Advertisement

ପୁଣି ଘନଉଛି ବିପଦ: ରାୱଲପିଣ୍ଡିର ସିକ୍ରେଟ ଲ୍ୟାବ୍‌ରେ ତିଆରି ହେଉଛି ‘ବାୟୋ ଓ୍ବିପନ୍‌’

ଇସ୍‌ଲାମାବାଦ୍‌/ବେଜିଂ,୧୦।୧୧: କରୋନା ସଙ୍କଟରୁ ସାରା ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ନ ଥିବା ବେଳେ ଆଉ ଏକ ଖବର ସମସ୍ତଙ୍କ ନିଦ ଏବେ ହଜାଇଦେଇଛି। ଚାଇନାରୁ ଆସିଥିବା କରୋନା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ବେଜିଂ ପାକିସ୍ତାନ ସହ ମିଶି ରାୱଲପିଣ୍ଡିର ଏକ ରିସର୍ଚ୍ଚ ଲ୍ୟାବରେ କରୋନାଠାରୁ ଅଧିକ ବିପଜ୍ଜନକ ଭାଇରସ୍‌ ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ଏକ ତଥ୍ୟ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୟଙ୍କର ଭାଇରସ୍‌ ତିଆରି କରିବା ପାଇଁ ଚାଇନାର କୁଖ୍ୟାତ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଏବଂ ପାକିସ୍ତାନୀ ସେନାର ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅର୍ଗାନାଇଜେସନ୍‌(ଡେଷ୍ଟୋ) ଏକ ଉନ୍ନତ ବୈଜ୍ଞାନିକ ଭିତ୍ତିଭୂମି ପ୍ରସ୍ତୁତ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଇନା ପାକିସ୍ତାନର ରାଓ୍ବଲପିଣ୍ଡି ସ୍ଥିତ ରିସର୍ଚ୍ଚ ସେଣ୍ଟରରେ ଏକ ମାରାତ୍ମକ ଭାଇରସ୍‌ ରୂପେ ‘ବାୟୋ ଓ୍ବିପନ’ ପ୍ରସ୍ତୁତ କରୁଛି। ଏଥିସହ ବିଶ୍ୱକୁ ଯେପରି ଜଣା ନ ପଡ଼େ ଉକ୍ତ ସ୍ଥାନକୁ ଲୁଚାଇ ରଖାଯାଇଛି। ବିଶ୍ୱସ୍ତରୀୟ ରିପୋର୍ଟ ଅନୁଯାୟୀ, ଏହା ଏଭଳି ଏକ ବିପଜ୍ଜନକ ଭାଇରସ୍‌ ଯାହା କରୋନାଠାରୁ ବି ଅଧିକ ଭୟଙ୍କର।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ବ୍ରାଜିଲରେ ମୃତଦେହ ରଖିବାକୁ ସ୍ଥାନର ଅଭାବ!

ବ୍ରସିଲିଆ,୨୫।୪: କରୋନା ସଂକ୍ରମଣ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ ମହାମାରୀର ରୂପ ନେଇଛି। ଆମେରିକାରେ ପ୍ରତିଦିନ ସର୍ବାଧିକ କରୋନା ସଂକ୍ରମିତଙ୍କ...

କାଲିଫର୍ନିଆରେ ସ୍ବସ୍ତିକ ଚିହ୍ନକୁ ସ୍ବୀକୃତି

ଓ୍ବାଶିଂଟନ୍‌, ୨୬ା୮:ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଛତ୍ରବାଦୀ ଶାସକ...

ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଭିଟାମିନ୍‌ ବି-୧୨ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ...

ମୁଦ୍ରା ବ୍ୟବହାର କମାଇଲା ଇରାନ

ଦୁବାଇ,୬ା୩: ଇରାନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେଠାରେ କାଗଜ ମୁଦ୍ରା ବ୍ୟବହାର ଯଥା ସମ୍ଭବ କମାଇବା ପାଇଁ ସରକାର ଦେଶବାସୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଇରାନରେ...

ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷିଆ

ମସ୍କୋ,୨୨ ।୨: ୟୁକ୍ରେନ ମାମଲାରେ ଏକ ବଡ ପଦକ୍ଷେପ ସ୍ୱରୂପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡେନେତ୍ସକ ଓ...

ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ

ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ...

ରାଲି କରି ଅଧିକାର ମାଗିଲେ

କାବୁଲ,୨ା୯: ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଢ଼ିବାକୁ ଯାଉଥିବା ବେଳେ ହେରାତ୍‌ ପ୍ରଦେଶର ଗଭର୍ନର ହାଉସ୍‌ ସମ୍ମୁଖରେ ମହିଳାମାନେ ଗୁରୁବାର ରାଲିର ଆୟୋଜନ କରିଥିଲେ। ଏଥିରେ ବହୁ...

ଗର୍ଭବତୀଙ୍କୁ ଭିଜା ପ୍ରଦାନରେ ଆମେରିକାର କଟକଣା

ଓ୍ବାଶିଂଟନ,୨୪ା୧:‘ପ୍ରଜନନ ପର୍ଯ୍ୟଟନ’ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ଆମେରିକା ସରକାର। ଅନେକ ମହିଳା ପିଲା ଜନ୍ମ କରିବାକୁ ଆମେରିକା ଆସୁଛନ୍ତି, ଯେପରି ସେମାନଙ୍କ ପିଲା ସେଠାର...

Advertisement
Archives

Model This Week