କରୋନା ଭୂତାଣୁ ଦ୍ୱାରା ଚାଇନାର ତୃତୀୟ ବିଶ୍ୱଯୁଦ୍ଧ ଷଡ଼ଯନ୍ତ୍ର: ଆମେରିକାକୁ ମିଳିଲା ଗୁପ୍ତତଥ୍ୟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି କରାଯାଇଛି। କରୋନା ସଂକ୍ରମଣ ପରେ ମାତ୍ର ୬ରୁ ୮ ମାସ ମଧ୍ୟରେ ଚାଇନାର ସ୍ଥିତି ସ୍ବାଭାବିକ ହୋଇ ସାରିଛି। ମାତ୍ର ଏବେ ବି ଭାରତ ସମେତ ପୃଥିବୀର ବହୁ ଦେଶ କରୋନା ମହାମାରୀ ସହିତ ଲଢ଼େଇ ଜାରି ରଖିଛନ୍ତି। କରୋନା ସଂକ୍ରମଣ ଚାଇନାରୁ ଦୂର ହୋଇଥିବାବେଳେ ପୃଥିବୀର ଅନ୍ୟ ଦେଶରୁ ମହାମାରୀର ବିପଦ ୨ ବର୍ଷ ହେଲା ଟଳି ନାହିଁ। ଏହା ଚାଇନାର ଯୋଜନାବଦ୍ଧ ଜୈବିକ ଅସ୍ତ୍ର ପ୍ରୟୋଗକୁ ସ୍ବତଃ ପ୍ରମାଣିତ କରୁଥିବା ଆମେରିକା କହିଛି। ୨୦୧୫ରେ ଚାଇନାର ପକ୍ଷରୁ ଏଭଳି ଯୋଜନା କରାଯାଇଥିବା ସମ୍ପର୍କିତ ରିପୋର୍ଟ ଆମେରିକାର ହସ୍ତଗତ ହୋଇଛି। ଚାଇନା ସୈନ୍ୟ ବାହିନୀର ବୈଜ୍ଞାନିକ ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ଲଢ଼ାଯିବାର ଭବିଷ୍ୟବାଣୀ କରିଥିଲେ। ଏହି ରିପୋର୍ଟ ଆମେରିକା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହି ରିପୋର୍ଟ ଚାଇନାର ସୈନ୍ୟ ବାହିନୀ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ୨୦୧୫ରେ ପ୍ରସ୍ତୁତ ହୋଇଥିଲା। ରିପୋର୍ଟ ପ୍ରସ୍ତୁତକାରୀ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ଅଧିକାରୀ ଚାଇନାରେ ଦେଖାଦେଇଥିବା କରୋନା ସଂକ୍ରମଣ ଦୂର କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥିବା ରିପୋର୍ଟରେ ବ୍ରିଟେନ୍‌ର ଦ ସନ୍‌, ଅଷ୍ଟ୍ରେଲିଆର ଦ ଅଷ୍ଟ୍ରେଲିଅନ୍‌ ଆଦି ଖବର କାଗଜରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୧୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୯୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

କରୋନା ନେଲା ୩୬ ବର୍ଷ ବୟସ୍କ ଯୁବକଙ୍କ ଜୀବନ

ଭୋପାଳ, ୪ ।୪: ଭାରତରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ୬ ଜଣଙ୍କ ମୃତ୍ୟୁ ଘଟିଛି ।...

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି...

ବ୍ରେକ୍‌ଜିଟ୍‌: ଡିଲ୍‌ ଡନ୍‌

ଲଣ୍ଡନ,୨୫ା୧୨:‘ଡିଲ୍‌ ଇଜ୍‌ ଡନ୍‌’। ୟୁରୋପୀୟ ସଂଘ (ଇୟୁ)ଠାରୁ ବ୍ରିଟେନ ଅଲଗା ହେବା ପରେ ଉଭୟ ପକ୍ଷ ମଧ୍ୟରେ ଶେଷରେ ‘ପୋଷ୍ଟ ବ୍ରେକ୍‌ଜିଟ୍‌ ଡିଲ୍‌’ ସମ୍ପନ୍ନ ହୋଇଛି।...

ଜାତିସଂଘରେ ଭାରତର କଡ଼ା ଜବାବ: ଆତଙ୍କବାଦୀଙ୍କୁ ଶହୀଦ୍‌ କହୁଛି ପାକିସ୍ତାନ

ଜେନେଭା, ୨୨।୯: ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ୭୫ ବର୍ଷପୂର୍ତ୍ତିି ଅବସରରେ ଆୟୋଜିତ ଏକ ବୈଠକରେ ଭାରତର ସ୍ଥାୟୀ...

ଚାଇନା ଜନସଂଖ୍ୟା ବୃଦ୍ଧି ମନ୍ଥର

ବେଜିଂ, ୧୨ା୫: ଗତ ଦଶନ୍ଧି ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ୧୦ ବର୍ଷ ମଧ୍ୟରେ ଏହା ୭ କୋଟି ୨୦ ଲକ୍ଷ ବୃଦ୍ଧି...

୬୭ ବର୍ଷ ପରେ ଆମେରିକାରେ ଜଣେ ମହିଳାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ୍‌,୨୦।୧୦: ୧୯୫୩ ପରେ ପ୍ରଥମଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଘୋଷଣା କରାଯାଇଛି। ସେ ଜଣେ ମହିଳା। ତାଙ୍କ ନାମ ଲିସା...

ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ...

Advertisement
Archives

Model This Week