ଚାଇନାରେ ଆରମ୍ଭ ହେଲା ଜିନପିଙ୍ଗଙ୍କ ତୃତୀୟ ଯୁଗ, ସିପିସି ବୈଠକ ପରେ ହେବ ଘୋଷଣା

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ ବୈଠକ ଶେଷ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ନ୍ୟାଶନାଲ କଂଗ୍ରେସର ୨୦ତମ ଅଧିବେଶନର ଶନିବାର ଥିଲା ଶେଷ ଦିନ । ଏହି ବୈଠକ ସମୟରେ ଚାଇନାରେ ଖୁବ୍ ଡ୍ରାମା ବି ଦେଖିବାକୁ ମିଳିିଛି । ଏସବୁ ଭିତରେ ବୈଠକ ଶେଷ ହୋଇଛି । ଏବେ ଚାଇନାରେ ପୁଣିଥରେ ଜିନପିଙ୍ଗ ଯୁଗର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।
ବୈଠକ କଥା ଆଲୋଚନା କଲେ ଏଥର ସିପିସିରେ ଏକଛତ୍ରବାଦୀ ଶାସନର ସବୁଠାରୁ ନିଷ୍ଠୁର ଚିତ୍ର ଦେଖିବାକୁ ମିଳିଥିଲା, ଯାହା ଗତ ୨୨ ଅକ୍ଟୋବରରେ ଅନୁଶାସନରେ ପରିପୂର୍ଣ୍ଣ ଥିଲା । ଚାଇନାର ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓଙ୍କୁ ସୁରକ୍ଷାକର୍ମୀମାନେ ବାଧ୍ୟକରି ବାହାରକୁ ନେଇଯାଇଥିଲେ ଯଦିଓ ତାଙ୍କର ଯିବାକୁ ଇଚ୍ଛା ନ ଥିଲା । ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଏକଛତ୍ରବାଦୀ ଶାସନର ଏହି ଲାଇଭ୍ ପ୍ରସାରଣ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଗଲା । ଏବେ ସମୟ କହିବ ଚାଇନାରେ ଏକଛତବାଦୀ ଶାସନ କେତେ ବୃଦ୍ଧି ପାଉଛି ।
ପୂର୍ବରୁ ସିପିସିର ହାଇ ଲେଭଲ ବୈଠକରେ ପୋଲିତ ବ୍ୟୁରୋର ସଦସ୍ୟଙ୍କ ନିର୍ବାଚନ ଲାଗି ଭୋଟିଂ ଶେଷ ହୋଇଛି । ପୋଲିତ ବ୍ୟୁରୋର ୨୫ ସଦସ୍ୟ ଓ ଷ୍ଟାଣ୍ଡିଂ କମିଟିର ୭ ସଦସ୍ୟ କିଏ ହେବେ ଏହାର ଘୋଷଣା ରବିବାର ହୋଇପାରେ । ସିପିସିର ନୂଆ ଟିମରେ ଜିନପିଙ୍ଗ ସମସ୍ତ ବିରୋଧିଙ୍କୁ ହଟାଇ ଦେଇ ନିଜର ବିଶ୍ୱାସଯୋଗ୍ୟ ଲୋକଙ୍କୁ ଏଣ୍ଟ୍ରି କରାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri