ୍ଚ କରିସାରିଲେଣି। ଆଉ ସେହି ଟଙ୍କାରେ ସିଏ ନିଜ ପୋଷା କୁକୁରଙ୍କ ନିମନ୍ତେ ଏକ କୁନି ମହଲ ତିଆରି କରିବା ସହ ତା’ମଧ୍ୟରେ ବିଭିନ୍ନ ପ୍ରକାର ସୌଖୀନ ଜିନିଷର ସୁବିଧା କରାଇ ଦେଇଛନ୍ତି। ଯେମିତିକି: ଏସି, ଟିଭି ସେଟ୍‌ ଓ ଲିଫ୍ଟର ବ୍ୟବସ୍ଥା ସହ ଏହି ମହଲ ମଧ୍ୟରେ ରହିଛି ସ୍ବତନ୍ତ୍ର ଶୌଚାଳୟ, ସୁଇମିଂ ପୁଲ୍‌, ଡିସ୍କୋ ରୁମ୍‌ ତଥା ଫିଲ୍ମ ପ୍ରୋଜେକ୍ଟରର ସୁବିଧା। ସେହିପରି ପାଳିତ କୁକୁରଙ୍କୁ ଆନନ୍ଦ ଦେବା ପାଇଁ ଝୁ ଏହି ମହଲକୁ ଲାଗି ରହିଥିବା ବଗିଚାରେ ଦୋଳି, ବିଭିନ୍ନ ପ୍ରକାରର ସ୍ଲାଇଡ୍ସ ତଥା ଫେରି ହ୍ବିଲ୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ତା’ଛଡ଼ା ଏହି ପୋଷା କୁକୁରଙ୍କୁ ବୁଲାଇ ନେବା ପାଇଁ କେତେକ ଟୟ କାର୍‌ ବି ସେ କିଣି ନିଜ ପାଖେ ରଖିଛନ୍ତି। କିନ୍ତୁ ଏତେ ସବୁ କାମ ସିଏ ହଠାତ୍‌ କରି ନାହାନ୍ତି। ତାଙ୍କୁ ପାଖାପାଖି ୩ ବର୍ଷ ଲାଗିଯାଇଛି ଏହି ସଫଳତା ପାଇବା ପାଇଁ ଆଉ ଏଥିପାଇଁ ତାଙ୍କୁ ବହୁ କଷ୍ଟ ବି କରିବାକୁ ପଡିଛି। ସେଥିପାଇଁ ତ ସୋସିଆଲ୍‌ ମିଡିଆରେ ତାଙ୍କର ଏବେ ଖୁବ୍‌ ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?