ଆମେରିକା କମ୍ପ୍ୟୁଟର ସିଷ୍ଟମକୁ ଟାର୍ଗେଟ କଲା ଚାଇନା…

ବେଜିଂ,୨୫।୫ : ଆମେରିକା ପାଇଁ, ରୁଷିଆ ପରେ ବର୍ତ୍ତମାନ ଚାଇନିଜ ହ୍ୟାକରମାନେ ଏକ ବଡ ସମସ୍ୟା ପାଲଟିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେତେବେଳେ ଆମେରିକା ଚାଇନା ଗୁପ୍ତଚର ବେଲନକୁ ଗୁଳି କରି ସେମାନଙ୍କ ତଥ୍ୟ ଅନୁସନ୍ଧାନ ଆରମ୍ଭ କରିଥିଲା, ସେହି ସମୟରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ଏବଂ ଟେକ କମ୍ପାନୀ ମାଇକ୍ରୋସଫ୍ଟରେ ଚାଇନାର ହ୍ୟାକରଙ୍କ ଦ୍ୱାରା ଅନେକ ହ୍ୟାକ ହୋଇଥିଲା। ଚିନ୍ତାର ବିଷୟ, ହ୍ୟାକରମାନେ ଆମେରିକାର ସିଷ୍ଟମ ବଦଳାଇବା ଆରମ୍ଭ କରିଥିବାବେଳେ କମ୍ପ୍ୟୁଟର କୋଡ ମଧ୍ୟ ଗୁଆମର ଟେଲିକମ ସିଷ୍ଟମରେ ଦେଖିବାକୁ ମିଳିଥିଲା।

ଗୁଆମ ଆମେରିକାର ବୃହତ୍ତମ ଏୟାରବେସ ମଧ୍ୟରୁ ଅନ୍ୟତମ। ଯାହା ପ୍ରଶାନ୍ତ ମହାସାଗରର ଗୁରୁତ୍ୱପୂର୍ଣ୍ଣ ବନ୍ଦରଗୁଡ଼ିକୁ ନିୟନ୍ତ୍ରଣ କରିଥାଏ। ମାଇକ୍ରୋସଫ୍ଟ ଅନୁଯାୟୀ, ଚାଇନା ସରକାର ସହିତ ସଂଯୁକ୍ତ ଏକ ହ୍ୟାକିଂ ଗ୍ରୁପ ଦ୍ୱାରା ଏହି କୋଡ ଆମେରିକୀୟ ସିଷ୍ଟମରେ ସଂଯୋଗ କରାଯାଇଥିଲା। ଏବିଷୟରେ ସୂଚନା ପାଇବା ପରେ ଆମେରିକା ସୁରକ୍ଷା ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ପ୍ରକୃତରେ, ଅଧିକାରୀମାନେ କହିଛନ୍ତି ସୁରକ୍ଷା ଦୃଷ୍ଟିରୁ ଏହି ଏୟାରବେସ ଆମେରିକା ଏବଂ ଏସିଆ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିଥାଏ। ଯଦି ଚାଇନାରୁ ତାଇୱାନ ଉପରେ ଆକ୍ରମଣ ହୁଏ, ତେବେ ଗୁଆମ ଏୟାରବେସ ଆମେରିକାର ସାମରିକ ପ୍ରତିକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବ। ତେବେ ଚାଇନାର ଗୁଆମର ସୁରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରିବା ପରେ ଚିନ୍ତା ପ୍ରକଟ କରାଯାଇଛି କୌଣସି ପ୍ରକାର ଯୁଦ୍ଧ ହେଲେ ଚାଇନାର ହ୍ୟାକରମାନେ ଆମେରିକାର ଏୟାରବେସକୁ ଟାର୍ଗେଟ କରି ଧ୍ୱଂସ କରିବାକୁ ଚେଷ୍ଟା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri