Posted inଜାତୀୟ

ଭାରତରୁ ବହୁ କୋଟି ଲୁଟିଛନ୍ତି ଚାଇନିଜ୍‌

ନୂଆଦିଲ୍ଲୀ,୧୧ା୯: ଚାଇନାର ଆର୍ଥତ୍କ ଆକ୍ରମଣ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବିବ୍ରତ କରିଛି। ଆର୍ଥତ୍କ ଗୋଇନ୍ଦା ସଂସ୍ଥା (ଏଫ୍‌ଆଇୟୁ) ଆଖିରେ ଧୂଳି ଦେଇ ଚାଇନା ନାଗରିକ ବେଆଇନ ଭାବେ ଅନେକ ଭାରତୀୟ କମ୍ପାନୀ ଖୋଲି ହଜାର ହଜାର କୋଟି ଟଙ୍କା ସେମାନଙ୍କ ଦେଶକୁ ନେଇଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ ପ୍ରଥମେ ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନଙ୍କ ସହାୟତାରେ ଡମି ଭାରତୀୟ ନିର୍ଦ୍ଦେଶକ ବ୍ୟବହାର କରି କମ୍ପାନୀଗୁଡ଼ିକୁ ଇନ୍‌କର୍ପୋରେଟ କରୁଥିଲେ। ଏହାର କିଛିଦିନ ପରେ ସେମାନେ ଭାରତ ଆସି ଉକ୍ତ କମ୍ପାନୀର ନିର୍ଦ୍ଦେଶକ ହେଉଥିଲେ ବୋଲି ଇଡି ସୂତ୍ରରୁ ଜଣାପଡ଼ିଛି। ଭାରତରେ ଚାଲିଥିବା ଶତାଧିକ ଚାଇନା ନିୟନ୍ତ୍ରିତ ମୋବାଇଲ ଲୋନ୍‌ ଆପ୍‌ ଉପରେ ଚଢ଼ାଉ ସମୟରେ ଉପରୋକ୍ତ ଘଟଣା ପଦାକୁ ଆସିଛି। ଲୋନ୍‌ ଆପ୍‌ ବ୍ୟତୀତ ବେଟିଂ ଓ ଡେଟିଂ ଆପ୍‌ ମଧ୍ୟ ଚାଇନା ଦ୍ୱାରା ନିୟନ୍ତ୍ରିତ ହେଉଛି। କେବଳ ବେଟିଂ ଆପ୍‌ରୁ ସେମାନେ ୧,୩୦୦ କୋଟି ଟଙ୍କା ସଂଗ୍ରହ କରିଥିବା ଇଡି ତଦନ୍ତରୁ ଜଣାପଡ଼ିଛି।
ଚାଇନାକୁ ବେଆଇନ ଭାବେ ଅର୍ଥ ପଠାଯାଉଥିବା ଘଟଣାର ତଦନ୍ତ ବେଳେ ବେଟିଂ ଓ ଡେଟିଂ ଆପ୍‌ର ଏଚ୍‌ଏସ୍‌ବିସି ବ୍ୟାଙ୍କରେ ଥିବା ୪୭ କୋଟି ଟଙ୍କାକୁ ଦୁଇବର୍ଷ ପୂର୍ବେ ଇଡି ବାଜ୍ୟାପ୍ତ କରିଥିଲା। ଏହା ପରେ ଇଡି ପେଟିଏମ୍‌, କ୍ୟାଶଫ୍ରି ଏବଂ ରାଜୋରପେ୍‌ ଆଦି ପେମେଣ୍ଟ ଗେଟ୍‌ଓ୍ବେ ଉପରେ ନଜର ପକାଇଥିଲା। ଗତ ସପ୍ତାହରେ ଏହିସବୁ ସଂସ୍ଥା ଉପରେ ଚଢ଼ାଉ ବେଳେ ଚାଇନା ଲୋନ୍‌ ଆପ୍‌ଗୁଡ଼ିକର ମାଲିକଙ୍କଠାରୁ ୧୭ କୋଟି ଟଙ୍କା ଜବତ ହୋଇଥିଲା। ଲୋନ୍‌ ଆପ୍‌ ଜରିଆରେ ଋଣଗ୍ରହୀତାମାନଙ୍କଠାରୁ ଅତ୍ୟଧିକ ସୁଧ ଓ ପ୍ରୋସେସିଂ ଦେୟ ନେଇ ସେମାନଙ୍କୁ ଶୋଷଣ କରାଯିବା ସହ ହଇରାଣ କରାଯାଉଥିବା ଜଣାପଡ଼ିଥିଲା। ଅନ୍‌ଲାଇନ ବେଟିଂ ବ୍ୟତୀତ ଏହି କମ୍ପାନୀଗୁଡ଼ିକର ନେଟ୍‌ଓ୍ବର୍କ ହାଓ୍ବଲା କାରବାରରେ ମଧ୍ୟ ସମ୍ପୃକ୍ତ ଥିବା ଇଡି କହିଛି। ଉକ୍ତ ପେମେଣ୍ଟ ଗେଟ୍‌ଓ୍ବେଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ବ୍ୟାଙ୍କ ଓ ଅନ୍ୟ କର୍ତ୍ତୃପକ୍ଷମାନଙ୍କ ସହ ସମନ୍ବୟ ରଖି ଇଡି କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ମିଳିଛି ୪୭୭ କୋଟି ଚାନ୍ଦା

ନୂଆଦିଲ୍ଲୀ,୧ା୬(ପି.ଟି.): ଆର୍ଥିକ ବର୍ଷ ୨୦୨୦-୨୧ରେ ଭାଜପାକୁ ୪୭୭.୫ କୋଟି ଟଙ୍କା ଚାନ୍ଦା ମିଳିଛି। ଏହି ସମୟରେ ବିରୋଧୀ ଦଳ କଂଗ୍ରେସ ୭୪.୫୦ କୋଟି ଟଙ୍କା ପାଇଛି,...

ଭୁଶୁଡିଲା ଗେଷ୍ଟହାଉସ୍‌ କୋଠା, ୩୫ ଯବାନ ଫଶିଥିବା ଆଶଙ୍କା

ସିମଲା, ୧୪।୭: ହିମାଚଳପ୍ରଦେଶର ସୋଲନରେ ଏକ ଗେଷ୍ଟହାଉସ୍‌ କୋଠା ଭୁଶୁଡି ପଡିଛି। ଏହି କୋଠା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି। ଭାରତୀୟ...

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୩୧।୫ : ମହାରାଷ୍ଟ୍ର ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ...

ସରିଲା ଅଯୋଧ୍ୟା ବିଚାର

ନୂଆଦିଲ୍ଲୀ,୧୭ା୧୦(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟରେ ୪୦ ଦିନର ମାରାଥନ୍‌ ଶୁଣାଣି ପରେ ବୁଧବାର ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ଶେଷ ହୋଇଛି। ଭାରତର...

୩ ବର୍ଷରେ ନିର୍ବାଚନରେ ଖର୍ଚ୍ଚ ହୋଇଛି ୯ ହଜାର କୋଟି; ୬୦ ପ୍ରତିଶତ କେବଳ ଇଭିଏମ୍‌ରେ

ନୂଆଦିଲ୍ଲୀ,୭।୭: ଗତ ୩ ବର୍ଷ ମଧ୍ୟରେ ୯ ହଜାର କୋଟି ଟଙ୍କା ଲୋକ ସଭା ନିର୍ବାଚନରେ ଖର୍ଚ୍ଚ ହୋଇଛି। ସେଥିମଧ୍ୟରୁ ୬୦ ପ୍ରତିଶତ କେବଳ ଇଭିଏମ୍‌ରେ...

ପ୍ରତି ନାଗରିକ ସମ୍ବିଧାନ ଜାଣିବା ଜରୁରୀ

ନୂଆଦିଲ୍ଲୀ, ୧ା୮: ସମ୍ବିଧାନ ସମସ୍ତଙ୍କ ପାଇଁ। ଏକ ସାମ୍ବିଧାନିକ ଗଣତନ୍ତ୍ର ସେତେବେଳେ ଅଗ୍ରଗତି କରିପାରିବ ଯେତେବେଳେ ନାଗରିକମାନେ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଏବଂ କର୍ତ୍ତବ୍ୟ...

ଭାଜପା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୩ା୧୧(ପି.ଟି.): ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାକରମାନେ ଶନିବାର ଭାଜପାର ଦିଲ୍ଲୀ ୟୁନିଟ୍‌ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ...

ମରାଠା କୋଟା ଆଇନ ଖାରଜ

ନୂଆଦିଲ୍ଲୀ, ୬।୫: ମରାଠାମାନଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ସରକାର ଆଣିଥିବା ଆଇନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସଂରକ୍ଷଣକୁ...

Advertisement
Archives

Model This Week