Posted inଫୁରସତ

କରୋନା ମହାମାରୀ ଭୟ ଶୂନ: ଚାଇନାରେ ପାଳନ କରାଯାଉଛି ‘କୁକୁର ମାଂସ ଉତ୍ସବ’; ହଜାର ହଜାର…

ସାରା ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ଏବେ ତୃତୀୟ ଲହର ପାଇଁ ଚେତାବନୀ ଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ପହଞ୍ଚାଇବା ପଛରେ ଚାଇନା ଥିବା ଅଭିଯୋଗ ହେଉଥିବା ବେଳେ ସେ ମଧ୍ୟ ଏଥିରୁ ବର୍ତ୍ତିପାରି ନାହିଁ। ଏସବୁ ସତ୍ତ୍ୱେ ଚାଇନା ସମ୍ବେଦନହୀନ ଦେଶ ଭାବେ ପୂର୍ବଭଳି ନିଜର ଖାଦ୍ୟପେୟରେ ପରିବର୍ତ୍ତନ କରିବା ତ ଦୂରର କଥା କିଛି ନ ହେବା ଭଳି ଉତ୍ସବର ଆୟୋଜନ କରୁଛି। ଏବେ ଦେଶରେ ‘ଡଗ୍‌ ମିଟ୍‌ ଫେଷ୍ଟିଭାଲ’ ଆରମ୍ଭ ହୋଇଛି। ଏହାର ବିରୋଧ କରାଯାଉଥିଲେ ହେଁ ଚାଇନା ଉପରେ କୌଣସି ପ୍ରଭାବ ପଡୁନାହିଁ।

ଦେଶର ୟୁଲିନ ଅଞ୍ଚଳରେ ଦଶଦିନ ବ୍ୟାପି ‘ଡଗ୍‌ ମିଟ୍‌ ଫେଷ୍ଟିଭାଲ’ ପାଳନ କରାଯାଥାଏ। ଏଥିରେ ବେଶ୍‌ କ୍ରୁରତାର ସହ ହଜାର ହଜାର ସଂଖ୍ୟାରେ କୁକୁରଙ୍କୁ ମାରି ମାଂସରେ ଭୋଜି କରାଯାଇଥାଏ। ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ କୁକୁରମାନଙ୍କୁ ଅଣାଯାଇଥାଏ। ସେମାନଙ୍କୁ ଲୁହା ପଞ୍ଜୁରୀରେ ବହୁତ ଦିନ ପର୍ଯ୍ୟନ୍ତ ରଖାଯାଇଥାଏ। ଅନେକ ଦିନ ଭୋକିଲା ରଖିବା ପରେ ତାଙ୍କୁ ମାରି ମାଂସ ବଜାରରେ ଟାଙ୍ଗି ଦିଆଯାଇଥାଏ। ଉତ୍ସବକୁ ନେଇ ଏଠାକାର ହୋଟେଲ ମଧ୍ୟ ବୁକ୍‌ ହୋଇଯାଇଥାଏ। ଏଠାରେ ଜୀବିତ କୁକୁରକୁ ତେଲରେ ପକାଇ ଛାଣି ଦିଆଯାଇଥାଏ। ଏହାକୁ ଖାଇବାକୁ ଲୋକଙ୍କ ଭିଡ ଜମିଥାଏ।

ଅନ୍ତର୍ଜାତୀୟ ପଶୁ ଅଧିକାର ସମୂହର ଚାଇନା ପଲିସି ଏକ୍ସପର୍ଟ ଡା. ପିଟର ଲି ଏହି ଉତ୍ସବ ନେଇ ପ୍ରତିକ୍ରିୟା ରଖିଛନ୍ତି। କୋଭିଡ-୧୯ର ନୂଆ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଉତ୍ସବ ପାଳନକୁ ଅନୁମତି ଦେବା ଭାରି ପଡ଼ିପାରେ। କାରଣ ଉତ୍ସବ ଲାଗି ବହୁତ ଲୋକ ଏକାଠି ହେବେ। ଏହାଦ୍ୱାରା ସଂକ୍ରମଣ ବ୍ୟାପିବାର ବିପଦ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ବିପଦସଙ୍କୁଳ କୋଠରୀରେ ପିଲାଙ୍କ ବିଷ୍ୟତ: ବାରଣ୍ଡାରେ ଚାଲିଛି ପାଠପଢ଼ା

ଜମନକିରା, ୨୧/୮ (ରବୀନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଗୃହ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri