ଆଙ୍ଗଲିଙ୍ଗ୍‌ ଗାଁକୁ ଚାଇନାର ଭୟ: ପ୍ରତିଘରେ ସିକ୍ରେଟ ଫୋର୍ସ ସଦସ୍ୟ

ଲେହ, ୧୪।୯: ପୂର୍ବ ଲଦାଖରେ ଏଲ୍‌ଏସି ଅଞ୍ଚଳରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚାଇନାର ପିପୁଲସ୍‌ ଲିବରେଶନ୍‌ ଆର୍ମି(ପିଏଲ୍‌ଏ) ଲଗାତାର ପ୍ରୟାସ କରୁଛି। ପେଙ୍ଗୋଙ୍ଗ୍‌ ତ୍ସୋର ଦକ୍ଷିଣରେ ଥିବା ଗୁରଙ୍ଗ୍‌ ହିଲ୍‌ ଏବଂ ମଗର ହିଲ୍‌ ମଝି ଅଞ୍ଚଳ ସ୍ପୁଙ୍ଗୁର ଗ୍ୟାପ୍‌ରେ ଚାଇନା ସମରସଜ୍ଜା ଆରମ୍ଭ କରିଛି। ତେବେ ଲେହରେ ଥିବା ଆଙ୍ଗଲିଙ୍ଗ୍‌ ଗାଁକୁ ଚାଇନାର ପିଏଲ୍‌ଏ ଭାରି ଭୟ। ଏହି ଗାଁର ପ୍ରତିଘରେ ସ୍ପେଶାଲ ସିକ୍ରେଟ ଫୋର୍ସ ସଦସ୍ୟ ରହିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯାଇଥାଏ। ଗାଁରରେ ପ୍ରାୟ ୪ ଶହ ଘର ରହିଛି। ଏଠାରେ ବାସ କରୁଥିବା ତିବ୍ବତ ବାସିନ୍ଦା ପିଢ଼ି ପରେ ପିଢ଼ି ଭାରତୀୟ ସେନାରେ କାର୍ଯ୍ୟ କରି ଆସୁଛନ୍ତି। ଗାଁର ଲୋକେ ସିକ୍ରେଟ୍‌ ମିଲିଟାରି ଅପରେଶନ୍‌ରେ ସାମିଲ୍‌ ହୋଇଥାନ୍ତି। ଭାରତୀୟ ସେନାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ସିକ୍ରେଟ ଫୋର୍ସ ସଦସ୍ୟ ମୁଖ୍ୟ ଲକ୍ଷ୍ୟ। ୧୯୬୨ ଭାରତ ଚାଇନା ଯୁଦ୍ଧ ପରେ ସ୍ପେଶାଲ ସିକ୍ରେଟ ଫୋର୍ସର ଗଠନ କରାଯାଇଥିଲା। ଉଚ୍ଚ ପାହାଡ଼ରେ ସ୍ପେଶାଲ ସିକ୍ରେଟ ଫୋର୍ସ ସହଜରେ ଲଢ଼େଇ କରିଥାଏ। ଶତ୍ରୁ ଶିବିରରେ ପଶି ଲଢ଼େଇ କରିବାକୁ ଏହାର ସଦସ୍ୟ ପଛାଇ ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ଉଡ଼ି ପାରୁଥିବା ସାଟେଲାଇଟ ପ୍ରସ୍ତୁତ କରିବ ନାସା

ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ଖୁବ୍‌ଶୀଘ୍ର ଏକ ସାଟେଲାଇଟ ବା ଉପଗ୍ରହ ପ୍ରସ୍ତୁତ କରିବ। ଯାହାକି ପାଣିରେ ଉଡ଼ିପାରିବ। ଯଦି ନାସା ଏହିପରି ସାଟେଲାଇଟ୍‌ ତିଆରି...

କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନଁ।ରେ ସିବିଆଇ ମାମଲା

ଥିରୁଭାନନ୍ଥପୁରମ, ୧୮ା୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ସମେତ ୬ ପ୍ରମୁଖ ରାଜନେତାଙ୍କ ବିରୋଧରେ ମଙ୍ଗଳବାର ଯୌନ ନିର୍ଯାତନା...

ମହଙ୍ଗା ପିଆଜ ଯୋଗୁ ଅତୀତରେ ୨ ସରକାରଙ୍କ ପତନ ଘଟିଛି: ଏବେ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୫।୯: ଦେଶରେ ପିଆଜ ଦାମ୍‌ ଏବେ ବଢ଼ିଚାଲିଛି। ଅତୀତରେ ମହଙ୍ଗା ପିଆଜ ଯୋଗୁ ଦିଲ୍ଲୀର ୨ ସରକାରଙ୍କ ପତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ...

ରୋଡ୍‌ ରୋମିଓଙ୍କୁ ପେଟେଣ୍ଟ ମେଡିସିନ: ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର,୧୦।୧୨: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର। ରୋଡ୍‌ ରୋମିଓଙ୍କୁ ଉଚିତ ଶିକ୍ଷା ଦେଲେ ଆଣ୍ଟି ରୋମିଓ ସ୍କ୍ବାଡ୍‌। ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ଗାନ୍ଧୀ ଜୟନ୍ତୀ ପାଇଁ ହଜାରେ ଫୁଟର ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କଲେ ଛାତ୍ର

ଫିରୋଜାବାଦ୍‌,୨୯।୯: ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଫିରୋଜାବାଦ୍‌ର ୬୦ ଜଣ ଛାତ୍ର ହଜାରେ ଫୁଟ ଲମ୍ବର ଏକ ଗ୍ରୀଟିଙ୍ଗ୍‌ କାର୍ଡ ତିଆରି...

ମୋଦି-ଶାହଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ ରାଉତ: ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ ମୁଁ ତାହାର ପ୍ରଧାନ ଶିକ୍ଷକ ଥିଲି

ନୂଆଦିଲ୍ଲୀ,୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ରାଜ୍ୟ ସଭାରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ...

ଭାଜପା ବିଧାୟକଙ୍କ ପରଲୋକ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ଦେଓରିଆର ଭାଜପା ବିଧାୟକ ଜନ୍ମେଜୟ ସିଂହଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବ ରାତିରେ ଲକ୍ଷ୍ନୌ ସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ସେ...

Advertisement
Archives

Model This Week