ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଲା ଚାଇନା

ବେଜିଂ, ୧୪।୧୧(ପି.ଟି.): ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ସହଯୋଗୀ ତଥା ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଶେଷରେ ଚାଇନା ଅଭିନନ୍ଦନ ଜଣାଇଛି। ଆମେରିକୀୟଙ୍କ ପସନ୍ଦକୁ ବେଜିଂ ସମ୍ମାନ ଦିଏ ବୋଲି ଶୁକ୍ରବାର କହିଛି। ଆମେରିକା ନିର୍ବାଚନକୁ ନେଇ ଦେଶ ଭିତରେ ଓ ଅନ୍ତର୍ଜାତୀୟ ସମୁଦାୟରେ ଦେଖାଦେଇଥିବା ପ୍ରତିକ୍ରିୟାକୁ ଆମେ ଅନୁଧ୍ୟାନ କରୁଥିଲୁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସମେତ ଅଧିକାଂଶ ବିଶ୍ୱ ନେତା ୭୭ ବର୍ଷୀୟ ବାଇଡେନ୍‌ଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ରିପପ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପରାଜୟ ମାନିବାକୁ ରାଜି ନ ହେବାରୁ ଚାଇନା ପ୍ରଥମେ ବାଇଡେନ୍‌ଙ୍କୁ ତାଙ୍କ ବିଜୟ ଲାଗି ଅଭିନନ୍ଦନ ଜଣାଇବାକୁ କୁଣ୍ଠା ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍...

କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର...

ଚାଇନାର ବନ୍ଧୁ ପଣିଆ: ସହାୟତା ପାଇଁ ଇଟାଲି ଦାନ କରିଥିବା ଚିକିତ୍ସା ଉପକରଣ ବିକ୍ରି କରିବାକୁ ଚାହୁଁଛି

ବେଜିଂ,୬।୪: ଚାଇନାର ବନ୍ଧୁ ପଣିଆର ମୁଖା ଏବେ ଖୋଲି ଯାଇଛି। ଉହାନରେ ଗତ ମାସରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା। ଏପରିସ୍ଥଳେ...

ଚାଇନା-ପାକିସ୍ତାନର ମିଳିତ ୫୧ ହଜାର କୋଟିର ରେଳ ପ୍ରୋଜେକ୍ଟ, ଭାରତ ପାଇଁ ଚିନ୍ତାର କାରଣ

ନୂଆଦିଲ୍ଲୀ,୯ା୮: ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ସହିତ ଜଡ଼ିତ ବିବାଦୀୟ କ୍ଷେତ୍ର ଉପରେ ହଇରାଣ ହରକତ କରୁଛନ୍ତି। ବର୍ତ୍ତମାନ ଚାଇନା ଏବଂ ପାକିସ୍ତାନ...

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌...

ବିବାଦରେ ବିଶ୍ୱର ଏକ ନମ୍ବର ଧନୀ

କାଲିଫର୍ନିଆ,୧୮।୨:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲୋନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ତାଙ୍କର ବ୍ୟବସାୟ ତ ଆଉ କେତେବେଳେ...

Advertisement
Archives

Model This Week