Posted inଜାତୀୟ

ବିହାରରେ ଆତଙ୍କବାଦୀ ସଂଗଠନକୁ ସକ୍ରିୟ କରୁଛନ୍ତି ଚାଇନା-ପାକିସ୍ତାନ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଗଲା ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୪।୧ : ଇଣ୍ଡିଆନ୍‌ ମୁଜାହିଦ୍ଦିନ (ଆଇଏମ) ଆତଙ୍କବାଦୀ ସଂଗଠନ ନେପାଳରେ ଆଶ୍ରୟ ନେଇଛି। ସଂଗଠନ  ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ବେଶ୍‌ ସକ୍ରିୟ ହେବାରେ ଲାଗିଛି। ଏନେଇ ସୀମା ପାରରୁ ଚାଇନା ଏବଂ ପାକିସ୍ତାନର ସହାୟତା ମଧ୍ୟ ଇଣ୍ଡିଆନ୍‌ ମୁଜାହିଦ୍ଦିନ ସଂଗଠନକୁ ମିଳୁଥିବାର ଗୁପ୍ତ ସୂଚନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି। ୨୦୨୨ରେ ଦୁଇଶହରୁ ଅଧିକ ସ୍ଲିପର ସେଲ ସଦସ୍ୟଙ୍କୁ ପ୍ରସ୍ତୁତ କରିବା ଲାଗି ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି।

ଗୁପ୍ତ ସୂଚନା ମିଳିବା ପରେ ଏହି ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି। ଭାରତ-ନେପାଳ ସୀମାରେ ଅବସ୍ଥିତ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ତାଲିକା ମଧ୍ୟ ଏସଏସବି ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ଏହିପରି ସୂଚନା ପାଇବା ପରେ ସୀମାନ୍ତ ଅଞ୍ଚଳରେ ଯବାନ ସଜାଗ ରହିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏସସିବି ଯବାନଙ୍କ ଦ୍ୱାରା ଯାଞ୍ଚ୍‌ କରାଯାଉଛି।

ନେପାଳରୁ ଆଇଏସ୍‌ଆଇ ଏଜେଣ୍ଟଙ୍କ ମାଧ୍ୟମରେ ଏସବୁ ଅଞ୍ଚଳରେ ପାଣ୍ଠି ଯୋଗାଣ କରାଯାଉଥିବା ସୂଚନା ମଧ୍ୟ ମିଳିଛି। ବେରୋଜଗାର ଏବଂ ସୀମାନ୍ତ ଅଞ୍ଚଳର ନାବାଳିକଙ୍କୁ ପଥଭ୍ରଷ୍ଟ କରାଯାଇ ସ୍ଲିପର ସେଲର ସଦସ୍ୟ ଭାବରେ ତାଲିମ ପ୍ରଦାନ କରାଯାଉଛି। ଆଇଏସ୍‌ଆଇ ଏଜେଣ୍ଟ ପ୍ରଥମେ ସେମାନଙ୍କ ବିଭିନ୍ନ ପ୍ରକାର ସହାୟତା ଏବଂ ସୁବିଧା ଯୋଗାଇ ଦିଆଯାଇ ପରବର୍ତ୍ତୀ ସମୟରେ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ସଂଗଠନରେ ସାମିଲ କରାଯାଉଛି।

ଗୁପ୍ତଚର ବିଭାଗର ଅଧିକାରୀମାନେ ଦାବି କରିଛନ୍ତି ଯେ କାଟିହାରରୁ ଫେରାର ହୋଇଥିବା ଆଫଗାନିସ୍ତାନ ନାଗରିକମାନେ ଇଣ୍ଡୋ-ନେପାଳର ସୀମା ଅଞ୍ଚଳରେ ବାସବାସ କରି ଚାିଡ଼ା ଏବଂ ପାକିସ୍ତାନର ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ସମ୍ପ୍ରତି ନେପାଳରେ ଚାଇନାର ହସ୍ତକ୍ଷେପ ଯଥେଷ୍ଟ ବୃଦ୍ଧି ପାଇଛି। କୁହାଯାଉଛି ଯେ ଜିଛି ଚାଇନା ଲୋକ ନେପାଳରେ ବସବାସ କରିବା ସହିତ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ସଂଗଠନକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱରକୃତ ନା ଜାଲିଆତି

ଅହମଦାବାଦ, ୧ା୧୧: ଗୁଜରାଟର ମୋର୍‌ବିସ୍ଥିତ ମାଛୁ ନଦୀରେ ରବିବାର ଝୁଲାପୋଲ ଭାଙ୍ଗିବା ଘଟଣାରେ ବିରୋଧୀ ରାଜ୍ୟରେ ଥିବା ଭାଜପା ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବିହାର କଂଗ୍ରେସରେ ଫାଟ: ବାଡ଼ ଡେଇଁବାକୁ ୧୧ ବିଧାୟକ ପ୍ରସ୍ତୁତ !

ପାଟନା,୬।୧: ବିହାରରେ କଂଗ୍ରେସରେ ଫାଟ ବଢ଼ିବାରେ ଲାଗିଛି। ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ଖୁବ୍‌ ଶୀଘ୍ର ୧୧ ଜଣ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା...

ଆଉ ଦୁଇ ଦିନ ରିମାଣ୍ଡରେ ରହିବେ ଚିଦାମ୍ବରମ

ନୂଆଦିଲ୍ଲୀ,୩।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ସିବିଆଇ କଷ୍ଟୋଡିରେ ରଖାଯିବ। ମଙ୍ଗଳବାର ଆଇଏନ୍‌ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ...

ଜ୍ଞାନବାପି ମସ୍‌ଜିଦ ମାମଲା: ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଖାରଜ

ବାରାଣସୀ,୧୫।୧୦(ପି.ଟି.): ଜ୍ଞାନବାପି ମସ୍‌ଜିଦ ପରିସରରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବା ଲାଗି ଆବେଦନକୁ ବାରାଣସୀର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ହିନ୍ଦୁ...

ଦିଲ୍ଲୀର ଅଧା ନିଷିଦ୍ଧାଞ୍ଚଳ ହେଲା ଅରେଞ୍ଜ ଜୋନ୍‌

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ୯୨ଟି ନିଷିଦ୍ଧାଞ୍ଚଳ ମଧ୍ୟରୁ ୪୫ଟିରେ ଗତ ୧୪ ଦିନ ମଧ୍ୟରେ ଜଣେ ହେଲେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାରୁ...

କୃଷକ ଆନ୍ଦୋଳନ: ଧାରଣା ସ୍ଥଳରେ ପହଞ୍ଚିଲା ୨ଶହ ଟଏଲେଟ, ଗିଜର

ନୂଆଦିଲ୍ଲୀ,୨୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ୨୪ ଦିନ ହେବ ରାଜଧାନୀ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି ।...

ଘରେ ରହି ପରୀକ୍ଷା ଦେବେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର: ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି…

ରାୟପୁର,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କିଛି ଦିନ ପାଇଁ ଘୁଞ୍ଚାଇ...

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ କଂଗ୍ରେସ ଏମ୍‌ପିମାନେ ସୋମବାର ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଜମି ବିବାଦକୁ...

Advertisement
Archives

Model This Week