Posted inଫୁରସତ

ମରୁଭୂମିରେ ପୋଷ୍ଟ ଅଫିସ୍‌

ଦୁନିଆରେ ଏମିତି ବି କେତେକ ଜିନିଷ ଅଛି, ଯାହାକୁ ଏଭଳି ନିରୋଳା ସ୍ଥାନରେ ତିଆରି କରାଯାଇଛି; ଫଳରେ ଏହା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ସେମିତି ଏକ ଛୋଟ ପୋଷ୍ଟ ଅଫିସ୍‌ ରହିଛି ଚାଇନାର ଇନର୍‌ ମଙ୍ଗୋଲିଆରେ। ସେଠାକାର ତେଙ୍ଗର୍‌ ମରୁଭୂମିରେ ଗଢି ଉଠିଥିବା ଏହି ପୋଷ୍ଟ ଅଫିସ୍‌କୁ ଦୁନିଆର ସବୁଠୁ ଏକଲା ତଥା ସୁଦୁର ପୋଷ୍ଟ ଅଫିସ୍‌ ବୋଲି କୁହାଯାଇଥାଏ। କାରଣ ଏହି ପୋଷ୍ଟ ଅଫିସ୍‌ଟି ମରୁଭୂମି ଅଞ୍ଚଳରେ ଥିବାରୁ ଏଠାକୁ ପ୍ରାୟତଃ କେହି ଲୋକ ଆସନ୍ତି ନାହିଁ। ସେଥିପାଇଁ ଏହି ସ୍ଥାନରେ ଘର କି ଅଫିସ୍‌ କିମ୍ବା ଆଉ କିଛି ବି ଥିବାର ଦେଖିବାକୁ ମିଳେନାହିଁ। ଯୁଆଡ଼େ ଚାହିଁବେ ଖାଲି ବାଲି ହିଁ ବାଲି ଆଉ ତା’ ମଧ୍ୟରେ ରହିଛି ଏହି ଛୋଟ ପୋଷ୍ଟ ଅଫିସ୍‌ଟି। ତେବେ ସୂଚନାନୁଯାୟୀ, ଏହି ପୋଷ୍ଟ ଅଫିସ୍‌ଟି କୁଆଡ଼େ ସେଠାରେ ୩୫ ବର୍ଷ ହେଲାଣି ତିଆରି ହେଲାଣି କିନ୍ତୁ ଆଜିଯାଏଁ ତାହା ଲୋକଲୋଚନକୁ ଆସି ପାରୁ ନଥିଲା। ହେଲେ ୨୦୨୧ ଡିସେମ୍ବର ମାସରେ ମିସ୍‌ ଜାଙ୍ଗ ନାମକ ଜଣେ ମହିଳା ଏ ସମ୍ପର୍କିତ ଖବର ପାଇବା ପରେ ଉକ୍ତ ପୋଷ୍ଟ ଅଫିସ୍‌କୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିଲେ। ଆଉ ତାଙ୍କରି ଯୋଗୁ ହିଁ ଏବେ କିଛି କିଛି ଲୋକ ସେ ସ୍ଥାନକୁ ବୁଲିବାକୁ ଯାଉଛନ୍ତି ଆଉ ଉକ୍ତ ପୋଷ୍ଟ ଅଫିସ୍‌କୁ ଦେଖି ଖୁସି ବି ହେଉଛନ୍ତି। ଏପରିକି କେତେକ ଲୋକ ଇଚ୍ଛା ହେଲେ ସେଠାରେ ଚିଠି ଲେଖି ବି ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?