ଆମେରିକା କମ୍ପ୍ୟୁଟର ସିଷ୍ଟମକୁ ଟାର୍ଗେଟ କଲା ଚାଇନା…

ବେଜିଂ,୨୫।୫ : ଆମେରିକା ପାଇଁ, ରୁଷିଆ ପରେ ବର୍ତ୍ତମାନ ଚାଇନିଜ ହ୍ୟାକରମାନେ ଏକ ବଡ ସମସ୍ୟା ପାଲଟିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେତେବେଳେ ଆମେରିକା ଚାଇନା ଗୁପ୍ତଚର ବେଲନକୁ ଗୁଳି କରି ସେମାନଙ୍କ ତଥ୍ୟ ଅନୁସନ୍ଧାନ ଆରମ୍ଭ କରିଥିଲା, ସେହି ସମୟରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ଏବଂ ଟେକ କମ୍ପାନୀ ମାଇକ୍ରୋସଫ୍ଟରେ ଚାଇନାର ହ୍ୟାକରଙ୍କ ଦ୍ୱାରା ଅନେକ ହ୍ୟାକ ହୋଇଥିଲା। ଚିନ୍ତାର ବିଷୟ, ହ୍ୟାକରମାନେ ଆମେରିକାର ସିଷ୍ଟମ ବଦଳାଇବା ଆରମ୍ଭ କରିଥିବାବେଳେ କମ୍ପ୍ୟୁଟର କୋଡ ମଧ୍ୟ ଗୁଆମର ଟେଲିକମ ସିଷ୍ଟମରେ ଦେଖିବାକୁ ମିଳିଥିଲା।

ଗୁଆମ ଆମେରିକାର ବୃହତ୍ତମ ଏୟାରବେସ ମଧ୍ୟରୁ ଅନ୍ୟତମ। ଯାହା ପ୍ରଶାନ୍ତ ମହାସାଗରର ଗୁରୁତ୍ୱପୂର୍ଣ୍ଣ ବନ୍ଦରଗୁଡ଼ିକୁ ନିୟନ୍ତ୍ରଣ କରିଥାଏ। ମାଇକ୍ରୋସଫ୍ଟ ଅନୁଯାୟୀ, ଚାଇନା ସରକାର ସହିତ ସଂଯୁକ୍ତ ଏକ ହ୍ୟାକିଂ ଗ୍ରୁପ ଦ୍ୱାରା ଏହି କୋଡ ଆମେରିକୀୟ ସିଷ୍ଟମରେ ସଂଯୋଗ କରାଯାଇଥିଲା। ଏବିଷୟରେ ସୂଚନା ପାଇବା ପରେ ଆମେରିକା ସୁରକ୍ଷା ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ପ୍ରକୃତରେ, ଅଧିକାରୀମାନେ କହିଛନ୍ତି ସୁରକ୍ଷା ଦୃଷ୍ଟିରୁ ଏହି ଏୟାରବେସ ଆମେରିକା ଏବଂ ଏସିଆ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିଥାଏ। ଯଦି ଚାଇନାରୁ ତାଇୱାନ ଉପରେ ଆକ୍ରମଣ ହୁଏ, ତେବେ ଗୁଆମ ଏୟାରବେସ ଆମେରିକାର ସାମରିକ ପ୍ରତିକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବ। ତେବେ ଚାଇନାର ଗୁଆମର ସୁରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରିବା ପରେ ଚିନ୍ତା ପ୍ରକଟ କରାଯାଇଛି କୌଣସି ପ୍ରକାର ଯୁଦ୍ଧ ହେଲେ ଚାଇନାର ହ୍ୟାକରମାନେ ଆମେରିକାର ଏୟାରବେସକୁ ଟାର୍ଗେଟ କରି ଧ୍ୱଂସ କରିବାକୁ ଚେଷ୍ଟା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ନେପାଳରେ ଜଳପ୍ରଳୟ: ଦେବଦୂତ ସାଜିଲା ଭାରତ, ବାଲେନ ଶାହା କହିଲେ-PM ମୋଦି ଆମେ ଆପଣଙ୍କ…

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇସାରିଛି ଏବଂ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି କଠିନ ସମୟରେ ଭାରତ ନେପାଳ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ନେପାଳ ଅଭିମୁଖେ ଭାରତୀୟ ବାୟୁସେନାର ୩ ମହାବଳୀ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ!

କାଠମାଣ୍ଡୁ,୨୭।୮: ନେପାଳର ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟା ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରଳୟଙ୍କରୀ ବନ୍ୟାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ବନ୍ୟା…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ନେପାଳରେ ଆକସ୍ମିକ ବନ୍ୟା: ୯୫ ମୃତ

କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri