ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି। ଦେଖିବାକୁ ଗଲେ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ ଆଗକୁ ଏହାର ମୁକାବିଲା ହିଁ ତାଙ୍କ ପ୍ରଶାସନ ପାଇଁ ଏକ ଆହ୍ବାନ ହେବ।
ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଯେଉଁ ସ୍ବପ ଦେଖିଛନ୍ତି, ତାହା ଚାଇନା ସାଗରରେ ପ୍ରାଧାନ୍ୟ ବିସ୍ତାରକରିବା ସହ ବିଶ୍ୱର ଅର୍ଥନୈତିକ ତଥା ଭୂ-ରାଜନୈତିକ କେନ୍ଦ୍ର ପାଲଟିଥିବା ଭାରତ-ପ୍ରଶାନ୍ତ ମହାସାଗରରେ ଆମେରିକାର ପ୍ରଭାବକୁ ଶେଷକଲେ ସମ୍ଭବ ହେବ। ଏହି ଉଦ୍ଦେଶ୍ୟଗୁଡ଼ିକ ପୂରଣ କରିବା ଲାଗି ଚାଇନା ବଳପୂର୍ବକ କୌଶଳ ପ୍ରୟୋଗ କରିବାକୁ ପଛାଉନାହିଁ। ଗତ ବର୍ଷେ ଦୁଇ ବର୍ଷ ମଧ୍ୟରେ ଫିଲିପାଇନ୍ସ ଏବଂ ଭିଏଟ୍‌ନାମ ଯେଉଁ ଅଞ୍ଚଳକୁ ନିଜର ବୋଲି ଦାବି କରୁଛନ୍ତି ଚାଇନା ତାହାକ୍‌ୁ ଅଗ୍ରାହ୍ୟ କରୁଛି। ଏପରିକି ସେହି ଦେଶଗୁଡ଼ିକର ଡଙ୍ଗାଗୁଡ଼ିକୁ ଚାଇନାର ବୋଟ୍‌ ଅଟକାଇବା ସହ ଧକ୍କା ମାରୁଛି। ଡଙ୍ଗାଗୁଡ଼ିକୁ ଓ୍ବାଟର କ୍ୟାନନ୍‌ ଓ ଅସ୍ତ୍ରଶସ୍ତ୍ରରେ ମଧ୍ୟ ଆକ୍ରମଣ କରାଯାଇଛି। ସମୁଦ୍ର ମଧ୍ୟରେ ଶକ୍ତି ଉପତ୍ାଦନ ଓ ପରିବହନ କାର୍ଯ୍ୟକ୍ରମଗୁଡ଼ିକରେ ଅସୁବିଧା ସୃଷ୍ଟି କରୁଛି। ଏହିପରି ହିଂସାତ୍ମକ କାର୍ଯ୍ୟ ଆଞ୍ଚଳିକ ତିକ୍ତତା ବଢ଼ାଇ ଦେଇଛି ଏବଂ ପ୍ରଶାନ୍ତ ଏବଂ ଭାରତ ମହାସାଗରକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ କରିଡରରେ ସ୍ଥିରତାକୁ କ୍ଷୁଣ୍ଣ କରିଛି।
ବିଶେଷକରି ଫିଲିପାଇନ୍ସ ସହ ଆମେରିକାର ମିଳିତ ପ୍ରତିରକ୍ଷା ଚୁକ୍ତିକୁ ଦୃଷ୍ଟିରେ ରଖି ଆମେରିକା ହିଁ ଚାଇନାର ଆଚରଣରେ ସୁଧାର ଆଣିପାରିବ ବୋଲି ଆଶା କରାଯାଏ। ତଥାପି କ୍ରମାଗତ ଭାବେ ୩ ଜଣ ରାଷ୍ଟ୍ରପତି ଯଥା ବାରାକ୍‌ ଓବାମା,ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନ୍‌ ସହଯୋଗ ଏବଂ ପଦକ୍ଷେପର କଥା କହିବା ବ୍ୟତୀତ ଅନ୍ୟ କିଛି କରିପାରି ନାହାନ୍ତିି। ୨୦୧୨ ରେ ଫିଲିପାଇନ୍ସରୁ ବିବାଦୀୟ ସ୍କାର୍ବୋରୋ ଶୋଆଲକୁ ଚାଇନା ଦଖଲ କରିବାବେଳେ ଓବାମା କୌଣସି ପଦକ୍ଷେପ ନେଇ ନ ଥିଲେ ବରଂ ଏଥିପାଇଁ ଚାଇନାକୁ ଅନୁମତି ଦେଇଥିଲେ। ଫିଲିପାଇନ୍ସକୁ ଦେଇଥିବା ପ୍ରତିରକ୍ଷା ପ୍ରତିଶ୍ରୁତି ପାଳନ କରିବାରେ ଆମେରିକା ପ୍ରଥମ ଥର ବିଫଳ ହେଲା। ୧୯୯୫ରେ ଫିଲିପାଇନ୍ସର ପାଲାୱାନ୍‌ ଦ୍ୱୀପଠାରୁ ମାତ୍ର ୧୨୯ ନୌଟିକାଲ ମାଇଲ ଦୂରରେ ଅବସ୍ଥିତ ମିସ୍‌ଚିିଫ୍‌ ରିଫ୍‌କୁ ଚାଇନାର ଜବରଦଖଲ କରିବାକୁ ଚେଷ୍ଟା କରିଥିଲା। ଏହାକୁ ରୋକିବା ପାଇଁ ଆମେରିକାର ସହାୟତା ମାଗିଥିଲା ଫିଲିପାଇନ୍ସ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ସାହାଯ୍ୟ କରିବାକୁ ମନା କରିଦେଇଥିଲେ। ଫଳରେ ମିସ୍‌ଚିଫ୍‌ ରିଫ୍‌ ବର୍ତ୍ତମାନ ଚାଇନାର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି ହୋଇଯାଇଛି।
ଚାଇନା ଉପରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ତାହା ଭୟଶୂନ୍ୟ ହୋଇଯାଇଛି। ସ୍କାର୍ବୋରୋ ଶୋଆଲକୁ ଦଖଲକରିବା ପରେ ଶି ଦକ୍ଷିଣ ଚାଇନା ସାଗରରେ ୭ଟି କୃତ୍ରିମ ଦ୍ୱୀପ ସମେତ ୧,୩୦୦ ହେକ୍ଟର (୩,୨୦୦ ଏକର) ପରିମିତ ଜାଗା ସୃଷ୍ଟି କରିଛନ୍ତି ଯାହା ବର୍ତ୍ତମାନ ଫର୍‌ୱାର୍ଡ ଅପରେଟିଂ ବେସ୍‌ ଭାବରେ କାର୍ଯ୍ୟ କରୁଛି । ବିବାଦୀୟ ଦ୍ୱୀପପୁଞ୍ଜରେ ଚାଇନା ୨୭ଟି ସାମରିକ ଆଉଟ୍‌ପୋଷ୍ଟ ନିର୍ମାଣ କରିଛି। ଏଠାରେ ବର୍ତ୍ତମାନ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ଶତ୍ରୁର ଉପସ୍ଥିତି ଠାବ କରିବା ପଦ୍ଧତି , ରାଡାର ସିଷ୍ଟମ ଏବଂ ଲେଜର ଏବଂ ଜାମିଂ ଉପକରଣ ରଖାଯାଇଛି। ଏହାର ବୃହତ୍‌ ଦ୍ୱୀପପୁଞ୍ଜରେ ଯୁଦ୍ଧବିମାନ ମରାମତି ତଥା ନିର୍ମାଣ ଓ ରଖିବା କେନ୍ଦ୍ର , ରନ୍‌ୱେ ଏବଂ ଗଭୀର ବନ୍ଦର ମଧ୍ୟ ଅଛି। ଦକ୍ଷିଣ ଚାଇନା ସାଗରର ଭୌଗୋଳିକ ମାନଚିତ୍ରକୁ ଏକପାଖିଆ ଭାବରେ ପୁନଃ ଚିତ୍ରଣକରି ଚାଇନା ନିଶ୍ଚିତ କରୁଛି ଯେ ଏହି ଅଞ୍ଚଳରେ ତାହାର ସ୍ବତନ୍ତ୍ର ସ୍ଥାନ ଅଛି।
ଚାଇନା କ୍ରମାଗତ ଭାବେ ଫିଲିପାଇନ୍ସର ସୁରକ୍ଷାକୁ କ୍ଷତିକରି ଏହାର ଏକ୍ସକ୍ଲୁସିଭ ଇକୋନୋମିକ ଜୋନ୍‌ ବା ବିଶେଷ ଅର୍ଥନୈତିକ ଜୋନ୍‌ (ଇଇଜେଡ୍‌) ମଧ୍ୟରେ ଫିଲିପାଇନ୍ସ ନିୟନ୍ତ୍ରଣାଧୀନ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଚାଲିଛି। ଗତ ବର୍ଷ ଶେଷରେ ବାଇଡେନ୍‌ ପ୍ରଶାସନ ନିଶ୍ଚିତ କରିଥିଲା ଯେ ଫିଲିପାଇନ୍ସର ସାମରିକ, ତଟରକ୍ଷୀ ବାହିନୀ, ବିମାନ କିମ୍ବା ସର୍ବସାଧାରଣ ଜାହାଜ ବିରୋଧରେ ଦକ୍ଷିଣ ଚାଇନା ସାଗରର ଯେକୌଣସି ସ୍ଥାନରେ କୌଣସି ସଶସ୍ତ୍ର ତୃତୀୟ ପକ୍ଷର ଆକ୍ରମଣ ଆମେରିକା-ଫିଲିପାଇନ୍ସ ଚୁକ୍ତି ପରିସରଭୁକ୍ତ ହେବ। ତଥାପି ଚାଇନା ପ୍ରତି କୌଣସି ଦଣ୍ଡବିଧାନ ହୋଇନାହିଁ କି ଏଭଳି କାର୍ଯ୍ୟ ବନ୍ଦ କରିନାହିଁ।
କେବଳ କହିବା ଏବଂ ପଦକ୍ଷେପ ନ ନେବା ପଛରେ ଅନେକ କାରଣ ରହିଛି। ସର୍ବପ୍ରଥମେ ଆମେରିକା ଯୁଦ୍ଧକୁ ଭୟକରେ। କାରଣ ୟୁକ୍ରେନ୍‌ ଏବଂ ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧରେ ଏହା ସଂସାଧନକୁ ବିନିଯୋଗ କରିବା ସହ ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହୁଛି। ତେବେ ଦକ୍ଷିଣ ଚାଇନା ସାଗରରେ ସାର୍ବଭୌମତ୍ୱ ବିବାଦ ଉପରେ ପଶିବାକୁ ଆମେରିକା ଚାହଁୁନାହିଁ, ଯେଉଁଠାରେ ତାହାର ନିଜସ୍ବ କୌଣସି ଅଞ୍ଚଳ ନାହିଁ। ଏପରିକି ଜାପାନ ଅଧୀନରେ ଥିବା ସେନ୍‌କାକୁ ଦ୍ୱୀପପୁଞ୍ଜର ସାର୍ବଭୌମତ୍ୱ ଉପରେ ଏହା କୌଣସି ଆଭିମୁଖ୍ୟ ଗ୍ରହଣ କରିନାହିଁ, ଯାହାକୁ ଚାଇନା ନିଜର ବୋଲି ଦାବି କରିଛି। ତେବେ ଆମେରିକା ସ୍ପଷ୍ଟ କରିଛି ଯେ, ଜାପାନ ସହ ଏହାର ସୁରକ୍ଷା ଚୁକ୍ତି ମଧ୍ୟରେ ଏହି ଦ୍ୱୀପପୁଞ୍ଜ ଅଛି ଏବଂ ଜାପାନର ପ୍ରଶାସନକୁ ଅଣଦେଖାକରି ଯେକୌଣସି ଏକପାଖିଆ ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଛି। ଫିଲିପାଇନ୍ସ କ୍ଷେତ୍ରରେ ଆମେରିକା ଏଭଳି କରିବା ଉଚିତ। ନିଃସନ୍ଦେହରେ କହିବା ଉଚିତ ଯେ, ଫିଲିପାଇନ୍ସ ସହ ଏହାର ଚୁକ୍ତି ପ୍ରତିବଦ୍ଧତା ସେକେଣ୍ଡ ଥୋମାସ ଶୋଆଲ ସମେତ ନିୟନ୍ତ୍ରଣରେ ଥିବା ଅଞ୍ଚଳଗୁଡ଼ିକୁ ବାଧ୍ୟକରି ପରିବର୍ତ୍ତନ କରିବାର କୌଣସି ପ୍ରୟାସକୁ ଅନ୍ତର୍ଭୁକ୍ତ କରେ। ଉଲ୍ଲେଖନୀୟ ଯେ ଯାହା ଚାଇନା ସେକେଣ୍ଡ ଥୋମାସ ଶୋଆଲକୁ ଦଖଲ କରିବାକୁ ଚେଷ୍ଟା କରୁଛି।
ଏହି ଆଭିମୁଖ୍ୟକୁ ସମର୍ଥନକରି ଆମେରିକା ଏକ ଅନ୍ତର୍ଜାତୀୟ ଆର୍ବିଟ୍ରେସନ ଟ୍ରିବ୍ୟୁନାଲ ଦ୍ୱାରା ୨୦୧୬ର ନିଷ୍ପତ୍ତିକୁ ଦର୍ଶାଇପାରେ ଯେ ଦକ୍ଷିଣ ଚାଇନା ସାଗର ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରିବାର କୌଣସି ଆଇନଗତ ଆଧାର ନାହିଁ ଏବଂ ଫିଲିପାଇନ୍ସ ଇଇଜେଡ୍‌ ମଧ୍ୟରେ ଚାଇନାର କାର୍ଯ୍ୟକଳାପ ଫିଲିପାଇନ୍ସର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି। କିନ୍ତୁ ଏହି ନିଷ୍ପତ୍ତିକୁ ଚାଇନା ଖୋଲାଖୋଲି ଭାବେ ଅବମାନନା କରିବାରୁ ଜଣାପଡ଼ଛି ଯେ, ଦକ୍ଷିଣ ଚାଇନା ସାଗରର ଭବିଷ୍ୟତ ଅନ୍ତର୍ଜାତୀୟ ଆଇନ ଦ୍ୱାରା ସ୍ଥିରହେବାର କୌଣସି ଆଶା ଦେଖାଯାଉ ନାହିଁ, ଯେଉଁଥିପାଇଁ ଆମେରିକା ଚୁକ୍ତିକୁ ସମର୍ଥନକରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ଯଦି ଆମେରିକା ତା’ର ଚୁକ୍ତିଭୁକ୍ତ ସହଯୋଗୀ ପାଇଁ ଛିଡ଼ାହୁଏ, ତେବେ ଏହା ଗତ ୧ ଦଶନ୍ଧିରେ ଫିଲିପାଇନ୍ସର ୯ଟି ନୌସେନା ଏବଂ ବାୟସେନା ଯେଭଳି ଲାଭ ପାଇଥିଲା ସେଭଳି ପାଇପାରେ। ଏହି ଘାଟି ମଧ୍ୟରୁ ଦୁଇଟି ତାଇୱାନ ଏବଂ ଦକ୍ଷିଣ ଚାଇନା ନିକଟରେ ଅବସ୍ଥିତ । ଯଦି ଏହା ସହଯୋଗ ନ କରେ, ତେବେ ଦକ୍ଷିଣ ଚାଇନା ସାଗର ଉପରେ ଚାଇନା ନିଜର ପ୍ରାଧାନ୍ୟକୁ ଦୃଢ଼଼ କରିଚାଲିବ। ଫଳରେ ଶକ୍ତି ଓ ମତ୍ସ୍ୟ ସମ୍ପଦରେ ସମୃଦ୍ଧ ଅଞ୍ଚଳ ପ୍ରତି ବିପଦ ସୃଷ୍ଟିହେବ। ଏହା ସହ ଯୋଗାଣ ଶୃଙ୍ଖଳରେ ବାଧାଦେବା ସହ ଭଲ ସମ୍ପର୍କ ନ ଥିବା ଦେଶଗୁଡ଼ିକୁ ଅସୁବିଧାରେ ପକାଇବାର କ୍ଷମତା ହାସଲ କରିବ ।
ଦକ୍ଷିଣ ଚାଇନା ସାଗରରେ ଚାଇନା ସୀମିତ ରହିବ ନାହିଁ। ଶି’ଙ୍କ ନେତୃତ୍ୱରେ ଚାଇନା ସମାନ ପ୍ରକାର ପ୍ରତାରଣା, ଧମକ ବା ଭୟ, ଉତ୍ପୀଡ଼ନ ଆଦିକୁ ବ୍ୟବହାର କରି ପୂର୍ବ ଚାଇନା ସାଗରଠାରୁ ହିମାଳୟ ପର୍ଯ୍ୟନ୍ତ ଯେକୌଣସି ଅଞ୍ଚଳକୁ ନିଜର ବୋଲି ଦାବିକରି ସୀମା ବିସ୍ତାର କରିବାକୁ ଚେଷ୍ଟା କରିଛି । ଏପରିକି କ୍ଷୁଦ୍ର ଦେଶ ଭୁଟାନକୁ ମଧ୍ୟ ବାଦ୍‌ ଦେଇନାହିଁ। ଚାଇନାର ଏଭଳି ଡରାଣକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ଏକ ବିଶ୍ୱସନୀୟ ଚ୍ୟାଲେଞ୍ଜର ବା ମୁକାବିଲାକାରୀ ଦେଶ କେବଳ ଏହାକୁ ବିରୋଧ କରିପାରିବ। ଆମେରିକା ନିଶ୍ଚିତ ଭାବରେ ସେହି ଚ୍ୟାଲେଞ୍ଜର ହେବ ଏବଂ ଫିଲିପାଇନ୍ସକୁ ରକ୍ଷାକରି ଏହା ଆରମ୍ଭ କରିବା ଦରକାର।

ବ୍ରହ୍ମ ଚେଲାନି
ପ୍ରଫେସର ଏମେରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)

 


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri