Posted inଫୁରସତ

ଭାରତୀୟ ଶିକ୍ଷକଙ୍କ ପ୍ରେମରେ ପଡ଼ିଲେ ଚାଇନା ଛାତ୍ରୀ, ନିଜ ଆଡୁ କଲେ ପ୍ରପୋଜ୍‌…

ନୂଆଦିଲ୍ଲୀ: କଥାରେ ଅଛି ସୀମା ସରହଦ ମାନେନା ପ୍ରେମ। କେତେବେଳେ କିଏ କାହା ପ୍ରେମରେ ପଡ଼ିବ କୁହାଯାଇ ନ ପାରେ। ଏଇ ଯେମିତି ଚାଇନାର ହୋ ଜୋଙ୍ଗଙ୍କ କ୍ଷେତ୍ରରେ ଘଟିଛି। ହୋ ଜୋଙ୍ଗ ଭାରତର ଲୋକେଶ କୁମାରଙ୍କ ପ୍ରେମରେ ପଡ଼ିଥିଲେ। ନିଜ ତରଫରୁ ସେ ଲୋକେଶଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। ଉଭୟଙ୍କ ସହମତି ପରେ ଏବେ ସେମାନେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

ଲୋକେଶ ଛତିଶଗଡ଼ର ଧାମତରୀ ଜିଲାର ବାସିନ୍ଦା। ତାଙ୍କ ବାପା ଜଣେ କୃଷକ। ଚାରି ଭାଇଭଉଣୀରେ ତାଙ୍କର ପରିବାର। ହେଲେ ପିଲାଟିବେଳୁ ଲୋକେଶଙ୍କ ଯୋଗରେ ରୁଚି ରହିଥିଲା। ଏଥିପାଇଁ ସେ ଯୋଗଶିକ୍ଷା ପାଇଁ ହରିଦ୍ୱାର ଚାଲିଯାଇଥିଲେ। ହେଲେ ଆର୍ଥିକ ଅବସ୍ଥା ଯୋଗୁ ପ୍ରଥମେସେ ବିଶ୍ୱବିଦ୍ୟାଳୟରେ ଆଡମିଶନ କରିପାରି ନ ଥିଲେ। ପରେ ସାଙ୍ଗମାନଙ୍କ ସହଯୋଗ କାରଣରୁ ସେ ଆଡମିଶନ କରି ଯୋଗରେ ପୋଷ୍ଟ ଗ୍ରାଜୁଏଶନ କରିଥିଲେ। ପାଠପଢ଼ା ଶେଷ ହେବା ପରେ ଚାକିରି ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସେ କିଛି ବର୍ଷ ରହିବା ପରେ ଚାଇନାରେ ଥିବା ଏକ ଭାରତୀୟ ଇନଷ୍ଟିଚ୍ୟୁଟରେ ଥିବା ଖାଲି ପଦବୀ ଲାଗି ସେ ଆବେଦନ କରିଥିଲେ। ସେଠାରେ ତାଙ୍କ ନିଯୁକ୍ତି ହୋଇଥିଲା।

ଚାଇନାର ବେଜିଂରେ ଥିବା ଉକ୍ତ ଭାରତୀୟ ଇନଷ୍ଟିଚ୍ୟୁଟରେ ତାଙ୍କ ଭେଟ ହୋ ଜୋଙ୍ଗ ନାମକ ଯୁବତୀଙ୍କ ସହ ହୋଇଥିଲା। ସେ ସେଠାରେ ଯୋଗ ଶିକ୍ଷା ଲାଗି ଆସୁଥିଲେ। କିଛିଦିନ ଦେଖାସାକ୍ଷାତ ପରେ ହୋ ଜୋଙ୍ଗ ଲୋକେଶଙ୍କ ପ୍ରେମରେ ପଡ଼ିଥିଲେ। ପରେ ଲୋକେଶଙ୍କୁ ପ୍ରପୋଜ କରିଥିଲେ। ଏଥିରେ ସହମତି ପ୍ରକାଶ କରିଥିଲେ ସେ।

ଏବେ ୬ ବର୍ଷ ଧରି ଲୋକେଶ ଚାଇନାରେ ରହୁଛନ୍ତି। ୨୦୧୯ରେ ସେ ହୋ ଜୋଙ୍ଗଙ୍କୁ ବିବାହ କରିଛନ୍ତି। ବିବାହରେ ଯୋଗ ଦେବା ଲାଗି ଲୋକେଶଙ୍କ ବାପା ଚାଇନା ଯାଇଥିଲେ। ସେହିଭଳି ଦମ୍ପତି ବିବାହ ପରେ ଭାରତ ଆସି ବହୁତ ସ୍ଥାନକୁ ପରିଭ୍ରମଣ କରିଛନ୍ତି। ଏବେ ଦୁହିଁଙ୍କ ଏକ କନ୍ୟା ସନ୍ତାନ ରହିଛି। ତାଙ୍କ ନାମ ‘ରୁସିଆ’ ରଖିଛନ୍ତି ଲୋକେଶ। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବ୍ଲଗ କରି ଆସୁଛନ୍ତି। ୟୁଟ୍ୟୁବ୍‌ରେ ତାଙ୍କର ଲୋକେଶ ଚାଇନା ବ୍ଲଗ୍ସ ନାମରେ ଚ୍ୟାନେଲ ରହିଛି। ଚ୍ୟାନେଲରେ ୨୦ ହଜାରରୁ ଅଧିକ ସବ୍‌ସ୍କ୍ରାଇବର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri