Posted inଜାତୀୟ

ମାଳଦ୍ୱୀପ ଅଭିମୁଖେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୨୪।୧: ‘ଗବେଷଣା’ ଜାହାଜର ବାହାନା କରୁଥିବା ଚାଇନାର ଗୁପ୍ତଚର ଜାହାଜ ମାଳଦ୍ୱୀପ ଅଭିମୁଖେ ଯାଉଥିବାରୁ ଏହା ଭାରତର ଚିନ୍ତା ବଢ଼ାଇଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଳଦ୍ୱୀପର ୩ ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ତିକ୍ତତା ତୀବ୍ର ହୋଇଛି। ଚାଇନା ସମର୍ଥକ ମାଳଦ୍ୱୀପ ରାଷ୍ଟ୍ରପତି ମେହମ୍ମଦ ମୋଇଜୁ କିଛିଦିନ ପୂର୍ବରୁ ବେଜିଂ ଗସ୍ତରେ ଯାଇ ଦୁଇଦେଶ ମଧ୍ୟରେ ସମ୍ପର୍କ ବଢ଼ାଇବା ସହ ଏକାଧିକ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଚାଇନା ଜାହାଜ ଇତିମଧ୍ୟରେ ଜାଭା ଓ ସୁମାତ୍ରା ମଧ୍ୟବର୍ତ୍ତୀ ସୁଣ୍ଡା ପ୍ରଣାଳୀ ଅତିକ୍ରମ କରି ଇଣ୍ଡୋନେସିଆ ଉପକୂଳ ଦେଇ ଆଗକୁ ଯାଉଥିବା ମେରାଇନ୍‌ ଟ୍ରାକର ଆପ୍‌ରୁ ଜଣାପଡ଼ିଛି। ଏହା ଫେବୃୟାରୀ ୮ରେ ମାଳଦ୍ୱୀପରେ ପହଞ୍ଚତ୍ବ। ପ୍ରମୁଖ ଜିଓସ୍ପାଟିଆଲ ବିଶେଷଜ୍ଞ ଡାମିଏନ୍‌ ସାଇମନଙ୍କ ଅନୁଯାୟୀ ଉକ୍ତ ଜାହାଜ ୨୦୧୯ ଓ ୨୦୨୦ରେ ଉକ୍ତ ସମୁଦ୍ରରେ ସର୍ଭେ କରିଥିଲା। ତେବେ ବଙ୍ଗୋପସାଗର ଏବଂ ଆରବ ସାଗରରେ ଉକ୍ତ ଜାହାଜର ଉପସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
ଭାରତ ବିରୋଧୀ ପ୍ରଚାର କରି ମୋଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। କ୍ଷମତାକୁ ଆସିିବାଠାରୁ ସେ ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଇଆସୁଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସହ ଆଲୋଚନା କରି ଫେରିବା ପରେ ମାର୍ଚ୍ଚ ୧୫ ସୁଦ୍ଧା ଭାରତୀୟ ସୈନ୍ୟ ପ୍ରତ୍ୟାହାର କରିନେବାକୁ ସେ ନୂଆଦିଲ୍ଲୀକୁ କହିଥିଲେ। ଏବେ ମାଳଦ୍ୱୀପରେ ପାଖାପାଖି ୧୦୦ ଭାରତୀୟ ଯବାନ ଏବଂ ସାମରିକ ସରଞ୍ଜାମ ରହିଛି। ଚାଇନା କହିବା ଅନୁଯାୟୀ ୪,୩୦୦ ଟନ୍‌ ବିଶିଷ୍ଟ ଜିଆଙ୍ଗ ୟାଙ୍ଗ ହୋଙ୍ଗ-୦୩ ଜାହାଜ ଭାରତ ମହାସାଗର ଭୂଗର୍ଭ ଶଯ୍ୟାର ମ୍ୟାପିଂ ଏବଂ ଗବେଷଣାରେ ନିୟୋଜିତ ରହିଛି। ଭୂଗର୍ଭ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କମାଇବାରେ ଏହି ଗବେଷଣା ସହାୟକ ହେବ ବୋଲି ବେଜିଂ କହିଛି। ଅନ୍ୟପକ୍ଷରେ ଭବିଷ୍ୟତରେ ଉକ୍ତ ଅଞ୍ଚଳ ଦେଇ ଚାଇନା ବୁଡ଼ାଜାହାଜ ଚଳପ୍ରଚଳ ଓ ସମୁଦ୍ର ଗର୍ଭରେ ଡ୍ରୋନ୍‌ ଚଳାଚଳ ପାଇଁ ସମୁଦ୍ର ଶଯ୍ୟାର ମ୍ୟାପିଂ କରୁଥିବା ଜଣାପଡ଼ିଛି। ଆଫ୍ରିକାର ଜିବୌଟିରେ ଚାଇନାର ନୌସେନା ଘାଟି କାର୍ଯ୍ୟକ୍ଷମ ହୋଇଥିବା ସାଟେଲାଇଟ୍‌ ଫଟୋରୁ ଜଣାପଡ଼ିଥିଲା। ଶ୍ରୀଲଙ୍କାର ହାମ୍ବାଣ୍ଟୋଟା ମଧ୍ୟ ଚାଇନା କମ୍ପାନୀ ଅଧୀନରେ ରହିଛି, ଯାହା ଏହାର ଯୁଦ୍ଧଜାହାଜଗୁଡ଼ିକ ସହାୟତା ଯୋଗାଇପାରିବ। ପାକିସ୍ତାନ ଚାଇନାର ସବୁଦିନିଆ ବନ୍ଧୁ ହୋଇଥିବାବେଳେ ଏବେ ବେଜିଂ ମାଳଦ୍ୱୀପ ଉପରେ ଆଖି ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?