ଚାଇନା ବିଦେଶ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ କେଉଁଠି, ଜିନପିଙ୍ଗ ସରକାରଙ୍କ ଉପରେ ସନ୍ଦେହ ଘନେଇଲା…

ବେଜିଂ,୧।୮ : ଚାଇନାର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ ଗତ କିଛି ଦିନ ହେବ ନିଖୋଜ ଥିଲେ ମଧ୍ୟ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ନିକଟରେ କିନ ଗ୍ୟାଙ୍ଗଙ୍କୁ ପଦରୁ ହଟାଇ ଦିଆଯାଇଥିଲା।କିନ୍ତୁ ଆଶ୍ଚର୍ଯ୍ୟର କଥା, ଗ୍ୟାଙ୍ଗଙ୍କ ସମ୍ବନ୍ଧୀୟ ସମସ୍ତ ରେକର୍ଡ ଏବଂ ସୂଚନା ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରୁ ହଟାଇ ଦିଆଯାଇଛି। ଫଳରେ ଏନେଇ ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରଙ୍କ ଉପରେ ସାଧାରଣରେ ସନ୍ଦେହ ଘନେଇବାରେ ଲାଗିଛି।

କିନ ଗ୍ୟାଙ୍ଗ ଏକ ମାସରୁ ଅଧିକ ସମୟ ଧରି ଦେଖାଯାଉ ନାହାନ୍ତି। ପ୍ରାୟ ଏକ ସପ୍ତାହ ପୂର୍ବରୁ ଚାଇନର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ତାଙ୍କଜ ସ୍ବାସ୍ଥ୍ୟ ଖରାପ ଥିବାରୁ ଗ୍ୟାଙ୍ଗ ସର୍ବସାଧାରଣରେ ଦେଖାଯାଉ ନାହାନ୍ତି। ତେବେ ତାଙ୍କୁ ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ବୈଦେଶିକ ସମ୍ପର୍କ ପରିଷଦର ଚାଇନା ବ୍ୟାପାର ବିଶେଷଜ୍ଞ ଇଆନ ଜନସନ କହିଛନ୍ତି ଚାଇନାରେ ଏଭଳି ନିଖୋଜ ଘଟଣା ସାଧାରଣ କଥା। ବେଳେବେଳେ ଏହା ମାସ ଏବଂ ଏପରିକି ବର୍ଷ ବର୍ଷ ଧରି ହୋଇପାରେ। ଜନସନ ସ୍ବାସ୍ଥ୍ୟଗତ କାରଣରୁ ଗ୍ୟାଙ୍ଗ ଅନୁପସ୍ଥିତ ଥିବା ଦାବିକୁ ଦୃଢ଼ ଭାବରେ ଅସ୍ବୀକାର କରିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାରେ ଅଧିକାରୀଙ୍କ ଏପରି ନିଖୋଜ ଘଟଣା ସାଧାରଣ କଥା। ଅତୀତରେ ମଧ୍ୟ ଏପରି ଘଟଣା ଘଟିଛି, ଯେଉଁଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଏବଂ ନେତା ସାଧାରଣ ଜୀବନରୁ ଅଦୃଶ୍ୟ ହୋଇଥିଲେ। ସେଥିମଧ୍ୟରେ ପୂର୍ବତନ ମୁଖ୍ୟ ପ୍ରୋଟୋକଲ ଅଧିକାରୀ ଝାଙ୍ଗ କୁନ୍ସେଙ୍ଗ, ଶିଳ୍ପ ମନ୍ତ୍ରୀ ଜିଆଓ ୟାକିଙ୍ଗଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?