କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଛି ଚାଇନା, ଆମେରିକା ଏଫ୍‌ଏଏସ୍‌ କଲା ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ,୩।୧୧: ଚାଇନା ତିନୋଟି ସ୍ଥାନରେ କ୍ଷେପଣାସ୍ତ୍ର ସିଲୋ ଫିଲ୍ଡ (ବଙ୍କର) ନିର୍ମାଣ କରିଛି। ଚାଇନା ଜାଣିଶୁଣି ଆଣବିକ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରୁଥିବା କୁହାଯାଇଛଇ। ପାଶ୍ଚାତ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ତିନୋଟି ସ୍ଥାନ ଉତ୍ତର କେନ୍ଦ୍ରୀୟ ଚାଇନାର ୟୁମେନ, ହାମି ଏବଂ ଅର୍ଡୋସରେ ରହିଥିବା କେତେକ ଫଟୋରୁ ଜଣାପଡ଼ିଛି।

ଆମେରିକୀୟ ଥିଙ୍କ ଟ୍ୟାଙ୍କ ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟସ (ଏଫ୍‌ଏଏସ୍‌ ) ପକ୍ଷରୁ ଏହାର ପର୍ଦ୍ଦାଫାଶ୍‌ କରାଯାଇଛି। ଏଫ୍‌ଏଏସ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପ୍ଲାନେଟ ଲ୍ୟାବ ଏବଂ ମ୍ୟାକ୍ସାର୍‌ ଟେକ୍ନୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିବା ଫଟୋଗ୍ରାଫ ଆଧାରରେ ଏଫ୍‌ଏଏସ୍‌ ଏଭଳି ରିପୋର୍ଟ ପ୍ରସ୍ତୁତ କରିଥିବା ଦାବି କରିଛି।

ଫଟୋରୁ ପ୍ରମାଣିତ ହେଉଛି ଯେ, ଚାଇନା ଏସବୁ ତିନୋଟି ସ୍ଥାନରେ ମିସାଇଲ ସିଲୋ ନିର୍ମାଣ କରିଛି। ଏହି ଚିତ୍ରଗୁଡ଼ିକରେ କେବଳ ତିନୋଟି ଚାଇନିଜ ସିଲୋ ଦୃଶ୍ୟମାନ ହେଉଛି, କିନ୍ତୁ ଏଫ୍‌ଏଏସ୍‌ ଅନୁସାରେ ଚାଇନା ଏଭଳି ୩୦୦ଟି ନୂତନ କ୍ଷେପଣାସ୍ତ୍ର ସିଲୋ ନିର୍ମାଣ କରୁଛି। ଏସବୁର ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ଜାରି ରହିଛି। ଚାଇନା ସେନାର ଆଧୁନିକୀକରଣ କାର୍ଯ୍ୟକ୍ରମ ସହିତ ଏହା ଜଡିତ ଥିବା ଏଫ୍‌ଏଏସ୍‌ କହିଛି।

ସାପ୍ତାହିକ ଭିତ୍ତିରେ କ୍ଷେପଣାସ୍ତ୍ର ସିଲୋ ନିର୍ମାଣ କାର୍ଯ୍ୟର ଗତି ଏଫ୍‌ଏଏସ୍‌ ପକ୍ଷରୁ ଆକଳନ କରାଯାଇଛି। ଏଫ୍‌ଏଏସ୍‌ର ରିପୋର୍ଟ ପ୍ରସ୍ତୁତକାରୀ ମୈଟ କୋର୍ଡା ଏବଂ ହାନ୍ସ ଏମ . କ୍ରିଷ୍ଟସେନ କହିଛନ୍ତି ଯେ, ଏହା ହେଉଛି ଚାଇନାର ଅଦ୍ଭୁତପୂର୍ବ ପରମାଣୁ ନିର୍ମାଣ। ଏହି କ୍ଷେପଣାସ୍ତ୍ର ସିଲୋ ଆରମ୍ଭ ହେବା ଲାଗି କିଛି ବର୍ଷ ଲାଗିବ। ଏହା ଚାଇନାର ନ୍ୟୁନତମ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନୀତି ଉପରେ ସନ୍ଦେହ ସୃଷ୍ଟି କରିଛି।

କିନ୍ତୁ ଭବିଷ୍ୟତରେ ଚାଇନା ବଙ୍କରକୁ କିପରି ବ୍ୟବହାର କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ରିପୋର୍ଟରେ କୁହାଯାଇଛି। ଚାଇନାର ଏଭଳି କାର୍ଯ୍ୟ ଯୋଗୁ ଆଣବିକ ପ୍ରତିଯୋଗିତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି କରିଛି ବୋଲି ଉଭୟ କୋର୍ଡା ଏବଂ କ୍ରୀଷ୍ଟସେନ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁନ୍‌ରେ ସିଲୋ ନିର୍ମାଣ ବିଷୟରେ ପ୍ରଥମ ସୂଚନା ମିଳିଥିଲା। ଏହାପରେ ଜୁଲାଇରେ ଆଉ ଏକ ରିପୋର୍ଟ ଆସିଥିଲା ।

ଏଫ୍‌ଏଏସ୍‌ କହିଛି ଶୀତଳ ଯୁଦ୍ଧ ସମୟରେ ଆମେରିକା ଏବଂ ସୋଭିଏତ୍‌ କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଥିଲେ। ଏବେ ଚାଇନା ସର୍ବ ବୃହତ କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରୁଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri