ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଲା ଚାଇନା…

ବେଜିଂ,୩।୧ : ଆମେରିକା-ଭାରତ ସମେତ ଅନେକ ଦେଶର କାର୍ଯ୍ୟକଳାପରେ ଚାଇନା ଉତ୍ତେଜିତ ହୋଇ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଗତ ମାସରେ ଜିରୋ କୋଭିଡ ନୀତିକୁ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କୋହଳ କରିବା ପାଇଁ ଏକ ପଦକ୍ଷେପ ନେଇଥିଲା। ଏହା ପରେ, ଦେଶରେ କରୋନା ସଂକ୍ରମଣ ମାମଲା ହଠାତ ବଢ଼ିବାରେ ଲାଗିଥିଲା।

ହସ୍ପିଟାଲରେ ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ଏହା ବିଶ୍ୱର ସମସ୍ତ ଦେଶର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଦେଶ ଚାଇନ ଯାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିବନ୍ଧକ ଲାଗୁ କରିଛନ୍ତି। ମାତ୍ର ଏଭଳି ପଦକ୍ଷେପ ଚାଇନା ସରକାରଙ୍କୁ ବିରକ୍ତ କରିଛି।

ଆମେରିକା, କାନାଡା, ଫ୍ରାନ୍ସ, ଜାପାନ, ଭାରତ ଆଦି ଦେଶରେ ଚାଇନାର ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ କରୋନା ରିପୋର୍ଟ କାର୍ଯ୍ୟକାରୀ କରାଯାଇଛି। ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନେଗେଟିଭ୍‌ କରୋନା ରିପୋର୍ଟ ବାଧ୍ୟତାମୂଳକ ରଖାଯାଇଛି। ଏହି ପଦକ୍ଷେପକୁ ଚାଇନା ନିନ୍ଦା କରିଛି ଏବଂ ଏହାର ପ୍ରତିଶୋଧ ନେବାକୁ ମଧ୍ୟ ଧମକ ଦେଇଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ କେତେକ ଦେଶ କେବଳ ଚାଇନା ଯାତ୍ରୀଙ୍କୁ ଟାର୍ଗେଟ କରି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିରେ ବୈଜ୍ଞାନିକ ଆଧାରର ଅଭାବ ରହିଛି ଏବଂ ଏହିପରି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଚାଇନା ଏହି ଆଧାରରେ ମଧ୍ୟ ପ୍ରତିଶୋଧ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଲକଡାଉନ ନିୟମ ଭାଙ୍ଗି ହଜାର ହଜାର ଗିରଫ, ଗୋଟିଏ ଦିନରେ ୨୩ହଜାର ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ବେଜିଂ,୧୬ ।୪: ଚାଇନାରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଜିରୋ କୋଭିଡ ନୀତିକୁ ନେଇ ଲୋକେ ବ୍ୟସ୍ତ...

CORONAVIRUS UPDATE: ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର...

୧୭୬ ଦେଶରେ କରୋନା: ସଂକ୍ରମଣରେ ୮,୯୬୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: କରୋନା ସଂକ୍ରମଣ ଧୀରେଧୀରେ ପୃଥିବୀର ଗୋଟିଏ ପରେ ଗୋଟିଏ ଦେଶରେ ପହଞ୍ଚିବାରେ ଲାଗିଛି ଇତିମଧ୍ୟରେ ଏହା ୧୭୬ଟି ଦେଶରେ ଆତଙ୍କ ସୃଷ୍ଟି କରିଛି। ଗୋଟିଏ...

୨୪ ଘଣ୍ଟାରେ ଦେଶରେ ୧,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୫ଶହ ଟପିଲା

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ନେଇ ଗୋଟିଏ ପଟେ ଦେଶର ଲକ୍‌ଡାଉନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି...

ପଳାୟନ କରିବାର ପ୍ରଶ୍ନ ଉଠୁନାହିଁ

କ୍ୱିଭ୍‌,୫।୩: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦେଶ ଛାଡ଼ି ପଳାୟନ କରିଥିବା ନେଇ ରୁଷିଆ ପକ୍ଷରୁ ଗୁଜବ ସୃଷ୍ଟି କରାଯାଇଥିବାବେଳେ ଏହାକୁ କ୍ୱିଭ୍‌ ପକ୍ଷରୁ ଖଣ୍ଡନ...

କାବୁଲରୁ ଆଇଟିବିପି ଯବାନଙ୍କ ସହ ଭାରତ ଫେରିଲେ ୩ କୁକୁର

ଗାଜିଆବାଦ,୧୮।୮: ଆଫଗାନିସ୍ତାନର କାବୁଲରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ମାୟା, ରୁବି ଏବଂ ବବି ନାମକ ତିନିଟି ସ୍ନିଫର୍‌ କୁକୁର ମଙ୍ଗଳବାର ଇଣ୍ଡୋ-ତିବ୍ଦତୀୟ...

ସଂଘାଇରେ କରୋନା ପ୍ରକୋପ

ବେଜିଂ,୫।୪: ଦିନକୁ ଦିନ ଚାଇନାରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ...

ଚାଇନା ରାଷ୍ଟ୍ରପତିଙ୍କ ଭଳି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଇମ୍ରାନ

ବେଜିଂ,୯।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ସେ ଚାଇନା ରାଷ୍ଟ୍ରପତିଙ୍କ କାମକୁ ଅନୁସରଣ କରିବାକୁ ଚାହୁଁଛନ୍ତି। କାରଣ ଚାଇନା ଯେମିତି ଭ୍ରଷ୍ଟାଚାର ମାମଲାରେ ପ୍ରାୟ...

Advertisement
Archives

Model This Week