୨୦୩୫ ସୁଦ୍ଧା ଆଣବିକ ଅସ୍ତ୍ର ସଂଖ୍ୟାକୁ ୯୦୦କୁ ବୃଦ୍ଧି କରିବ ଚାଇନା…

ବେଜିଂ,୧୩।୨ : ତାଇୱାନ ପ୍ରସଙ୍ଗରେ ଆମେରିକା ସହ ଚାଲିଥିବା ବିବାଦ ମଧ୍ୟରେ ଚାଇନା ଆଣବିକ ଭଣ୍ଡାର ବୃଦ୍ଧି କରିବାକୁ ଯୋଜନା କରୁଛି। କାଇଡୋ ନ୍ୟୁଜ ସୂତ୍ରରୁ ପ୍ରକାଶ ଯେ ୨୦୩୫ ସୁଦ୍ଧା ଚାଇନା ଆଣବିକ ଅସ୍ତ୍ର ସଂଖ୍ୟାକ ୁ୯୦୦ କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି, ଯାହା ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଏହି ବ୍ଲୁ ପ୍ରିଣ୍ଟ ଅନୁଯାୟୀ ଚାଇନା ଆମେରିକା ବିରୋଧରେ ନିଜର ସେନାର ଶକ୍ତି ବୃଦ୍ଧି କରିବାକୁ ଜୋରଦାର କାର୍ଯ୍ୟ କରୁଛି।

ଚାଇନାର ଏହି ଉଦ୍ଦେଶ୍ୟକୁ ଆମେରିକା ମଧ୍ୟ ବୁଝି ସାରିଛି। ୨୦୨୨ ମସିହାରେ ଆମେରିକା ଏହା ମଧ୍ୟ କହିଥିଲା ଯେ ଚାଇନା ଆଣବିକ ଭଣ୍ଡାର ବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ଆମେରିକା ଦାବି କରିଥିଲା ଯେ ଚାଇନା ୨୦୩୫ ସୁଦ୍ଧା ପରମାଣୁ ଅସ୍ତ୍ର ସଂଖ୍ୟାକୁ ୧୫୦୦କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ବର୍ତ୍ତମାନର ରିପୋର୍ଟରେ ମଧ୍ୟ ଏହା ନିଶ୍ଚିତ ହୋଇଛି। ୨୦୩୫ ସୁଦ୍ଧା ଚାଇନା ସେନାର ଆଧୁନିକୀକରଣ କାର୍ଯ୍ୟ ସମାପ୍ତ ହେବ। କେତେକ ବିଦେଶୀ ବିଶେଷଜ୍ଞ କହିଛନ୍ତି ଯେ ଆଣବିକ ଅସ୍ତ୍ର ସମ୍ବନ୍ଧରେ ଚାଇନା ପ୍ରଥମେ ବ୍ୟବହାର ନ କରିବା ନୀତି ଛାଡିପାରେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ରୁଷିଆର ଆକ୍ରୋଶ ସତ୍ତ୍ୱେ ନାଟୋ ଦେଶମାନେ ରୁଷ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଚାଇନା ଅନୁଭବ କରୁଛି ଯେ ଏହାର କାରଣ ହେଉଛି ରୁଷିଆ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ରର ଏକ ବଡ଼ ଭଣ୍ଡାର ଅଛି। ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ରିପୋର୍ଟ ଅନୁଯାୟୀ ରୁଷିଆରେ ବର୍ତ୍ତମାନ ୫୯୭୭ ପରମାଣୁ ଅସ୍ତ୍ର ରହିଛି। ଯେତେବେଳେ କି ଆମେରିକା ପାଖରେ ୫୪୨୮ ପରମାଣୁ ଅସ୍ତ୍ର ଅଛି । ଚାଇନା ୨୦୨୭ ସୁଦ୍ଧା ଆଣବିକ ଅସ୍ତ୍ରକୁ ୫୫୦ ଏବଂ ୨୦୩୫ରେ ୯୦୦ କୁ ବୃଦ୍ଧି କରିବାକୁ ଯୋଜନା କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri