ଜୈବିକ ଅସ୍ତ୍ରଶସ୍ତ୍ର ମାମଲାରେ ରୁଷିଆକୁ ସମର୍ଥନ କଲା ଚାଇନା…

ମସ୍କୋ/ବେଜିଂ,୩।୧୧ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ୟୁଏନଏସସିରେ ପାରିତ ହୋଇଥିବା ଅନ୍ୟ ଏକ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ୟୁକ୍ରେନ ଏକ ବଡ ଦାବି କରିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆ ଦାବି କରିଛି ଯେ ଆମେରିକାର ସାହାଯ୍ୟରେ ୟୁକ୍ରେନ ସେଅନିକମାନେ ଜୈବିକ ଅସ୍ତ୍ର ବ୍ୟବହାର କରୁଛନ୍ତି।

ଏହି ପ୍ରସଙ୍ଗରେ ୟୁଏନଏସସି ଦ୍ୱାରା ଯାଞ୍ଚ୍‌ କରିବାକୁ ରୁଷିଆ ଏକ ପ୍ରସ୍ତାବ ପାରିତ କରିଥିଲା। ୟୁକ୍ରେନର ଲାବୋରେଟୋରୀରେ ଜୈବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଯାଞ୍ଚ ପାଇଁ ଏକ କମିଶନ ଗଠନ କରାଯିବା ଉଚିତ ବୋଲି ଏଥିରେ କୁହାଯାଇଥିଲା। ତେବେ ରୁଷିଆର ଏହି ପ୍ରସ୍ତାବଠାରୁ ଭାରତ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛି।

ରୁଷିଆର ଏହି ପ୍ରସ୍ତାବ ଉପରେ ମତଦାନ କରାଯାଇଥିଲା। ଯେଉଁଥିରେ ରୁଷିଆ କେବଳ ଚାଇନାର ସମର୍ଥନ ପାଇଥିଲା । ଏହି ପ୍ରସ୍ତାବ ବିରୋଧରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଭୋଟ ଦେଇଛନ୍ତି। ଏହି ଭୋଟିଂରେ ଭାରତ ସମେତ ଅନ୍ୟ ଦେଶ ଅଂଶଗ୍ରହଣ କରି ନ ଥିଲେ।

ଗତ ସପ୍ତାହରେ ରୁଷିଆ ଅଭିଯୋଗ କରିଥିଲା ଯେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ସହାୟତାରେ ୟୁକ୍ରେନରେ ଜୈବିକ ଅସ୍ତ୍ର ବ୍ୟବହାର କରାଯାଉଛି। ଦାବିଗୁଡିକର ଯାଞ୍ଚ ପାଇଁ ୧୫ ସଦସ୍ୟ ବିଶିଷ୍ଟ ପରିଷଦ ଗଠନ କରିବାକୁ ରୁଷିଆ ଦାବି କରିଥିଲା। ମିଳିତ ଜାତିସଂଘରେ ରୁଷିଆର ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିୟା ଗତ ସପ୍ତାହରେ କହିଥିଲେ ଯେ ଦୁଇ ଦେଶ ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡେଲାଙ୍କ ଆରେଷ୍ଟ ଓ୍ବାରେଣ୍ଟ ୧.୩୦ ଲକ୍ଷ ଡଲାରରେ ବିକ୍ରି

କେପ୍‌ ଟାଉନ, ୨୮ା୩: ବର୍ଣ୍ଣଭେଦ ବିରୋଧୀ କ୍ରାନ୍ତିକାରୀ ନେତା ତଥା ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲ୍‌ସନ୍‌ ମଣ୍ଡେଲାଙ୍କ ଅରିଜିନାଲ ଆରେଷ୍ଟ ଓ୍ବାରେଣ୍ଟର ନନ୍‌ ଫଞ୍ଜିବଲ...

ଚନ୍ଦ୍ରକୁ ମଙ୍ଗଳର ଅଂଶ କହି ଟ୍ରମ୍ପ ହଟହଟା

ସାନ୍‌ ଫ୍ରାନ୍ସିସ୍କୋ,୯ା୬(ଆଇଏଏନ୍‌ଏସ୍‌): ମହାକାଶ ଓ ବ୍ରହ୍ମାଣ୍ଡ ସମ୍ପର୍କରେ ନିଜର ଅଜ୍ଞତାକୁ ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଚନ୍ଦ୍ର ମଙ୍ଗଳ...

ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଝଡ଼ ଥମିଲା: ମାକ୍‌ରଁଙ୍କ ସ୍ତ୍ରୀଙ୍କୁ ନେଇ ଫେସ୍‌ବୁକ୍‌ରେ ଦିଆଯାଇଥିବା ମନ୍ତବ୍ୟ ଲାଗି କ୍ଷମା ମାଗିଲେ ବ୍ରାଜିଲ୍‌ ଜନତା

ପୋର୍ଟ ଭେଲ୍‌ହୋ,୨୯।୮: କିଛି ଦିନ ଧରି ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଉଠିଥିବା ଝଡ଼ ଏବେ ଥମିଛି। ବ୍ରାଜିଲ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଜଣେ ସମର୍ଥକ ଫ୍ରାନ୍ସ ରାଷ୍ଟ୍ରପତି...

ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର

ଜେନେଭା,୫।୩: ଜେନେଭାରେ ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର ଲଗାଯିବା ପ୍ରସଙ୍ଗରେ ଭାରତ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ରବିବାର ସ୍ବିଜରଲାଣ୍ଡର ରାଷ୍ଟ୍ରଦୂତଙ୍କୁ...

ଚର୍ଚ୍ଚରେ ଦଳାଚକଟା, ୩୧ ମୃତ…

ଅବୁଜା, ୨୮।୫ : ନାଇଜେରିଆରେ ଏକ ଚର୍ଚ୍ଚରେ ଭୋଜନ ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ...

ଘାତକ ପାଲଟିଛନ୍ତି ଇରାନ ସରକାର : ୧୨ ଦିନରେ ୬୪ ଜଣଙ୍କୁ ଫାଶୀ,…

ତେହେରାନ,୧୧।୫ : ଡ୍ରଗ୍ସ ଏବଂ ବଳାତ୍କାର ଅଭିଯୋଗରେ ଇରାନରେ ୭ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ୧୨ ଦିନ ମଧ୍ୟରେ, ଇରାନରେ ୬୪ ଜଣଙ୍କୁ ଫାଶୀ...

୧୨ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା: ସରକାର ଦେଲେ ମଞ୍ଜୁରୀ…

ଓ୍ବାଶିଂଟନ,୧୧।୫: କରୋନା ଭୂତାଣୁ ଦ୍ୱାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ବୟସ୍କଙ୍କ ପାଇଁ କରୋନା ଟିକା ଉପଲବ୍ଧ ଥିବାବେଳେ ଛୋଟ ପିଳାଙ୍କ ଲାଗି ଟିକା ନ...

ଆତଙ୍କବାଦ ସହିତ ଲଢୁ ତାଲିବାନ, ପଡ଼ୋଶୀ ଦେଶଙ୍କ ଅପିଲ୍‌…

କାବୁଲ,୧୧।୯: ଆତଙ୍କବାଦି କାର୍ଯ୍ୟ କଳାପ ସହିତ ଲିପ୍ତ ଥିବା ତାଲିବାନ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବ। ଏନେଇ ପଡ଼ୋଶୀ ଦୋମାନଙ୍କ ପକ୍ଷରୁ ତାଲିବାନକୁ ଅପିଲ୍‌...

Advertisement
Archives

Model This Week