Posted inଜାତୀୟ

ଅରୁଣାଚଳ ସୀମାରେ ଚାଇନା ସୈନ୍ୟ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଚାଇନା ସୈନ୍ୟ ପ୍ରବେଶ କରି ଭାରତୀୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଥିବାବେଳେ ଏହାକୁ ନେଇ ୩ ମାସ ହେଲା ସୀମାରେ ଉତ୍ତେଜନା ଲାଗି ରହିଛି। ଦୁଇଦେଶର ସୈନ୍ୟ ମୁହାଁମୁହିଁ ହେବା ସହ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା। ବହୁସ୍ତରୀୟ ସାମରିକ ଓ କୂଟନୈତିକ ଆଲୋଚନା ପରେ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ। ଚାଇନା କେତେକ ଅଞ୍ଚଳରୁ ସୈନ୍ୟଙ୍କୁ ଫେରାଇ ନେଇଥିଲେ ହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରୁନାହିଁ। ଫଳରେ ଭାରତୀୟ ସେନା ସୀମା ଉପରେ କଡ଼ା ନଜର ରଖିବା ସହ ଯେକୌଣସି ସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ସେପଟେ ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ଚାଇନା ଅଧିକୃତ ତିବ୍ବତ୍‌ରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଠୁଳ କରିଥିତ୍ବା ଜଣାପଡିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପରିଚାଳିତ ଭାରତର ଗୋଇନ୍ଦା ତଥ୍ୟ ସଂଗ୍ରହକାରୀ ସାଟେଲାଇଟ୍‌ ଏମିସାଟ୍‌ ସିଗ୍‌ନାଲରୁ ଏହା ସ୍ପଷ୍ଟ ହୋଇଛି। ତିବ୍ବତରେ ଥିବା ପିଏଲ୍‌ଏ ପୋଜିଶନ ଉପର ଦେଇ ଶନିବାର ଏମିସାଟ୍‌ ଅତିକ୍ରମ କରିଥିଲା। ଏହି ସାଟେଲାଇଟରେ କୌଟିଲ୍ୟ ନାମରେ ଇଲେକ୍ଟ୍ରୋନିକ୍‌ ଇଣ୍ଟେଲିଜେନ୍ସ (ଏଲିଣ୍ଟ) ପ୍ୟାକେଜ୍‌ ରହିଛି। ସୀମାରେ ଶତ୍ରୁପକ୍ଷର ଗତିବିଧି ଉପରେ ତଥ୍ୟ ସଂଗ୍ରହ ପାଇଁ ଏଲିଣ୍ଟ ମିଶନର ମନିଟର ରେଡିଓ ସିଗ୍‌ନାଲ ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହାର ନିର୍ମାଣ କରିଛି।
ଲଦାଖର ପଙ୍ଗଓଙ୍ଗ ସୋ ଦେଇ ଯାଇଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅନ୍ତର୍ଗତ ଫିଙ୍ଗର ୪ ଅଞ୍ଚଳରୁ ଚାଇନା ନିର୍ମାଣକୁ ହଟାଇବା ପାଇଁ ଭାରତ ଓ ଚାଇନା ମଧ୍ୟରେ ଆଲୋଚନାର ଦିନକ ପରେ ସାଟେଲାଇଟ ଏହି ସିଗ୍‌ନାଲ ପଠାଇଛି। ଆଲୋଚନା ଫଳପ୍ରଦ ହୋଇ ନ ଥିବାବେଳେ ଉତ୍ତେଜନା ହ୍ରାସ ଓ ସୈନ୍ୟ ପ୍ରତ୍ୟାହାର ପାଇଁ ବୈଠକ ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ଡେପସାଙ୍ଗ ସେକ୍ଟରରେ ମଧ୍ୟ ଚାଇନା ସୈନ୍ୟ ରହିଥିବା ଜଣାପଡ଼ିଛି। ସେମାନେ ଏଲ୍‌ଏସି ସେପଟେ ମାଟି ଖୋଳୁଥିବା ଦେଖିବାକୁ ମିଳିଛି। ୨୦୧୩ରେ ପିଏଲ୍‌ଏ ଡେପସାଙ୍ଗ ଅଞ୍ଚଳରେ ପ୍ରବେଶ କରିଥିଲା।
ଶୁକ୍ରବାର ଭାରତର ରିସାଟ-୨ବିଆର୍‌୧ ସାଟେଲାଇଟ୍‌ ଆଫ୍ରିକାର ଜିବୁଟି ଦେଇ ଅତିକ୍ରମ କରିଥିଲା। ସେଠାରେ ଚାଇନା ନୌସେନାର ଘାଟି ରହିଛି। ଦରିଆପାରିରେ ଚାଇନାର ଏହା ପ୍ରଥମ ସାମରିକ ଘାଟି। ଜିବୁଟି ଉପକୂଳ ନିକଟରେ ଚାଇନା ତିନୋଟି ଯୁଦ୍ଧଜାହାଜ ରଖିଥିବା ନିକଟରେ ଏକ ରିପୋର୍ଟରୁ ଜଣାପଡିଛି। ଜୁଲାଇ ୧୧ରେ ଏମିସାଟର ଏଲିଣ୍ଟ ପାକିସ୍ତାନର ଓର୍ମାରା ନୌସେନା ବେସ୍‌ ନିକଟ ଦେଇ ପାସ୍‌ କରିଥିଲା। ସେଠାରେ ଚାଇନା କିଛିବର୍ଷ ହେଲା ବୁଡ଼ାଜାହାଜ ମୁତୟନ କରିଛି। ଏଲ୍‌ଏସି ଅଚଳାବସ୍ଥାକୁ ନେଇ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଆଗାମୀ ଶୀତ ଋତୁରେ ଚାଇନା ଓ ପାକିସ୍ତାନ ଦୁଇପଟୁ ଭାରତ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଲଦାଖ ଓ କଶ୍ମୀରରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶରେ ସଡ଼କ ଉପରେ ନମାଜ ପଢିବା ମନା

ଲକ୍ଷ୍ନୌ,୨୯ ।୪: ଲାଉଡ ସ୍ପିକର ବିବାଦ ମଧ୍ୟରେ ଇଦ ପୂର୍ବରୁ ଶୁକ୍ରବାର ପାଳନ କରାଯାଉଛି ଅଲବିଦା ଜୁମେ କି ନମାଜ । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ...

କୋଭିଡ୍‌ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ

ନୂଆଦିଲ୍ଲୀ, ୧୨।୬(ଆଇଏଏନ୍‌ଏସ୍‌): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...

ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ,୨୮।୫: ଉତ୍ତରାଖଣ୍ଡ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ତାଙ୍କ ନାତୁଣୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବୋହୂ ଅଭିଯୋଗ ଆଣିଥିଲେ। ଏଥିରେ ମାନସିକ...

ପାଇଲଟଙ୍କ ପଦଯାତ୍ରା ଶେଷ, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଲାଗି ଗେହଲଟଙ୍କୁ ଦେଲେ ଚେତାବନୀ

ଜୟପୁର, ୧୫ା୫ : ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ତାଙ୍କର ୫ ଦିନିଆ ଜନ ସଂଘର୍ଷ...

ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅରାଜି ଅଭିଭାବକ

ମୁମ୍ବାଇ, ୧୩।୫:: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ ଜାରିରହିଛି। କଟକଣା ହଟିବା ପରେ ଜୁନ/ଜୁଲାଇ ସୁଦ୍ଧା ସ୍କୁଲ ଖୋଲିବା ପାଇଁ ସରକାର ଚିନ୍ତା...

ଗଣବଳାତ୍କାର ଶିକାର ହେଲେ ନାବାଳିକା

ମୁମ୍ବାଇ,୧୫।୧୧: ମହାରାଷ୍ଟର ବିଡ ଅଞ୍ଚଳରେ ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ବିବାହିତା ଯୁବତୀଙ୍କୁ ଦୀର୍ଘ ୬ମାସ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଲାଗି ଆମେରିକାରୁ ଆସିଲା ସ୍ବତନ୍ତ୍ର ବିମାନ; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ, ୧।୧୦: ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ ଗୁରୁବାର ଆମେରିକାରୁ ଆସି ଦିଲ୍ଲୀ ଅନ୍ତର୍ଜାତୀୟ...

ଠାକ୍‌ରେ-ଆମ୍ବେଡକରଙ୍କ ମେଣ୍ଟର କୌଣସି ପ୍ରଭାବ ପଡ଼ିବ ନାହିଁ: କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ,୨୪।୧:ମୁମ୍ବାଇ ସମେତ ମହାରାଷ୍ଟ୍ରର କେତେକ ସହରରେ ମହାନଗର ନିଗମ ଓ ପୌର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ(ୟୁବିଟି) ପ୍ରକାଶ...

Advertisement
Archives

Model This Week