ଦକ୍ଷିଣ କୋରିଆ ନାଗରିକଙ୍କ ଶର୍ଟ ଟର୍ମ ଭିଜା ଉପରେ କଟକଣା ଜାରି କଲା ଚାଇନା…

ବେଜିଂ,୧୦।୧ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ସ୍ଥିତିରେ ରହିଛି। କେତେକ ଦେଶ ଏବେ ଚାଇନାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍ତି। ଏହାକୁ ନେଇ ଚାଇନା କ୍ରୋଧ ପ୍ରକାଶ କରିବା ସହିତ ଏହାକୁ ନିନ୍ଦା କରିଛି। ଏବେ ଚାଇନା ଦକ୍ଷିଣ କୋରିଆ ନାଗରିକଙ୍କୁ ମିଳୁଥିବା ଶର୍ଟ ଟର୍ମ ଭିଜା ଉପରେ କଟକଣା ଜାରି କରିଛି। ଏନେଇ ଦକ୍ଷିଣ କୋରିଆରେ ଥିବା ଚାଇନା ଦୂତାବାସ ପକ୍ଷରୁ ବିବୃତି ପ୍ରକାଶ ପାଇଛି।

ପ୍ରତିହିଂସା ପରାୟଣ ହୋଇ ଚାଇନା ଏଭଳି କରିଥିବା କୁହାଯାଉଛି। ଦକ୍ଷିଣ କୋରିଆ ଚାଇନା ନାଗରିକଙ୍କ ଉପରେ ଲାଗୁ କରିଥିବା କରୋନା କଟକଣା ଉଠାଇବାପରେ ଭିଜା ପ୍ରସଙ୍ଗ ଉପରେ ବିଚାର କରାଯିବ ବୋଲି ଚାଇନା ଦୂତାବାସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚାଇନା ବୈଦେଶିକ ମନ୍ତ୍ରୀ କିନ ଗେଙ୍ଗ ଦକ୍ଷିଣ କୋରିଆର କଟକଣାକୁ ଭେଦଭାବ ପୂର୍ଣ୍ଣ ବୋଲି କହିଥିଲେ। ଏହା ସହିତ ଦକ୍ଷିଣ କୋରିଆ ପ୍ରତିପକ୍ଷ ପାର୍କ ଜିନଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା ହେବାର ଗୋଟିଏ ଦିନ ପରେ ଚାଇନା ଭିଜା କଟକଣା ଲାଗୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର କୋରିଆ-ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ

ସିଓଲ୍‌,୩।୫: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ ଘଟିଛି। ଗତ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ହୋଇଥିବା...

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି।...

ପ୍ରବାସୀ ଖୋଜୁଛି ସବୁଠୁ ଖୁସି ଦେଶ

ହେଲ୍‌ସିଙ୍କି,୨୩ା୬: ଫିନ୍‌ଲାଣ୍ଡକୁ ବିଶ୍ୱର ସବୁଠୁ ଖୁସି ଦେଶ ଭାବେ ଅଭିହିତ କରାଯାଇଥାଏ। ‘ଓ୍ବାଲର୍‌ଡ ହାପିନେସ୍‌ ରିପୋର୍ଟ’ରେ ଲଗାତର ସର୍ବାଗ୍ରେ ରହୁଥିବା ଏହି ଦେଶରେ କାମ କରିବା...

କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍‌ ବିଲିୟନେୟାର

କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା...

ମାଇକେଲ ଜ୍ୟାକ୍‌ସନଙ୍କ ଆଇଡି ଜାଲିଆତି

ଲସ୍‌ ଏଞ୍ଜେଲ୍ସ, ୩୧ା୮(ଆଇଏନ୍‌ଏସ୍‌): ପପ୍‌ ଡ୍ୟାନ୍ସର ମାଇକେଲ ଜ୍ୟାକ୍‌ସନଙ୍କ ମୃତ୍ୟୁ ଉପରେ ପ୍ରକାଶିତ ନୂଆ ଡକ୍ୟୁମେଣ୍ଟାରିରେ ଚକିତ କଲାଭଳି ତଥ୍ୟ ପ୍ରଘଟ ହୋଇଛି। ଅତ୍ୟଧିକ ଡ୍ରଗ୍ସ...

ଅଷ୍ଟ୍ରେଲିଆ ବିମାନ ଦୁର୍ଘଟଣା: ୩ ଫାୟାରଫାଇଟର ମୃତ

ନିଉ ସାଉଥ୍‌ ଓ୍ବେଲସ,୨୩।୧: ଅଷ୍ଟ୍ରେଲିଆର ନିଉ ସାଉଥ୍‌ ଓ୍ବେଲସରେ ସି-୧୩୦ ବିମାନ ଗୁରୁବାର ଦୁର୍ଘଟଣା ହୋଇଥିବା ଖବର ମିଳିଛି। ଏଥିରେ ୩ ଆମେରିକୀୟ ଫାୟାପାଇଟରଙ୍କ ମୃତ୍ୟୁ...

ଲାଇଭ୍‌ ଟିଭିରେ ଭାଷଣ ଭୁଲିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ କହିଲେ…

ଇସଲାମାବାଦ,୫।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଲାଇଭ୍‌ ଟିଭିରେ କହୁ କହୁ ନିଜର ଲାଇନ୍‌ ଭୁଲିଗଲେ। କହିବା ଶେଷ ହେବା ପରେ ଲୋକେ ଏହି ଭିଡିଓକୁ...

ବମିଖାଲରୁ ଲୁଚି ପଳାଇ ଆସିଛନ୍ତି ଦମ୍ପତି, ଭୟରେ ଅଞ୍ଚଳବାସୀ

ରସୁଲପୁର,୧୧।୪(ଡିଏନଏ)- ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ରେ ପହଞ୍ଚତ୍ଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଏହି ସହରର ସତ୍ୟନଗର, ବମିଖାଲ, ସୁନ୍ଦରପଦା,...

Advertisement
Archives

Model This Week