ପାଞ୍ଚମାସ ପରେ ସିନେମା ହଲ୍‌ର ଦୃଶ୍ୟ ଥିଲା ଏଭଳି

ବେଜିଂ,୨୦।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ସାରିଲାଣି। ଗତବର୍ଷ ଡିସେମ୍ବରରେ କରୋନା ପ୍ରଥମ କରି ଚାଇନାରେ ଦେଖା ଦେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପି ସାରିଛି। ଚାଇନାରେ ଯେତେବେଳେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଲା ସେତେବେଳେ ତା’ର ଜନଗହଳିପୂର୍ଣ୍ଣ ସ୍ଥାନକୁ ବହୁଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଏବେ ଦୀର୍ଘ ପ୍ରାୟ ୫ ମାସ ପରେ ସେଠାରେ ସିନେମା ହଲ୍‌ ଖୋଲିବାକୁ ଅନୁମତି ମିଳିଛି। ଆଉ ଏବେ ଲୋକେ ଖୁବ୍‌ ଉତ୍ସାହର ସହ ସିନେମା ଦେଖିବାକୁ ସେଠାରେ ପହଞ୍ଚିଛନ୍ତି। ତେବେ ସେଠାରେ ସାମାଜିକ ଦୂରତାକୁ ବେଶ୍‌ ଗୁରୁତ୍ୱ ଦିଆଯାଇଛି। ଏମିତିକି ପ୍ରାୟ ୨ଟି ସିଟ୍‌ ମଧ୍ୟରେ ଜଣେ ଦର୍ଶକ ବସିଥିବା ଦେଖାଯାଇଛି। ଲୋକେ ମାସ୍କ ପିନ୍ଧିବା ସହ ପରସ୍ପରଠାରୁ ଦୂରେଇ ରହି ସିନେମା ଦେଖିଥିବା ଦେଖାଯାଇଛି। ତେବେ ଚାଇନାର ଝାଙ୍ଗଝାଉ ଓ ଚାଙ୍ଗଶା ଅଞ୍ଚଳରେ କେବଳ ସିନେମା ହଲ୍‌ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ଏଠାରେ ସଂକ୍ରମଣ ସଂଖ୍ୟା କମ୍‌ ଥିବାରୁ ଏହି ଅଞ୍ଚଳକୁ ସିନେମା ହଲ୍‌ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଗତ ଏପ୍ରିଲରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଥିବା କୁହାଯାଉଥିବା ବେଳେ ପୁଣି ଗତ ଜୁନ୍‌ ମାସରେ ସେଠାରେ କରୋନା ଫେରିଥିବା ଦେଖାଯାଇଥିଲା ଓ ୫୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୧୫ ସେକେଣ୍ଡରେ ଯାଉଛି ଜଣେ କରୋନା ରୋଗୀଙ୍କ ଜୀବନ, ଜାଣନ୍ତୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା କେତେ

କରୋନା ଜୀବାଣୁ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇବାରେ ଲାଗିଛି। ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱରେ ପ୍ରାଣ ହରାଇଥିବା କରୋନା ରୋଗୀଙ୍କ...

କରୋନା ଭାଇରସ ପରେ ଏବେ ଆମେରିକାବାସୀଙ୍କ ଚିନ୍ତା ବଢାଇଲାଣି ଏମିବା

ୱାଶିଂଟନ,୨୭ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ଆମେରିକାବାସୀ ଭୟଭିତ ହୋଇଯାଇଥିବା ବେଳେ ଏବେ ପାନୀୟ ଜଳରେ ମସ୍ତିସ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ଦେଖିବାକୁ ମିଳିଛି...

ଚିଡ଼ିଆଖାନାରେ ୪ ସିଂହଙ୍କୁ କରୋନା

ବାର୍ସିଲୋନା, ୯।୧୨: ସ୍ପେନ୍‌ର ବାର୍ସିଲୋନା ଚିଡ଼ିଆଖାନାରେ ୪ଟି ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସିଂହଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବା ଏହା ଦ୍ୱିତୀୟ ଘଟଣା।...

ଉତ୍ପୀଡ଼ନ କେନ୍ଦ୍ର ପାକିସ୍ତାନ ମଦ୍ରାସା

ଇସ୍‌ଲାମାବାଦ, ୪ା୭: ପାକିସ୍ତାନରେ ଥିବା ମଦ୍ରାସାଗୁଡ଼ିକରେ ଦିନକୁ ଦିନ ଯୌନ ଶୋଷଣ ମାମଲା ବଢ଼ିବାରେ ଲାଗିଛି। ନିକଟରେ ଲାହୋରସ୍ଥିତ ଏକ ମଦ୍ରାସାରେ ସବୀର ଶାହା ନାମକ...

ଟ୍ରମ୍ପଙ୍କୁ ଭେଟିଥିବା ବ୍ରାଜିଲ ଅଧିକାରୀଙ୍କୁ କରୋନା

ବ୍ଲୁମ୍‌ବର୍ଗ, ୧୩।୩: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସହଯୋଗୀ ତଥା ବରିଷ୍ଠ ଅଧିକାରୀ ଫାବିଓ ଓ୍ବାଜ୍‌ଙ୍ଗର୍ଟେନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ତାଙ୍କ...

ଇଣ୍ଟରନେଟ୍‌ ବନ୍ଦ କଲା ତାଲିବାନ୍‌

କାବୁଲ,୨୯ା୮: ପଞ୍ଜଶିରରେ ବିରୋଧୀଙ୍କ ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟ୍‌ର ଠାରୁ ଦୂରେଇ ରଖିବା ଲାଗି ତାଲିବାନ୍‌ ପଞ୍ଜଶିର ଉପତ୍ୟକାରେ...

ଲୋକଙ୍କୁ ଗୁପ୍ତରେ କରୋନା ଟିକା ଦେଉଛି ଚାଇନା: ବାହାରେ ପ୍ରକାଶ କରିବାକୁ ମନା

ବେଜିଂ,୩୧।୧୦: ଚାଇନାରେ ଗୁପ୍ତରେ ଏହାର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି। ତେବେ ଏନେଇ ବାହାରେ ପ୍ରକାଶ ନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।...

ଭାଙ୍ଗିବ ଶତାବ୍ଦୀର ପରମ୍ପରା, କେମ୍ବ୍ରିଜ୍ ଖ୍ରୀଷ୍ଟମାସ ଗୀତର ହେବନାହିଁ ସିଧା ପ୍ରସାରଣ

ୱାଶିଂଟନ,୨୪ ।୧୨: ଖ୍ରୀଷ୍ଟମାସ ବା ବଡଦିନର ପୂର୍ବ ସନ୍ଧ୍ୟାରେ କେମ୍ବ୍ରିଜର ପ୍ରସିଦ୍ଧ ଗାୟକ ମଣ୍ଡଳୀଙ୍କ ଲାଇଭ୍ ସଙ୍ଗିତ ଚଳିତ ବର୍ଷ ବିଶ୍ୱବାସୀ ଶୁଣିବାରୁ ବଞ୍ଚିତ ହେବେ...

Advertisement


Archives

Model This Week