Posted inଜାତୀୟ

ଚାଇନାକୁ ନାହିଁ ବିଶ୍ୱାସ, ଯେ କୌଣସି ସମୟରେ କରିପାରେ ଆକ୍ରମଣ…

ନୂଆଦିଲ୍ଲୀ,୨୬।୧୦ : ଭାରତ ଏବଂ ଚାଇନା ମଧ୍ୟରେ ଅନେକ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ପ୍ରତ୍ୟେକ ବୈଠକରେ ଭାରତ ସ୍ପଷ୍ଟ ଭାବରେ କହିଛି ଯେପର୍ଯ୍ୟନ୍ତ ଚାଇନା ସୀମା ନିକଟରେ ପାଟ୍ରୋଲିଂ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଆମର ସେନା ମଧ୍ୟ ହଟିବେ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଥର କହିଛନ୍ତି ଚାଇନାର କଥାକୁ ବିଶ୍ୱାସ କରାଯାଇପାରିବ ନାହିଁ କାରଣ ଏହାର କଥା ଗୋଟିଏ ଏବଂ କାର୍ଯ୍ୟ ଅନ୍ୟ କିଛି। ଏହି କାରଣରୁ ମାଇନସ ଡିଗ୍ରୀର ତୁଷାର ଶିଖରରେ ମଧ୍ୟ ଭାରତୀୟ ସେନାର ସାହସୀ ଯବାନମାନେ ଯେକୌଣସି ବିପଦର ମୁକାବିଲା ପାଇଁ ଚାଇନା ସୈନିକମାନଙ୍କ ସହ ମୁହାଁମୁହିଁ ଭାବେ ଠିଆ ହୋଇଛନ୍ତି।

ଗଲୱାନ ଘାଟି ଘଟଣାକୁ ଦେଶ କେବେ ବି ଭୁଲି ପାରିବ ନାହିଁ। ବିହାର ରେଜିମେଣ୍ଟ ସହିତ ଏପରି ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହାକୁ ଚାଇନା ସୈନିକ ଭୁଲି ପାରି ନାହାନ୍ତି। ଏହି ରକ୍ତାକ୍ତ ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଅପରପକ୍ଷରେ ୪୦ରୁ ଅଧିକ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ସ ଏହାପରେ ଆଲୋଚନା ପରେ ଉଭୟ ଦେଶର ସୈନ୍ୟବାହିନୀ ଗଲୱାନ ଘାଟି, ପୋଙ୍ଗାଙ୍ଗ ହ୍ରଦ ଏବଂ ହଟ ସ୍ପ୍ରିଙ୍ଗ ସମେତ ଅନେକ ସ୍ଥାନରେ ପଛକୁ ହଟିଥିଲେ। କିନ୍ତୁ ଡିପସଙ୍ଗ ଏବଂ ଡେମୋକୋକରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟି ନାହିଁ ବୋଲି ପୂର୍ବତନ ମେଜର ଜେନେରାଲ ଏସ.କେ ସିଂ କହିଛନ୍ତି।

ସୀମାରେ ଚାଇନା ଗାଁ ସ୍ଥାପନ କରୁଛି ବୋଲି ଆମେରିକୀୟ ପେଣ୍ଟାଗନ ଭାରତକୁ ସୂଚନା ଦେଇଛି । ଏଲଏସିର ବହୁ ଅଞ୍ଚଳରେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ଚାଇନା ନିୟୋଜିତ ଅଛି। ଅଣ୍ଡରଗ୍ରାଉଣ୍ଡ ଆଶ୍ରୟସ୍ଥଳୀ, ନୂତନ ରାସ୍ତା, ହେଲିପ୍ୟାଡ ଏବଂ ନୂତନ ରାଡାର ସ୍ଥାପନ କରିବା ସହିତ ଏକ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ସୀମାରେ ଦ୍ରୁତ ଗତିରେ ଗ୍ରାମ ମଧ୍ୟ ପ୍ରତିଷ୍ଠା କରାଯାଉଛି। ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ଦ୍ରୁତ ଗତିରେ ଏୟାର ବେସ ନିର୍ମାଣ ଜାରି ରହିଛି। ବିବାଦ ପାଇଁ ସୀମା ହେଉଛି ଏକ ପ୍ରମୁଖ କାରଣ। ଭାରତ-ଚାଇନା ମଧ୍ୟରେ ସୀମା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ ଚାଇନା ମ୍ୟାକମାହନ ଲାଇନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ପୂର୍ବତନ ମେଜର ଜେନେରାଲ ଏସ.କେ ସିଂଙ୍କ ଅନୁଯାୟୀ, ଯଦି ଚାଇନା ପୂର୍ବ ଲଦାଖରେ ଥିବା ପୁରୁଣା ସ୍ଥାନକୁ ଗ୍ରହଣ ନ କରେ ତେବେ ସମ୍ପର୍କ ସୁଦଢ଼ ହୋଇପାରିବ ନାହିଁ।

ପୂର୍ବତନ ମେଜର ଜେନେରାଲ ଏସ.କେ ସିଂ କହିଛନ୍ତି ଚାଇନାର କାହାକୁ ବିଶ୍ୱାସ କରାଯାଇପାରିବ ନାହିଁ। ୧୯୬୨ମସିହାରେ ଚାଇନା ମଧ୍ୟ ଭାରତ ସହିତ ବିଶ୍ୱାସଘାତକତା କରିଥିଲା। ଆମେ ଭାବୁଥିଲୁ ଏମାନେ ଭାଇ ଏବଂ କେବେ ଆକ୍ରମଣ କରିବେ ନାହିଁ। ଚାଇନା ଆକ୍ରମଣ ପରେ ଭାରତକୁ ଆକସାଇ ସିଆଚିନ ଅଞ୍ଚଳ ହରାଇବାକୁ ପଡିଥିଲା। ୧୯୬୨ ପରଠାରୁ ଚାଇନା ଭାରତର ଅଧିକ ଅଞ୍ଚଳ ଦଖଲ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଭାରତ ପ୍ରତ୍ୟେକ ଥର ଏହାର ପ୍ରୟାସକୁ ପଣ୍ଡ କରିଛି।

ଏଲଏସିରେ ଭାରତ ମଧ୍ୟ ନିଜର ଭିତ୍ତିଭୂମି ପ୍ରସ୍ତୁତ କରିଛି। ଏଥି ସହିତ ଚାଇନା ମଧ୍ୟ ଜାଣେ ଯଦି ଯୁଦ୍ଧକୁ ହୁଏ ତେବେ ତାହାର ନିଜର କ୍ଷତି ହୋଇପାରେ। କାରଣ ବର୍ତ୍ତମାନ ଭାରତ ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?