Posted inଖେଳ

୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି ରେକର୍ଡ କଲେ ପୂଜାରା

ଜୋହାନ୍ସବର୍ଗ,୪।୧:ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରାଙ୍କ କ୍ୟାରିୟର୍‌ ଏବେ ବିପଦଳରେ ରହିଛି। ଲଗାତାର ସେ ବ୍ୟାଟିଂ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଦଳରୁ ହଟାଇବାକୁ ଦାବି କରୁଛନ୍ତି। ପୂଜାରା ଦୀର୍ଘ ଦିନ ହେବ ଏକ ଶତକ ସ୍କୋର କରିନାହାଁନ୍ତି । ୨୦୨୧ ମସିହାରେ ମଧ୍ୟ ତାଙ୍କ ଚାଲି ନ ଥିଲା। ଏହା ସତ୍ତ୍ୱେ ସେ ଗତ ବର୍ଷ ବିଶ୍ୱର ଶ୍ରେଷ୍ଠ ପାଞ୍ଚ ରନ ସ୍କୋରର୍‌ ମଧ୍ୟରେ ରହିଥିଲେ।
୨୦୨୧ ମସିହାରେ, ପୂଜାରା ହାରାହାରି ୨୮.୦୮ରେ ୧୪ଟି ଟେଷ୍ଟରେ ୭୦୨ ରନ ସ୍କୋର କରିଥିଲେ। ସେ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ତାଙ୍କ ଷ୍ଟ୍ରାଇକ ହାର ୩୪.୧୭ ଥିଲା। ତାଙ୍କର ମନ୍ଥର ଇନିଂସ ପାଇଁ ସେ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ପୂଜାରା ପ୍ରଥମ ଇନିଂସରେ ଶୂନ ଏବଂ ଦ୍ୱିତୀୟ ଇନିଂସରେ ୧୬ ରନ୍‌ ସ୍କୋର କରିଥିଲେ। ଏଥି ସହିତ ଜୋହାନ୍ସବର୍ଗର ଦ୍ୱିତୀୟ ଟେଷ୍ଟରେ ସେ ମାତ୍ର ତିନି ରନ ସ୍କୋର କରିପାରିଛନ୍ତି।
ଗତ ୧୦୦ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଜଣେ ଖେଳାଳି ହାରାହାରି ୩୦ରୁ କମ ରନ ସ୍କୋର କରି ମଧ୍ୟ ବର୍ଷର ଟପ -୫ ସ୍କୋରରେ ହୋଇଛନ୍ତି। ପୂଜାରାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ନିଲ ହାର୍ଭେ ୧୯୫୬ରେ ଏହା କରିଥିଲେ। ୧୯୫୬ ମସିହାରେ ହାର୍ଭେ ହାରାହାରି ୨୮.୫୦ରେ ୪୫୬ ରନ ସ୍କୋର କରିଥିଲେ। ଏହା ସତ୍ତ୍ୱେ ସେ ସେହି ବର୍ଷ ଚତୁର୍ଥ ସର୍ବାଧିକ ରନ ସଂଗ୍ରହକାରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରୁ ବିଦାୟ ନେଲେ ଦୁର୍ଦ୍ଧର୍ଷ ବୋଲର

ଜୋହାନ୍ସବର୍ଗ,୩୧।୮: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସର ଡେଲ ଷ୍ଟେଇନ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୯ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିବା...

ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

ବ୍ୟାଙ୍ଗକକ୍‌,୭।୩ : ଗତ ଶୁକ୍ରବାର ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ...

କୋହଲିଙ୍କୁ ପଛରେ ପକାଇଲେ ରୁଟ୍‌

ଲଣ୍ଡନ,୧୧।୮: ନଟିଂହାମ ଟେଷ୍ଟରେ ଭଲ ବ୍ୟାଟିଂ ପାଇଁ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ପୁରସ୍କୃତ ହୋଇଛନ୍ତି। ସେ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କୁ...

କାହିଁକି ବିଶ୍ରାମ ନେଲେ ଆୟାର ଓ ଦୁବେ

ମୁମ୍ବାଇ, ୨୮।୧୨- ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଦଳ ଅପେକ୍ଷାକୃତ ରେଲ୍‌ଓ୍ବେଠାରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଶ୍ରେୟାସ ଆୟାର ଓ ଶିବମ ଦୁବେଙ୍କ...

ୟୋ ୟୋ ଟେଷ୍ଟ ସମ୍ପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୯ (ପି.ଟି.)-ଭାରତୀୟ କ୍ରିକେଟରମାନଙ୍କ ଫିଟ୍‌ନେସ୍‌ ବଜାୟ ରଖିବା କ୍ଷେତ୍ରରେ ୟୋ ୟୋ ଟେଷ୍ଟର ଭୂମିକା କ’ଣ ରହିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କେବଳ ଚୌକା, ଛକାରେ ଶତକ କରିଲେ ମନୀଷ ପାଣ୍ଡେ

ବିଜୟନଗରମ୍‌,୧୨।୧୧- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ସର୍ଭିସେସ ଓ କର୍ନାଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମନୀଷ ପାଣ୍ଡେ କେବଳ...

ମାଇଲଷ୍ଟୋନଠୁ ୫ ଉଇକେଟ ଦୂରରେ

କେପ ଟାଉନ୍‌,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ସର୍ବାଧିକ ଉଇକେଟ ନେଇଥିବା ମହମ୍ମଦ ଶାମି ତୃତୀୟ ଟେଷ୍ଟରେ ଏକ ମାଇଲଷ୍ଟୋନ...

କନ୍‌କସନ ସବ୍‌ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦

କାନବେରା, ୫।୧୨(ପି.ଟି.)- ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର...

Advertisement
Archives

Model This Week