ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ

ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ ପ୍ରତି ମଧ୍ୟ ଚିନ୍ତା କରାଯାଉ ନାହିଁ। ୩ଟି ସ୍କୁଲଠାରୁ ମାତ୍ର ୫୦୦ ମିଟର ଦୂରତା ଭିତରେ କଳାପଥର ଖାଦାନ ଏବଂ କ୍ରଶର ନିର୍ମାଣାଧୀନ ଥିବାରୁ ଅଞ୍ଚଳବାସୀ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି। ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ଜିଲାରେ ଲଘୁ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାର ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ଅତିକ୍ରାନ୍ତ ହୋଇ ସାରିଛି। ହେଲେ ଉକ୍ତ ବେଆଇନ କାରବାର ନିୟନ୍ତ୍ରଣ ହେବାର ସ୍ଥଳେ ଆହୁରି ବୃଦ୍ଧି ଘଟୁଥିବା ଅଭିଯୋଗ ହୋଇଛି। ଆରୁହା କଳାପଥର ଖାଦାନରୁ ଅନୁମତିଠାରୁ ଢେର ଗୁଣ ଅଧିକ ଉତ୍ତୋଳନ ପ୍ରମାଣିତ ହେବା ପରେ ଜରିମାନା ଦାଖଲ ଓ ଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାବାଦ୍‌ ଅତି ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଏହିକ୍ରମରେ ରାଜ୍ୟ ସରକାରଙ୍କ ବିରୋଧରେ ଅଞ୍ଚଳବାସୀଙ୍କ ପକ୍ଷର ନୃସିଂହ ଚରଣ ବାରିକ, ବିପିନ ବେହେରା, ଚିତ୍ତରଞ୍ଜନ ଜେନା, ନିର୍ମଳ ନାୟକ ଓ ହରିହର ସାହୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ଡବ୍ଲୁପିସି ପିଆଇଏଲ ନମ୍ବର-୨୮୦୩୨/୨୦୨୪) ରୁଜୁ କରିଛନ୍ତି।
ଆରୁହା ପାହାଡ଼ରେ ୫ଟି କଳାପଥର ଖାଦାନ ରହିଛି। ଏହି କଳାପଥର ଖାଦାନଗୁଡିକ ସ୍କୁଲ, ରେଳଓ୍ବେ ଲାଇନ ଓ ବସତି ନିକଟରେ ରହିଛି। ସରକାର ଏଠାରେ ଏକ କ୍ଲଷ୍ଟର ମାଇନିଂ ପ୍ଲାନ କରିଛନ୍ତି। କିନ୍ତୁ ଉକ୍ତ ପ୍ଲାନ କରିବା ପୂର୍ବରୁ ସରକାର ଏହାର ନିକଟରେ ଥିବା ସ୍କୁଲ ଓ ରେଳଓ୍ବେ ଲାଇନ ଅବସ୍ଥିତିକୁ ଭୁଲି ଯାଇଛନ୍ତି। ଏହି କ୍ରମରେ କ୍ରଶର ନିର୍ମାଣକୁ ନେଇ ଜିଲା ପ୍ରଶାସନ କିଭଳି ଅନୁମତି ଦେଇଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ଯାହାକୁ ନେଇ ସ୍କୁଲରେ ଅଧ୍ୟୟନରତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି। କଳାପଥର ଖାଦାନରେ ବିସ୍ଫୋରଣ ଏବଂ ପରିବହନ ଯୋଗୁ ଅଞ୍ଚଳବାସୀଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି। ବିନା ଅନୁମତିରେ କେତେକ ବ୍ୟବସାୟୀ ଏଠାରେ କଳାପଥର ଉତ୍ତୋଳନ କରୁଛନ୍ତି। ଏପରି କି ସ୍ଥାନୀୟ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ଧର୍ମଶାଳା ତହସିଲଦାର ମନୋଜ ସାମଲ, ସରୋଜ କୁମାର ଜେନା ଏବଂ ତ୍ରିନାଥ ଜେନାଙ୍କୁ ଖାଦାନ ଚଳାଇବାକୁ ଅନୁମତି ଦେଇଛନ୍ତି। ସେମାନେ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ କରିଛନ୍ତି। ଫଳରେ ତହସିଲ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ୪୫୦ ମିଟର ଦୂରତାରେ ସିନ୍ଦୁରାଇ ସ୍କୁଲ, ୩୦୦ ମିଟର ଦୂରତାରେ ଗୋଢିସାହି ବସ୍ତି, ୪୦୦ ମିଟର ଦୂରତାରେ ଗ୍ରାମ୍ୟ ପୋଖରୀ ଓ ଜାବରା ଗ୍ରାମ୍ୟ ବସତି, ୩୦୦ ମିଟର ଦୂରତାରେ ଆରୁହା ୟୁପି ସ୍କୁଲ ରହିଛି। ଏଥିଯୋଗୁ ଆରୁହା କଳାପଥର ଖାଦାନଗୁଡିକୁ ପରିଚାଳନା ଏବଂ ପରିବେଶଗତ ଅନୁମତି ମିଳିବା ଉଚିତ ନୁହେଁ। ତଥାପି ପ୍ରଶାସନ ତରଫରୁ ଆରୁହା ଗ୍ରାମର ପ୍ଲଟ ନମ୍ବର ୨୭୩୩ ଏବଂ ୨୫୯୪ ଜମିରେ ଶରତ କୁମାର ଜେନା ଓ ଅଶୋକ ପରିଡାଙ୍କୁ ୨ଟି କ୍ରଶର ୟୁନିଟ ଚଳାଇବାକୁ ଅନୁମତି ଦେଇଛନ୍ତି। ଏଥିଯୋଗୁ ସୃଷ୍ଟି ହୋଇଥିବା ପ୍ରଦୂଷଣ କାରଣରୁ ଗ୍ରାମବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆରୁହା ଗ୍ରାମର ସରୋଜିନୀ ମହାରଣା ଏବଂ ପ୍ରକାଶ ମହାରଣା କିଡ୍‌ନୀ ରୋଗରେ ପ୍ରାଣ ହରାଇଛନ୍ତି। ଏହାବାଦ୍‌ ନେପାଲ ରଣା, କେଶବ ରଣା, ଭାସ୍କର ରଣା, ରାଧା ବେହେରା, ଦିଲୀପ ବାରିକ, ଝରଣା ବେହେରା, କୈଳାସ ରାଉତ ପ୍ରମୁଖ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଅତି ପ୍ରଦୂଷଣ ଯୋଗୁ ଚାଷ ଜମି କ୍ରମଶଃ କ୍ଷତିଗ୍ରସ୍ତ ହେଉଛି। ବିସ୍ଫୋରଣ ଯୋଗୁ ଦିବାକର ରଣା, ଭାସ୍କର ରଣା, କାଳିନ୍ଦି ବେହେରା ପ୍ରମୁଖଙ୍କ ଘରରେ ଫାଟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ବେଆଇନ ବ୍ଲାଷ୍ଟିଂ କାରଣରୁ ଆରୁହା ପାହାଡ଼ରେ କାର୍ଯ୍ୟରତ ଶ୍ରମିକ ଶତୃଘ୍ନ ସାମଲ, ରାଜୀବ ଘଡେଇ, କୂଳମଣି ସାମଲ, ବିଚିତ୍ରାନନ୍ଦ ବାରିକଙ୍କ ମୃତ୍ୟୁ ଘଟିଛି ା ଏହିସବୁ କାରଣରୁ ଆରୁହା ପାହାଡ଼ରେ ଥିବା ଖାଦାନଗୁଡିକୁ ବନ୍ଦ କରିବାକୁ ଆବେଦନକାରୀମାନେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?