ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା ସାରା ବିଶ୍ୱକୁ ଚକିତ କରିଛି। ଏହି ବିପର୍ଯ୍ୟୟ ପରେ ଭାରତର ଅରୁଣାଚଳ ପ୍ରଦେଶ ନିକଟରେ ଚାଇନା ନିର୍ମାଣ କରୁଥିବା ୬୦,୦୦୦ ମେଗାୱାଟ କ୍ଷମତାସମ୍ପନ୍ନ ବିଶାଳ ‘ମେଡୋଗ ଜଳବିଦ୍ୟୁତ୍‌ ପ୍ରକଳ୍ପ’କୁ ନେଇ ବଡ଼ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଅତ୍ୟନ୍ତ ଭୂକମ୍ପପ୍ରବଣ ହିମାଳୟ ଅଞ୍ଚଳରେ ଚାଇନା ନିର୍ମାଣ କରୁଥିବା ଏହି ଡ୍ୟାମ୍‌କୁ ବିଶେଷଜ୍ଞମାନେ ଏକ ‘ଟାଇମ ବମ’ କିମ୍ବା ‘ୱାଟର ବମ୍‌’ ବୋଲି ଆଖ୍ୟା ଦେଇଛନ୍ତି। ତିବ୍ବତର ୟାରଲୁଙ୍ଗ ଜାଙ୍ଗବୋ (ଯାହା ଭାରତରେ ବ୍ରହ୍ମପୁତ୍ର ନାମରେ ପରିଚିତ) ନଦୀରେ ପ୍ରାୟ ୧୬୭ ବିଲିୟନ ଡଲାର ବ୍ୟୟରେ କରାଯାଉଥିବା ଏହି ମେଗା ଡ୍ୟାମ୍‌ ଚାଇନାର ପ୍ରସିଦ୍ଧ ‘ଥ୍ରୀ ଗୋର୍ଜେସ ଡ୍ୟାମ୍‌’ଠାରୁ ତିନିଗୁଣ ଅଧିକ ବିତ୍ୟୁତ୍‌ ଉତ୍ପାଦନ କରିବ। ଗତ ଜୁଲାଇରେ ଚାଇନା ସରକାରୀ ଭୂବିଜ୍ଞାନୀମାନଙ୍କ ଏକ ରିପୋର୍ଟରୁ ପ୍ରକାଶ ପାଇଥିଲା ଯେ ଏହି ନିର୍ମାଣାଧୀନ ଡ୍ୟାମ୍‌ଟି ସକ୍ରିୟ ‘ପାଇଝେନ ଫଲ୍ଟ ଲାଇନ୍‌’ ଉପରେ ଅବସ୍ଥିତ। ଏହି ଅଞ୍ଚଳର ପରିବେଶ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏଠାରେ ସାମାନ୍ୟ ଭୂକମ୍ପ କିମ୍ବା ହିମସ୍ଖଳନ ଘଟିଲେ ଡ୍ୟାମ ଭାଙ୍ଗି ଭାରତର ଉତ୍ତର-ପୂର୍ବାଞ୍ଚଳ (ବିଶେଷକରି ଅରୁଣାଚଳ ପ୍ରଦେଶ ଓ ଆସାମ) ସମେତ ସମଗ୍ର ବାଂଲାଦେଶ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ପ୍ରଳୟ ସୃଷ୍ଟି ହେବା ଭୟ ରହିଛି।
କୋଲକାତା ଓ ଦିଲ୍ଲୀର ଭୂବିଜ୍ଞାନୀ ତଥା ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନି ଏବଂ ପ୍ରାକ୍ତନ କୂଟନୀତିଜ୍ଞ ରାଜୀବ ଡୋଗ୍ରା ସୋସିଆଲ ମିଡିଆରେ ଚେତାବନୀ ଦେଇଛନ୍ତି, ନେପାଳରେ ଘଟିଥିବା ପ୍ରକୃତିର ପ୍ରକୋପ ହେଉଛି ଏକ ବଡ଼ ସଙ୍କଟର ସୂଚନା। ଚାଇନା ନିଜର ଆଧିପତ୍ୟ ପାଇଁ ହିମାଳୟର ସମ୍ବେଦନଶୀଳ ପରିବେଶକୁ ବାଜି ଲଗାଇ ଏହି ‘ୱାଟର ବମ୍‌’ ପ୍ରସ୍ତୁତ କରୁଛି, ଯାହା ତଳିଆ ଦେଶଗୁଡ଼ିକ ପାଇଁ ସାଂଘାତିକ ପ୍ରମାଣିତ ହେବ। ଅନ୍ୟପଟେ ନେପାଳରେ ବନ୍ୟା ଆସିବା ପୂର୍ବରୁ ଚାଇନା ସରକାର ନେପାଳକୁ କୌଣସି ଅଗ୍ରୀମ ସୂଚନା ନ ଦେବା ଘଟଣାକୁ ନେଇ କାଠମାଣ୍ଡୁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri