Posted inଜାତୀୟ

ଅରୁଣାଚଳ ସୀମାରେ ଚାଇନା ସୈନ୍ୟ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଚାଇନା ସୈନ୍ୟ ପ୍ରବେଶ କରି ଭାରତୀୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଥିବାବେଳେ ଏହାକୁ ନେଇ ୩ ମାସ ହେଲା ସୀମାରେ ଉତ୍ତେଜନା ଲାଗି ରହିଛି। ଦୁଇଦେଶର ସୈନ୍ୟ ମୁହାଁମୁହିଁ ହେବା ସହ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା। ବହୁସ୍ତରୀୟ ସାମରିକ ଓ କୂଟନୈତିକ ଆଲୋଚନା ପରେ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ। ଚାଇନା କେତେକ ଅଞ୍ଚଳରୁ ସୈନ୍ୟଙ୍କୁ ଫେରାଇ ନେଇଥିଲେ ହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରୁନାହିଁ। ଫଳରେ ଭାରତୀୟ ସେନା ସୀମା ଉପରେ କଡ଼ା ନଜର ରଖିବା ସହ ଯେକୌଣସି ସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ସେପଟେ ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ଚାଇନା ଅଧିକୃତ ତିବ୍ବତ୍‌ରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଠୁଳ କରିଥିତ୍ବା ଜଣାପଡିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପରିଚାଳିତ ଭାରତର ଗୋଇନ୍ଦା ତଥ୍ୟ ସଂଗ୍ରହକାରୀ ସାଟେଲାଇଟ୍‌ ଏମିସାଟ୍‌ ସିଗ୍‌ନାଲରୁ ଏହା ସ୍ପଷ୍ଟ ହୋଇଛି। ତିବ୍ବତରେ ଥିବା ପିଏଲ୍‌ଏ ପୋଜିଶନ ଉପର ଦେଇ ଶନିବାର ଏମିସାଟ୍‌ ଅତିକ୍ରମ କରିଥିଲା। ଏହି ସାଟେଲାଇଟରେ କୌଟିଲ୍ୟ ନାମରେ ଇଲେକ୍ଟ୍ରୋନିକ୍‌ ଇଣ୍ଟେଲିଜେନ୍ସ (ଏଲିଣ୍ଟ) ପ୍ୟାକେଜ୍‌ ରହିଛି। ସୀମାରେ ଶତ୍ରୁପକ୍ଷର ଗତିବିଧି ଉପରେ ତଥ୍ୟ ସଂଗ୍ରହ ପାଇଁ ଏଲିଣ୍ଟ ମିଶନର ମନିଟର ରେଡିଓ ସିଗ୍‌ନାଲ ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହାର ନିର୍ମାଣ କରିଛି।
ଲଦାଖର ପଙ୍ଗଓଙ୍ଗ ସୋ ଦେଇ ଯାଇଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅନ୍ତର୍ଗତ ଫିଙ୍ଗର ୪ ଅଞ୍ଚଳରୁ ଚାଇନା ନିର୍ମାଣକୁ ହଟାଇବା ପାଇଁ ଭାରତ ଓ ଚାଇନା ମଧ୍ୟରେ ଆଲୋଚନାର ଦିନକ ପରେ ସାଟେଲାଇଟ ଏହି ସିଗ୍‌ନାଲ ପଠାଇଛି। ଆଲୋଚନା ଫଳପ୍ରଦ ହୋଇ ନ ଥିବାବେଳେ ଉତ୍ତେଜନା ହ୍ରାସ ଓ ସୈନ୍ୟ ପ୍ରତ୍ୟାହାର ପାଇଁ ବୈଠକ ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ଡେପସାଙ୍ଗ ସେକ୍ଟରରେ ମଧ୍ୟ ଚାଇନା ସୈନ୍ୟ ରହିଥିବା ଜଣାପଡ଼ିଛି। ସେମାନେ ଏଲ୍‌ଏସି ସେପଟେ ମାଟି ଖୋଳୁଥିବା ଦେଖିବାକୁ ମିଳିଛି। ୨୦୧୩ରେ ପିଏଲ୍‌ଏ ଡେପସାଙ୍ଗ ଅଞ୍ଚଳରେ ପ୍ରବେଶ କରିଥିଲା।
ଶୁକ୍ରବାର ଭାରତର ରିସାଟ-୨ବିଆର୍‌୧ ସାଟେଲାଇଟ୍‌ ଆଫ୍ରିକାର ଜିବୁଟି ଦେଇ ଅତିକ୍ରମ କରିଥିଲା। ସେଠାରେ ଚାଇନା ନୌସେନାର ଘାଟି ରହିଛି। ଦରିଆପାରିରେ ଚାଇନାର ଏହା ପ୍ରଥମ ସାମରିକ ଘାଟି। ଜିବୁଟି ଉପକୂଳ ନିକଟରେ ଚାଇନା ତିନୋଟି ଯୁଦ୍ଧଜାହାଜ ରଖିଥିବା ନିକଟରେ ଏକ ରିପୋର୍ଟରୁ ଜଣାପଡିଛି। ଜୁଲାଇ ୧୧ରେ ଏମିସାଟର ଏଲିଣ୍ଟ ପାକିସ୍ତାନର ଓର୍ମାରା ନୌସେନା ବେସ୍‌ ନିକଟ ଦେଇ ପାସ୍‌ କରିଥିଲା। ସେଠାରେ ଚାଇନା କିଛିବର୍ଷ ହେଲା ବୁଡ଼ାଜାହାଜ ମୁତୟନ କରିଛି। ଏଲ୍‌ଏସି ଅଚଳାବସ୍ଥାକୁ ନେଇ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଆଗାମୀ ଶୀତ ଋତୁରେ ଚାଇନା ଓ ପାକିସ୍ତାନ ଦୁଇପଟୁ ଭାରତ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଲଦାଖ ଓ କଶ୍ମୀରରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?