Advertisement
Posted inଜାତୀୟ

ଚାଇନା ଶାନ୍ତି ଚୁକ୍ତିନାମା ଉଲ୍ଲଂଘନ କରିଛି-ପାକିସ୍ତାନରେ ଚାଲିଛି ଆତଙ୍କବାଦୀ ଶିବିର: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୩।୧ : ଅଷ୍ଟ୍ରିଆ ଗସ୍ତରେ ଥିବା ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସିଧାସଳଖ ଚାଇନ ଏବଂ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଉଭୟ ଦେଶ ଉଦ୍ଦେଶ୍ୟସେ କହିଛନ୍ତି ଯେ ଚାଇନା ଚୁକ୍ତିନାମା ଉଲ୍ଲଂଘନ କରିଛ। ଏଲଏସିର ସ୍ଥିତିକୁ ଏକପାଖିଆ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ଚାଇନା ସହିତ ସୀମାରେ ଉତ୍ତେଜନା ଜାରି ରହିବାର ଏହା ମୁଖ୍ୟ କାରଣ। ଏଥି ସହିତ ପାକିସ୍ତାନ ଆତଙ୍କବାଦର ଶିବିର ପାଲଟିଛି। ସେଠାରେ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି।

ଚାଇନା ସହିତ ଆମର ଏକ ଚୁକ୍ତିନାମା ଅଛି ଯେ ଆମେ ସୀମାନ୍ତ ଅଞ୍ଚଳରେ ବହୁ ପରିମାଣରେ ସୈନ୍ୟ ନିୟୋଜିତ କରିବୁ ନାହିଁ, କିନ୍ତୁ ଚାଇନା ଏହି ଚୁକ୍ତିନାମାକୁ ଅନୁସରଣ କରି ନାହିଁ। ଏହି କାରଣରୁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି, ଦୁଇ ଦେଶ ମଧ୍ୟରେ ଏଲଏସିକୁ ଏକପାଖିଆ ପରିବର୍ତ୍ତନ ନ କରିବାକୁ ଏକ ଚୁକ୍ତିନାମା ରହିଛି। ଏହା ପରେ ମଧ୍ୟ ଚାଇନା ସ୍ଥିତିରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ଜୟଶଙ୍କର କହିଛନ୍ତି ଯେ ଏହା ହେଉଛି ଉପଗ୍ରହ ଯୁଗ ଯେଉଁଥିରେ ଭାରତ-ଚାଇନା ସୀମା ଅଞ୍ଚଳର ଚିତ୍ର ସ୍ପଷ୍ଟ ଦେଖାଯାଉଛି। ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଧାର୍ମିକ ସ୍ଥଳ ବନ୍ଦ ରହିଛି। ଧାର୍ମିକସ୍ଥଳ ଖୋଲିବା ନେଇ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ...

ଏଲ୍‌ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ

ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...

ସାଙ୍କେତିକ ଭାଷା ଅଭିଧାନ, ଅଡିଓ ବୁକ୍‌ସ ଶୁଭାରମ୍ଭ

ନୂଆଦିଲ୍ଲୀ, ୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ‘ଶିକ୍ଷକ ପର୍ବ-୨୦୨୧’ ଉଦ୍‌ଘାଟନୀ ସମ୍ମିଳନୀରେ ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭାରତର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା...

ଅଖିଳେଶଙ୍କ ପାଇଁ ମମତା କରିବେ ପ୍ରଚାର, ଦଳ ଦେବନାହିଁ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ...

ରାଜନୈତିକ ବିରୋଧରୁ ଶତ୍ରୁତା ଗଣତନ୍ତ୍ର ପାଇଁ ଭଲ ନୁହେଁ, କହିଲେ ସିଜେଆଇ …

ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନା ଶନିବାର କହିଛନ୍ତି ଯେ ରାଜନୈତିକ ବିରୋଧକୁ ଶତ୍ରୁତାରେ ପରିଣତ କରିବା ଏକ ସୁସ୍ଥ...

ଓ୍ବାଇଏସ୍‌ଆର୍‌ସି ନେତାଙ୍କୁ ଛୁରିଭୁସି ହତ୍ୟା

ଶ୍ରୀକାକୁଲମ,୭।୧୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ନେତାଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ବରତମ ରାମଶେଶୁ(୫୨) ଗାରା ଏମ୍‌ପିପିର ଉପସଭାପତି ଏବଂ ଶ୍ରୀକାକୁଲମ...

ଭୁଶୁଡ଼ିଲା ପୋଲ: ମହିଳାଙ୍କ ସମେତ ଭାସିଗଲେ ୩ ଶିଶୁ

ଶିମ୍‌ଲା,୧୫।୮: ହିମାଚଳ ପ୍ରଦେଶ ମନାଲି ସ୍ଥିତ ସୋଲାଙ୍ଗ ଭେଲିରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁ ସାଲୋଙ୍ଗ ନିକଟରେ ଥିବା ଏକ...

ବୋଲପୁରରେ ଶାହାଙ୍କ ମେଗା ରୋଡ ଶୋ’

କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ରବିବାର ହେଉଛି ଦ୍ୱିତୀୟ ଦିନ । ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା...

Advertisement
Archives

Model This Week