Posted inଫୁରସତ

ମୋ ଚାରି ସ୍ତ୍ରୀଙ୍କ କଥା !

ମୋର ଚାରିଟା ସ୍ତ୍ରୀ ମୁଁ କିନ୍ତୁ ବେଶୀ ଭଲ ପାଏ ମୋ ଚତୁର୍ଥ ସ୍ତ୍ରୀଙ୍କୁ। ସେ ମୋର ପ୍ରାଣ । ତା’ରି ପାଖରେ ମୁଁ ମୋର ଅଧିକାଂଶ ସମୟ ବିତାଏ । ବେଶୀ ଭଲ ପାଇବା କାରଣରୁ ସେ କେମିତି ଭଲ ଖାଇବ, ଭଲ ପିନ୍ଧିବ, ଭଲରେ ରହିବ ସେଥିପ୍ରତି ମୁଁ ପୁରା ସଜାଗ ଥାଏ ।

ମୋ ତୃତୀୟ ସ୍ତ୍ରୀ ଦେଖିବାକୁ ଖୁବ ସୁନ୍ଦର । ଚତୁର୍ଥ ସ୍ତ୍ରୀକୁ ପ୍ରାଣରେ ସ୍ଥାନ ଦେଇଥିବାବେଳେ ସୁନ୍ଦରୀ ତୃତୀୟ ସ୍ତ୍ରୀକୁ ମୁଁ ହୃଦୟ ଭରି ଭଲ ପାଏ । ସୁନ୍ଦରୀ ହୋଇଥିବା କାରଣରୁ ଅଫିସ କାମରେ କୁଆଡେ ଟୁରରେ ଗଲେ ମୁଁ ଏଇ ସ୍ତ୍ରୀ କୁ ସାଙ୍ଗରେ ନେଇଯାଏ l ଦ୍ୱିତୀୟ ସ୍ତ୍ରୀଟି ମୋର ବେଶ୍‌ ବୁଦ୍ଧିମତୀ । ସତେ ଯେମିତି ଚାଣକ୍ୟ। ବିଭିନ୍ନ ବିପଦ କିମ୍ବା ଅସୁବିଧା ସମୟରେ ମୁଁ ତାରି ଠୁଁ ବୁଦ୍ଧି ଗ୍ରହଣ କରେ । ମୁଁ ତାକୁ ଗଭୀର ଭଲ ପାଏ ।

ପ୍ରଥମ ବା ଶେଷ ସ୍ତ୍ରୀକୁ ମୁଁ ବାହା ହୋଇଛି ସତ କିନ୍ତୁ ତା’ ଠେଇଁ ମନ ମୋର ଆଦୌ ନ ଥାଏ। ସେ ସବୁବେଳେ ମୋତେ ମରହଟିଆ କଥା ମାନ କହେ । ମଦ ପିଅନା, ଖରାପ ଲୋକଙ୍କ ସାଙ୍ଗେ ସାଙ୍ଗ ହୁଅନା, ସଅଳ ଶୋଇ ସଅଳ ଉଠ, ଇଶ୍ବରଙ୍କୁ ପ୍ରାର୍ଥନା କର, ଗୀତା ଭାଗବତ ଟିକେ ପଢ଼, ଯୋଗାସନ ଓ ପ୍ରାଣାୟାମ କର… ଦିନ ରାତି ଏମିତି କେତେ କଥା ଉପଦେଶ ଦେଇ ମୋ ମୁଣ୍ଡକୁ ଖରାପ କରିଦିଏ । ଯୁଗ ଆସି କୋଉଠି ପହଂଚିଲାଣି । ସେ କହିବ ଅମକ କରନା.. ସମକ କରନା । ଏଗୁଡିକ ମୋ ପାଇଁ ଭାରି ବିରକ୍ତକର ।

ଅତ୍ୟଧିକ ନିଶା ପାନ କାରଣରୁ ଦିନେ ମୁଁ ଏକ ଦୁରାରୋଗ୍ୟ ବ୍ୟାଧିର ଶିକାର ହେଲି । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ରୋଗ ଭଲ ନ ହେବାରୁ ମୁଁ ବଂଚିବାର ସକଳ ଆଶା ଛାଡି ରୋଗଶଯ୍ୟାରେ ପଡି ମୃତ୍ୟୁର ଦିନ ଗଣିବାରେ ଲାଗିଲି। ଦିନେ ଜଣେ ସନ୍ଥ ମୋ ପାଖକୁ ଆସି ଗୋଟିଏ ଅଦ୍ଭୁତ ପ୍ରଶ୍ନ ପଚାରିଲେ -କହିଲ, ମରିବା ପରେ ତୁମ ସହିତ ଯଦି ତୁମ ସ୍ତ୍ରୀମାନଙ୍କୁ ସାଙ୍ଗରେ ନେଇ ଯିବାର ସୁଯୋଗ ପ୍ରଦାନ କରାଯାଏ ତେବେ ତୁମ ସହିତ କେତେ ଜଣ ସ୍ତ୍ରୀ ଯିବେ? ମୁଁ ଚଟାପଟ ଉତ୍ତର ଦେଲି – ତିନି । ମହାରାଜ ହସିଲେ । କହିଲେ ହଉ, ସେମାନଙ୍କୁ ଟିକେ ପଚାରି ବୁଝି ସଠିକ ଉତ୍ତରଟା ମୋତେ ସଂଧ୍ୟା ବେଳକୁ ଦେବ।
ସନ୍ଥ ଙ୍କ କଥା ମାନି ସବୁଠୁ ଅଧିକ ଭଲ ପାଉଥିବା ଚତୁର୍ଥ ସ୍ତ୍ରୀକୁ ପାଖକୁ ଡାକି କହିଲି – ତୁମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଏ । ମରିଗଲା ପରେ ତୁମ ବିନା ମୁଁ ଆଦୌ ରହିପାରିବି ନାହିଁ l ତେଣୁ ଭାବୁଛି ମଲା ବେଳେ ତୁମକୁ ମୁଁ ମୋ ସାଙ୍ଗରେ ନେଇଯାନ୍ତି। ମୋ ସାଙ୍ଗରେ ଯିବା ପାଇଁ ତୁମେ ରାଜି ତ? ଏକଥା କୁ ଶୁଣିବା କ୍ଷଣି ଚତୁର୍ଥ ସ୍ତ୍ରୀ ତା ମୁହଁକୁ ମୋଡି କହିଲା, ତୁମେ ମଲା ପରେ ମୁଁ ମୋ ବାପଘରକୁ ସିଧା ପଳେଇବି l ମୁଁ ବଞ୍ଚି ଥାଉ ଥାଉ କାହିଁକି ମରିବି?

ରୋଗ ଯନ୍ତ୍ରଣାର ଦୁଃଖ ଠୁଁ ବଳିଗଲା ଚତୁର୍ଥ ସ୍ତ୍ରୀର ଉତ୍ତର l ବହୁତ ଆଘାତ ଲାଗିଲା ଏହା ଶୁଣି l ଆଖିରୁ ଲୁହ ଝର ଝର ହୋଇ ଝଡି ପଡିଲା l ତଥାପି ମନକୁ ବୁଝାଇ କହିଲି ମୋର ପରା ତୃତୀୟ ସ୍ତ୍ରୀ ଅଛି l ସେ ନିଶ୍ଚୟ ମୋ କଥାରେ ରାଜି ହେବ l
ତୃତୀୟ ଅର୍ଥାତ ସୁନ୍ଦରୀ ସ୍ତ୍ରୀକୁ ପାଖକୁ ଡାକି ସବୁକଥା କହିଲି l ଏ କଥା ପଚାରୁ ପଚାରୁ ସେ ତା’ର ଚୁଲବୁଲି ଆଖି ଡୋଳାକୁ ନଚେଇ କହିଲା – ମୋତେ ତୁମ ଅପେକ୍ଷା ଆହୁରି ଅଧିକ ଭଲ ପାଉଥିବା ଲୋକ ଏ ଦୁନିଆ ରେ ଅଛନ୍ତି l ମୁଁ କାହିଁକି ତୁମ ସହ ଯିବି l ତୁମେ ମରିବା କ୍ଷଣି ମୁଁ ଆଉ କାହା ସାଙ୍ଗରେ ପଳେଇବି l

ତା କଥା ଶୁଣି ମୋ ମୁଣ୍ଡ ଝାଇଁ ମାରିଗଲା ଭଳି ଲାଗିଲା l କ’ଣ ଏ କାନ ନ ଶୁଣିଲା ! ମୋ ଭଲ ପାଇବାର ପୁରସ୍କାର କଣ ଏଇୟା ? ତଥାପି ଆଶା ନ ହରାଇ ଦ୍ୱିତୀୟ ସ୍ତ୍ରୀ ଉପରେ ଭରସା ରଖିଲି l ଏ ଦି ଜଣ ନ ଗଲେ ନାହିଁ, ମୋ ବୁଦ୍ଧିମତୀ ଦ୍ୱିତୀୟ ସ୍ତ୍ରୀ ନିଶ୍ଚେ ମୋ ସହିତ ଯିବାକୁ ହଁ ମାରିବ l କିନ୍ତୁ ବଡ ବିଚିତ୍ର କଥା, ମୋ କଥା ଶୁଣି ସେ ଚିଇଁକି ଉଠିଲା l ମୁହଁ ଛିଞ୍ଚାଡି କହିଲା – ତୁମେ ତ ମରିବ l ଯିବ l ମୁଁ ତୁମ ସହ କାହିଁକି ଯିବି? ତା ଛଡା ମୋ ଭିତରେ ଥିବା ବୁଦ୍ଧି କେବଳ କଣ ଏକୁଟିଆ ତୁମ କାମରେ ଆସୁଛି ? ତୁମେ ଚାଲିଗଲା ପରେ ତୁମ ପରିବାର ବୁଦ୍ଧିଶୂନ୍ୟ ହୋଇଯିବେ l ମୁଁ ସିନା ବଞ୍ଚି ରହିଲେ ଆଗକୁ ବଢିବା ପାଇଁ ସେମାନଙ୍କୁ ଭରସା ଓ ସାନ୍ତ୍ୱନା ଦେବି – ଏତିକି କହି ସେ ପାଦକୁ କଚାଡି ଦୁଲ ଦୁଲ କରି ଘରଦ୍‌କୁ କମ୍ପାଇ ବାହାରିଗଲା l

ଜୀବନରେ ଏପରି ଧୋକା ପୂର୍ବରୁ କେବେ ବି ମୁଁ ଖାଇ ନ ଥିଲି l ଯାହାଙ୍କୁ ମନ ଦେଇ ଅତ୍ୟନ୍ତ ଭଲ ପାଉଥିଲି, ସେମାନଙ୍କର ଏ ପ୍ରକାର ଭିନ୍ନ ରୂପ ଦେଖି ହୃଦୟଟା ମୋର କୋରି ହୋଇଗଲା ପରି ଲାଗୁଥାଏ l ମୁଁ ଆଉ ନିଜକୁ ସମ୍ଭାଳି ନ ପାରି ଶେଯରେ ମୁହଁ କୁ ଲୁଚାଇ କଅଁଳ ପିଲା ପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲି l ଠିକ ଏଇ ସମୟରେ କେହି ଜଣେ ମୋ ମୁଣ୍ଡକୁ ଆଉଁସି ଦେବା ପରି ଲାଗିଲା l ମୁହଁ ଟେକି ଦେଖେ ତ ମୋ ପାଖରେ ଠିଆ ହୋଇଛି ପ୍ରଥମ ସ୍ତ୍ରୀ ଯିଏ ମୋ ପାଇଁ ଥିଲା ସମ୍ପୂର୍ଣ୍ଣ ଅଲୋଡ଼ା ଆଉ ଅଭଲ ପାଇବାର ବସ୍ତୁ l ଅତ୍ୟନ୍ତ ବିଷର୍ଣ୍ଣ ବଦନରେ କହିଲା -କାଇଁ ବ୍ୟସ୍ତ ହେଉଛ l ଅନ୍ୟ କେହି ତୁମ ସହ ଯିବା ପାଇଁ ରାଜି ନ ହେଲେ ନାହିଁ l ମୁଁ ଯିବାକୁ ପ୍ରସ୍ତୁତ ଅଛି l ମୁଁ ପରା ତୁମ ଜୀବନ ସାଥି l ଜନ୍ମ ଜନ୍ମାନ୍ତରର ସମ୍ପର୍କ ଆମ ଦୁହିଁଙ୍କ ଭିତରେ। ଜୀବନ ସାରା ତୁମେ ମୋତେ ଅବହେଳା କଲେ ବି ମୁଁ କିନ୍ତୁ ତୁମର ସଦା ମଙ୍ଗଳ କାମନା କରେ l ଜୀବନରେ କରିଥିବା ଭୁଲକୁ ବୁଝିପାରି ତା ହାତକୁ ଧରି ଭୋ ଭୋ ହୋଇ କାନ୍ଦିବା ଛଡା ମୋ ପାଟିରୁ ପଦେ କଥା ବି ବାହାରିଲା ନାହିଁ l
ଆପଣମାନେ ମୋ ଦୁଃଖ ଶୁଣି ନିଶ୍ଚେ ଭୋଳ ବା ଦୁଃଖୀ ହୋଇ ଯିବେଣି l କେହି କେହି ଭାବୁଥିବେ ଏ ଲୋକଟା ଅର୍ଥାତ ମୁଁ ଚାରିଟା ସ୍ତ୍ରୀ ବାହା ହେଉଥିଲି କାହିଁକି? ଆଜିକାର ମହରଗ ଯୁଗରେ ଗୋଟିଏ ସ୍ତ୍ରୀ ଓ ପରିବାର ଚଳେଇବା କାଠିକର ପାଠ l ଏଥିରେ ପୁଣି ଚାରିଟା ସ୍ତ୍ରୀ ! ଆରେ ବାପରେ ବାପ !!
ଆଜ୍ଞା, ଆପଣ କେବେ ଭାବନ୍ତୁ ନାହିଁ ଯେ କେବଳ ମୋର ସ୍ତ୍ରୀ ସଂଖ୍ୟା ଚାରି ବୋଲି l ଆପଣ ସମସ୍ତ ଙ୍କର ବି ଚାରିଟା ଲେଖାଏଁ ସ୍ତ୍ରୀ ଅଛନ୍ତି l ତନ୍ମଦ୍ଧ୍ୟରୁ ତିନି ଜଣକୁ ଆମେ ସମସ୍ତେ ପ୍ରାଣ ଦେଇ ଭଲ ପାଉଛେ l ଆଉ ଜଣକୁ ଶେଷ ପର୍ଯ୍ୟନ୍ତ ବି ପଚାରୁନେ l ଯେଉଁ ତିନି ଜଣଙ୍କୁ ଆମେ ଗଭୀର ଭାବେ ଭଲ ପାଉଥାଏଁ ସେମାନେ ପ୍ରତି ମୁହୂର୍ତରେ ଆମ୍ଭମାନଙ୍କୁ ଠକି ଚାଲିଛନ୍ତି l
ଏବେ ସେ ସ୍ତ୍ରୀ ମାନଙ୍କ ନାଁ ଶୁଣନ୍ତୁ l

ଆମର ଚତୁର୍ଥ ସ୍ତ୍ରୀ ର ନାଁ ହେଉଛି -ଶରୀର। ଶରୀର ପ୍ରତି ଆସକ୍ତି ନ ଥିବା ବ୍ୟକ୍ତି ସଂସାରରେ ବିରଳ ।
ତୃତୀୟ ସ୍ତ୍ରୀ ର ନାଁ ହେଉଛି -ଧନ ସମ୍ପତ୍ତି । ଘରୁ ପାଦ କାଢିଲା ମାତ୍ରେ ତା ସହଯୋଗ ଲୋଡ଼ା । ଆମେ ତାକୁ ସବୁବେଳେ ପାଖେ ପାଖେ ଗଣ୍ଠିଧନ କରି ରଖିଥାଉ । କିନ୍ତୁ ମରିଗଲା ପରେ ସେଗୁଡିକ ମୁହୁର୍ତରେ ଆଉ କାହାର ହୋଇଯାଏ ।
ଦ୍ୱିତୀୟ ସ୍ତ୍ରୀ ହେଉଛି – ଆମ ଆତ୍ମୀୟସ୍ବଜନ । ବୁଦ୍ଧିମତୀ ସ୍ତ୍ରୀ ସେ । ବିପଦ ଆପଦରେ ପଡିଲେ ଆମେ ଭାଈ ବନ୍ଧୁ କୁଟୁମ୍ବ ଆଦିଙ୍କ ସାହାରା ନେଉ l ଆମେ ମରିଗଲା ପରେ କ୍ଷଣେ ଓଳିଏ ଏମାନେ କାନ୍ଦନ୍ତି l ସେମାନେ କେହି ବି ଆମ ସାଙ୍ଗରେ ଯାଆନ୍ତି ନାହିଁ l ତେବେ ମୃତ୍ୟୁ ସହ ଆମ ସାଙ୍ଗରେ କିଏ ଯାଏ? ଯିଏ ଯାଏ ସେ ହିଁ ଉପରୋକ୍ତ କାହାଣୀର ପ୍ରଥମ ତଥା ଶେଷ ସ୍ତ୍ରୀ l ସେ ହେଉଛି ଆମ ଆତ୍ମା। ଜନ୍ମରୁ ସେ ଆମ ସହ ଅଛି l କିନ୍ତୁ ତା ସହ ଆମ ସମ୍ପର୍କ ଦୁର୍ବଳ l ଆମେ କିନ୍ତୁ ଶରୀର, ଧନ ସମ୍ପତ୍ତି ଓ ପରିବାର ଅତ୍ମୀୟସ୍ବଜନଙ୍କ ମାୟାରେ ପଡି ତାକୁ ହତାଦର କରୁ l

ପାଠକେ ! ଆଜିଠୁ ଆମେ ଶପଥ ନେବା – ଅନ୍ୟ ତିନି ସ୍ତ୍ରୀର ମାୟାରେ କମ ପଡି ପ୍ରଥମ ସ୍ତ୍ରୀ ଅର୍ଥାତ ଆତ୍ମାକୁ ବେଶୀ ଭଲ ପାଇବା । ତା’ ଉପଦେଶ ଶୁଣିବା ଏବଂ ମାନିବା । ଏହା ହିଁ ଆଜିର କରୋନାକାଳୀନ ଶିକ୍ଷା ହେଉ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?