ପୁତ୍ରର ଋଣ ଶୁଝା

ମାତୃ ଋଣ କଦାପି ଶୁଝି ହୁଏ ନାହିଁ। କାରଣ ମା’ ଏକ ଅନନ୍ୟ ମରିଷ। ନୂଆ ଜୀନନଟିଏ ସୃଷ୍ଟି କରିବାରେ ମା’ର ଭୂମିକା ଅତୁଳନୀୟ। ସମାୟନ ପରଠାରୁ ଶିଶୁଟିକୁ ଜନ୍ମଦେବା ପର୍ଯ୍ୟନ୍ତ ଅନ୍ୟ ସମସ୍ତ ପ୍ରକ୍ରିୟା ମାତୃଗର୍ଭରେ ସାଧିତ ହୋଇଥାଏ। ତେବେ ଅନ୍ୟ ସବୁ ପ୍ରଜାତିର ସ୍ତନ୍ୟପାୟୀଙ୍କ ତୁଳନାରେ ମଣିଷର ଭ୍ରୂଣ ମା’ଠାରୁ ଦାବି କରିଥାଏ ଜୀବନଧାରଣ ଏବଂ ମଣିଷ ବିକାଶ ଲାଗି ଆବଶ୍ୟକ ଅଧିକ ମାତ୍ରାର ଉପାଦାନ।
ଭୂମିଷ୍ଠ ହେଲା ପରେ ମା’ ଶିଶୁଟିକୁ ସ୍ତନ୍ୟପାନ କରାଇବା ତଥା ଅନ୍ୟ ସମସ୍ତ ମାତୃସୁଲଭ ଯତ୍ନ ନେବା ଏବଂ ଏପରି କି ପ୍ରାପ୍ତବୟସ୍କ ହେଲା ପରେ ମଧ୍ୟ ତା’ ପ୍ରତି ସର୍ବୋତୋଭାବେ ସମର୍ପିତ ହୋଇ ରହିବାର ଦେଖାଯାଏ। ମା’ର ଏହି ସମର୍ପଣ ଭାବର କାରଣ ଖୋଜି ବାହାର କରିବା ସମ୍ଭବ ହୋଇ ନ ଥିଲେ ମଧ୍ୟ ତା’ ମୂଳରେ କିଛି ଜୈବିକ ରହସ୍ୟ ବିଦ୍ୟମାନ ଥିବାର ଅନୁମାନ କରାଯାଏ। ଅନେକେ ଏହାକୁ ବ୍ୟାଖ୍ୟା କରୁଥିଲେ ସମ୍ପନ୍ନ ପାଇଁ ମା’ ଏବଂ ବାପାଙ୍କର ଭିନ୍ନ ଭିନ୍ନ ଜିନୀୟ ଅବଦାନ ମାଧ୍ୟମରେ। ସେମାନଙ୍କ ମତରେ ସେ ଉଭୟେ ଶିଶୁକୁ ପ୍ରଦାନ କରିଥାଆନ୍ତି ସମସଂଖ୍ୟକ ନାଭିକୀୟ କ୍ରୋମୋଜୋମ୍‌। କିନ୍ତୁ ଏହା ବ୍ୟତୀତ ମା’ର ଡିମ୍ବାଣୁରେ ଥିବା ‘ମିଟୋକୋଣ୍ଡ୍ର୍ରିଆ’ରେ ସେ ସମ୍ପୂର୍ଣ୍ଣ ଅଧିକାରୀ ହୋଇଥାଏ। ସମ୍ଭବତଃ ଏଥିରେ ଥିବା ଜିନ୍‌ଗୁଡିକର ତହିଁରେ କୌଣସି ଭୂମିକା ରହିଛି। ତେବେ ବର୍ତ୍ତମାନ ବିଶେଷକରି ପୁଅ ସହିତ ମା’ର ଅସାମାନ୍ୟ ସଂପୃକ୍ତିକୁ ନେଇ ଭିନ୍ନ ଏକ ନୂତନ ତଥ୍ୟ ଉପସ୍ଥାପିତ କରାଗଲାଣି।
ସନ୍ତାନ ଜନ୍ମ ଦେବା ନାରୀଠାରେ ଆଣିଥାଏ ଅନେକ ପରିବର୍ତ୍ତନ-ଶରୀରର ଗାଠନିକ ତଥା କ୍ରିୟାଜନିତ ଏବଂ ମନସ୍ତାତ୍ତ୍ୱିକ। କିନ୍ତୁ ସମୟକ୍ରମେ ପ୍ରଥମ ଦୁଇଟି ଅନେକାଂଶରେ ସାଧାରଣ ହୋଇଯାଏ। କେବଳ ତୃତୀୟଟି ପରିବର୍ତ୍ତନ ରହିଯାଏ ସ୍ଥାୟୀ ରୂପେ। ବିଶେଷକରି ପୁତ୍ର ସନ୍ତାନଟିଏ ଜନ୍ମ ଦେବା ପରେ ଏସବୁ ଅଧିକ ମାତ୍ରାରେ ଘଟିବାର ଦେଖାଯାଉଛି। ଏହାର କାରଣ ସମ୍ପର୍କରେ ଏକ ସୂଚନା ପ୍ରଦାନ କରାଯାଇଛି ‘ଜର୍ନାଲ ଅଫ ମଲିକୁଲାର ହ୍ୟୁମାନ ରିପ୍ରଡକ୍ସନ’ର ଜାନୁୟାରୀ, ୨୦୨୦ ସଂଖ୍ୟାରେ, ଯେଉଁଥିରେ ଜିନୀୟ ସଂପୃକ୍ତିକୁ ନେଇ ଏକ ବ୍ୟାଖ୍ୟାନ ରହିଛି। ତଦନୁଯାୟୀ ନିବନ୍ଧଟି ରଚନା କରିଥିବା ଗବେଷକମାନେ ତାଙ୍କ ପରୀକ୍ଷାରେ ପୁରୁଷ ଭ୍ରୂଣ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ନତୁବା ପୁଅଟିଏ ଜନ୍ମ ଦେବାର ଠିକ୍‌ ପରେ ପରେ ମହିଳାମାନଙ୍କଠାରେ ଓ୍ବାଇ-କ୍ରୋମୋଜୋମ୍‌ ସନ୍ଧାନ ପାଇଥିଲେ। ତେଣୁ ସେମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଏହି କ୍ରୋମୋଜୋମ୍‌ ଭ୍ରୂଣଠାରୁ ମା’ ଦେହକୁ ଆସିଛି ବୋଲି। ଏ କ୍ଷେତ୍ରରେ ଅନ୍ୟ ଏକ ଯୁଗାନ୍ତକାରୀ ଆବିଷ୍କାର ହୋଇଥିଲା ୨୦୧୨ ମସିହାରେ। ସେତେବେଳେ ୬୩ ଶତାଂଶ ମା’ଙ୍କ ମସ୍ତିଷ୍କରେ ପୁତ୍ର ସନ୍ତାନ ଜନ୍ମ ଦେବାର ଅନେକ ବର୍ଷ ପରେ ମଧ୍ୟ ଓ୍ବାଇ-କ୍ରୋମୋଜୋମ୍‌ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ୯୪ବର୍ଷୀୟା ମହିଳାଙ୍କଠାରେ ଏହା ଥିବାର ଏକମାତ୍ର କାରଣ ହେଲା ଯେ, ସେମାନେ ପ୍ରତ୍ୟେକ ଅନ୍ତତଃ ଗୋଟିଏ ଲେଖାଏଁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଅତଏବ ତାହା ତାଙ୍କରିଠାରୁ ସେମାନଙ୍କ ଦେହକୁ ଆସିଥିଲା।
ବୈଜ୍ଞାନିକମାନଙ୍କ ମତରେ ଏହା ମା’ମାନଙ୍କଠାରେ ହରମୋନୀୟ ସ୍ଥିତି ବଦଳାଇ ଦେଇ ତାଙ୍କୁ କର୍କଟ ରୋଗ ତଥା ସଂକ୍ରମଣ ଓ ମସ୍ତିଷ୍କ ରୋଗରୁ ଦୀର୍ଘକାଳୀନ ଭିତ୍ତିରେ ସୁରକ୍ଷା ପ୍ରଦାନ କରେ। ଫଳରେ ତାଙ୍କର ବଞ୍ଚତ୍ ରହିବାର ସମ୍ଭାବନା ବୃଦ୍ଧିପାଏ, ଯାହା କି ଶିଶୁମାନଙ୍କ ପାଇଁ ଲାଭଦାୟକ। ସମ୍ଭବତଃ ଏହା ମା’ମାନଙ୍କୁ ବାପମାନଙ୍କ ତୁଳନାରେ ପୁତ୍ର ସନ୍ତାନ ପ୍ରତି ଅଧିକ ସମର୍ପିତ ହେବାକୁ ପ୍ରରୋଚିତ କରେ। ଅନ୍ୟପକ୍ଷରେ, ମା’ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘଜୀବନ ପାଇଁ ଏହା ସନ୍ତାନର ପ୍ରାକୃତିକ ଅବଦାନ ବୋଲି ବିଚାର କରାଯାଇପାରେ। କିଞ୍ଚତ୍ତ ମାତ୍ରାରେ ହେଲେ ବି ମାତୃ ଋଣ ଶୁଝିବା ପାଇଁ ପ୍ରକୃତି କ’ଣ ଏ ବ୍ୟବସ୍ଥା କରିଛି !

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ,୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri