ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଜେଡ୍‌ ବ୍ଲାକ୍‌ ଗୋଲ୍ଡ ପାର୍ଟନର ଭାବେ ସାମିଲ ହୋଇଛି। ଅପରପକ୍ଷରେ ଦେଶର ୩ୟ ସର୍ବବୃହତ୍‌ ଧୂପକାଠି ନିର୍ମାତା ତଥା ରପ୍ତାନିକାରୀ ଏବଂ ଖୁଚୁରା ବିକ୍ରେତା ଭାବେ ବେଶ୍‌ ପରିଚିତ ଜେଡ୍‌ ବ୍ଲାକ୍‌ ବହୁ କୋଟି କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ନିକଟତର ହେବା ସହ ବିଶ୍ୱ ବଜାରରେ ମଧ୍ୟ ବ୍ରାଣ୍ଡ୍‌ର ପ୍ରଚାରପ୍ରସାର ସାଙ୍ଗକୁ ଜେଡ୍‌ବ୍ଲାକ୍‌ ଗୁଣବତ୍ତା ଓ ଆଭିମୁଖ୍ୟ ସମ୍ପର୍କରେ ସାରା ବିଶ୍ୱବାସୀଙ୍କୁ ଅବଗତ କରାଇପାରିବ। ସେହିଭଳି ଜେଡ୍‌ବ୍ଲାକ୍‌ର ବ୍ରାଣ୍ଡ ଆମ୍ବାସାଡର ତଥା ଲୋକପ୍ରିୟ ଭାରତୀୟ କ୍ରୀଡ଼ାବିତ ମହେନ୍ଦ୍ର ସିଂ ଧୋନୀ ଦୀର୍ଘ ବର୍ଷ ହେବ ଜେଡ୍‌ ବ୍ଲାକ୍‌ ସହ ସାମିଲ ରହିଛନ୍ତି। ଏପରିକି ବ୍ରାଣ୍ଡ୍‌ କ୍ରୀଡ଼ା କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ପୂର୍ବରୁ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ମଧ୍ୟ ସାମିଲ ହୋଇଛି। ଏ ସମ୍ପର୍କରେ ଜେଡ୍‌ ବ୍ଲାକ୍‌ର ଏମ୍‌ଡି ଅଙ୍କିତ ଅଗ୍ରଓ୍ବାଲ କହିଥିଲେ, ଆମେ ଆମର ନୂତନ ଅଭିଯାନ ଓ ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର ଭାବେ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉଭୟ ଦେଶର କ୍ରୀଡ଼ାପ୍ରେମୀ ଓ ବହୁ କୋଟି ଦର୍ଶକଙ୍କ ନିକଟତର ହେବା ସହ ବ୍ରାଣ୍ଡ୍‌ର ଆଭିମୁଖ୍ୟ ଓ ଉତ୍ପାଦର ଗୁଣବତ୍ତା ଏବଂ ବିଶେଷତ୍ୱକୁ ବିଶ୍ୱସ୍ତରରେ ପରିଚୟ କରାଇବାକୁ ପ୍ରୟାସ ଆରମ୍ଭ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ...

PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍‌ କରିବା ଜରୁରୀ କି? ନହେଲେ କଟିଯିବ…

ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ...

‘୬ଇ ଟ୍ରେଡ୍‌ମାର୍କ କାହାର’

ନୂଆଦିଲ୍ଲୀ,୭।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ମହିନ୍ଦ୍ରା) ଏବଂ ଇଣ୍ଟରଗ୍ଲୋବ୍‌ ଆଭିଏଶନ (ଇଣ୍ଡିଗୋ ଏୟାରଲାଇନ୍ସ) ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ନିକଟରେ ମହିନ୍ଦ୍ରା ଅଟୋର...

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ଜାଣନ୍ତୁ ଆପଣଙ୍କ EMI ଉପରେ କ’ଣ ପଡିବ ପ୍ରଭାବ

ମୁମ୍ବାଇ,୬।୧୨: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ...

ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା...

ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ର ଅନାବରଣ

ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଆମେଜ୍‌ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର...

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର...

ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୪।୧୨:କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri