Posted inଜାତୀୟ

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ ଖଣ୍ଡନ କରିଚାଲିଛି। କେନ୍ଦ୍ରରେ ଶାସନ କରୁଥିବା ଭାଜପାର ଜଣେ ଏମ୍‌ପି ସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରିବା ପରେ ଏବେ ନିଜ ମତ ରଖିବା ଆଲୋଚନାର ବିଷୟ ହୋଇଛି । ଅରୁଣାଚଳ ପ୍ରଦେଶ ରାଜ୍ୟ ଭାଜପା ସଭାପତି ତଥା ଏମ୍‌ପି ତାପିର ଗାଓ ସୋସିଆଲ ମିଡିଆ ପୋଷ୍ଟ୍‌ରେ କହିଛନ୍ତି, ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଦେଇ ଅରୁଣାଚଳ ପ୍ରଦେଶକୁ ଚାଇନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଅନୁପ୍ରବେଶ ସ୍ଥାନୀୟ ଅଞ୍ଚଳରେ ଗଭୀର ଉଦ୍‌ବେଗ ସୃଷ୍ଟି କରୁଥିବାରୁ ତାହାକୁ ଗମ୍ଭୀରତାର ସହ ନିଆଯିବା ଦରକାର। ଗାଓ ଏପରି ଆଶଙ୍କା ବ୍ୟକ୍ତ କରିବା ପରେ ବହିର୍ୱ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନା ସହ ସୀମାନ୍ତ ଅଞ୍ଚଳ ସମ୍ପର୍କିତ ମାମଲାକୁ ଭାରତ ‘ଅତ୍ୟନ୍ତ ଗମ୍ଭୀର’ ବୋଲି ବିଚାର କରୁଛି।
ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଦେଇ ଅରୁଣାଚଳ ପ୍ରଦେଶକୁ ଚାଇନା ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ)ର ଅନୁପ୍ରବେଶ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ସୃଷ୍ଟି କରିଛି। ଏ ଦିଗରେ ଜନସାଧାରଣ ଏବଂ ଜନପ୍ରତିନିଧିଙ୍କ ଚେତାବନୀକୁ ଏଡ଼ାଇ ଦିଆଯିବା ଉଚିତ ନୁହେଁ ବୋଲି ଶନିବାର ଅରୁଣାଚଳ ପ୍ରଦେଶ ଏମ୍‌ପି ତାପିର ଗାଓ କହିଛନ୍ତି। ଅପର ସୁବନସିରି ଜିଲାର ଟାକ୍‌ସିଙ୍ଗ ସେକ୍ଟରରେ ଚାଇନାର କାର୍ଯ୍ୟକଳାପକୁ ନେଇ ସମ୍ପ୍ରତି ସୃଷ୍ଟି ହୋଇଥିବା ବିବାଦ ପୃଷ୍ଠଭୂମିରେ ଭାଜପା ଏମ୍‌ପି ଗାଓଙ୍କ ମନ୍ତବ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ଉକ୍ତ ପ୍ରସଙ୍ଗରେ ବହିର୍ୱ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନା ସହ ସୀମାନ୍ତ ଅଞ୍ଚଳ ସମ୍ପର୍କିତ ମାମଲାକୁ ଭାରତ ‘ଅତ୍ୟନ୍ତ ଗମ୍ଭୀର’ ବୋଲି ବିଚାର କରେ ଏବଂ ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସର୍ୱାଧିକ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ସେନା ଅନୁପ୍ରବେଶ ରିପୋର୍ଟକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ କହିଛନ୍ତି ଯେ, ସେ ଏହି ଅଭିଯୋଗ ଆଣିଥିବା ସ୍ଥାନୀୟ ଲୋକ ଏବଂ ପ୍ରତିରକ୍ଷା ବାହିନୀ ଉଭୟଙ୍କ ସହ ଏ ବିଷୟରେ ଆଲୋଚନା କରିବେ। ଗାଓ କହିଛନ୍ତି ଯେ, ସେ ୨୦୧୯ରେ ସଂସଦରେ ଚାଇନା ଅନୁପ୍ରବେଶ ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଲୋକମାନେ ଏହାକୁ ହାଲୁକା ଭାବେ ନେଇଥିଲେ ଏବଂ ଏପରି ଚିନ୍ତା ପ୍ରକଟ କରିବା ଦ୍ୱାରା ଭାରତୀୟ ସେନାର ମନୋବଳ ହ୍ରାସ ପାଉଛି ବୋଲି ଯୁକ୍ତି ବାଢ଼ିଥିଲେ। ସୋସିଆଲ ମିଡିଆ ପୋଷ୍ଟରେ ଗାଓ କହିଛନ୍ତି, ‘ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ସାର୍ୱଭୌମତ୍ୱକୁ ନେଇ କୌଣସି ବୁଝାମଣା କରାଯାଇପାରିବ ନାହିଁ।’ ସେ ଆହୁରି କହିଛନ୍ତି, ଭାରତ ଶାନ୍ତି, ଆଲୋଚନା ଏବଂ ବନ୍ଧୁତା ସପକ୍ଷରେ ରହିଛି, କିନ୍ତୁ ନିଜର ଆଞ୍ଚଳିକ ଅଖଣ୍ଡତା ସହିତ କଦାପି ସାଲିସ କରାଯିବ ନାହିଁ। ଟାକ୍‌ସିଙ୍ଗରେ ଅନୁପ୍ରବେଶକୁ ନେଇ ବିବାଦ ସେତେବେଳେ ତେଜିଥିଲା, ଯେତେବେଳେ ସେହି ଅଞ୍ଚଳର ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ନାହ ୱେଲ୍‌ଫେୟାର ସୋସାଇଟି (ଏନ୍‌ଡବ୍ଲ୍ୟୁଏସ୍‌) ସୀମା ନିକଟରେ ପିଏଲ୍‌ଏର କାର୍ଯ୍ୟକଳାପ ଏବଂ ଜବରଦଖଲ ଅଭିଯୋଗ ଆଣିଥିଲା। ସେନା ଏହି ଅଭିଯୋଗକୁ ଭୁଲ୍‌ ଏବଂ ଆଧାରହୀନ ବୋଲି ଅଭିହିତ କରିଛି। ଚାଇନା ସୈନ୍ୟ ଭାରତୀୟ ଅଞ୍ଚଳ ଦଖଲ କରିବା କିମ୍ୱା ଅରୁଣାଚଳ ପ୍ରଦେଶ ଭିତରେ ଶିବିର ସ୍ଥାପନ କରିବା ରିପୋର୍ଟର କୌଣସି ଆଧାର ନାହିଁ ବୋଲି ସେନା ଦୋହରାଇଛି।
ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ ସୀମା ନିକଟରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଚାଇନା କହିଛି ଯେ, ବର୍ତ୍ତମାନ ଭାରତ-ଚାଇନା ସୀମାରେ ସ୍ଥିତି ‘ସାଧାରଣତଃ ସ୍ଥିର’ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?